ରାଜସ୍ୱ ଆସିବାର ମଡେଲ ଠିକ୍ ହୋଇନପାରିଲେ ଖବରକାଗଜ ବା ମିଡିଆ ସ୍ୱାଧୀନ ହୋଇ ରହିପାରିବନାହିଁ- ଲକ୍ଷ୍ମୀ ନାରାୟଣ କାନୁନଗୋ ବରିଷ୍ଠ ସାମ୍ୱାଦିକ ଭୁବନେଶ୍ୱର

Spread the love

୧୯୧୯ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପିତା ମୋତିଲାଲ ନେହରୁ “ଦ ଇଣ୍ଡିପେଣ୍ଡେଣ୍ଟ’ ଖବର କାଗଜ କାଢ଼ୁଥିଲେ। ଏହି ଖବର କାଗଜ କାଢ଼ିବାବେଳେ ମହାତ୍ମାଗାନ୍ଧୀ ଯେଉଁ ଚିଠି ଲେଖିଥିଲେ ଏବେ ବି ତାହାର ପ୍ରାସଙ୍ଗିକତା ରହିଛି।

ଗାନ୍ଧୀଜୀ ଲେଖିଥିଲେ- ‘ବର୍ତ୍ତମାନ ଖବରକାଗଜ ଗୁଡ଼ିକ ରାଜସ୍ୱ ପାଇଁ ଗ୍ରାହକ ଦେୟ ଅପେକ୍ଷା ବିଜ୍ଞାପନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଖବର କାଗଜ ମଦର କୁପ୍ରଭାବ ଉପରେ ଲେଖୁଛି, ସେହି ଖବରକାଗଜ ମଦର ପ୍ରଶଂସାରେ ବିଜ୍ଞାପନ ଦେଉଛି। ଏସବୁ ପରମ୍ପରା ପାଶ୍ଚାତ୍ୟରୁ ଆସିଛି। ଆମେ ଏହି ପରମ୍ପରା ବନ୍ଦ କରିବା ଉଚିତ କିମ୍ବା ଏଥିରେ ସଂସ୍କାର ଆଣିବା ଉଚିତ। ବିଜ୍ଞାପନରେ ଆମେ କିଛି ନିୟନ୍ତ୍ରଣ ଆଣିବା ଦରକାର। ଯେତେବେଳେ କେବଳ ଲାଭ ଉଦ୍ଦେଶ୍ୟରେ ମିଡିଆ ଚାଲିବ ସେତେବେଳେ ଭ୍ରଷ୍ଟାଚାର ବଢ଼ିବ।” ଏଥିରୁ ଜଣାପଡ଼ୁଛି, ଖବରକାଗଜ ବା ମିଡିଆ ଚଳାଇବା ପାଇଁ ଦୀର୍ଘକାଳୀନ ଭିତ୍ତିରେ ଅର୍ଥ ବା ପାଣ୍ଠି ଆବଶ୍ୟକ। ରାଜସ୍ୱ ଆସିବାର ମଡେଲ ଠିକ୍ ହୋଇନପାରିଲେ ଖବରକାଗଜ ବା ମିଡିଆ ସ୍ୱାଧୀନ ହୋଇ ରହିପାରିବନାହିଁ।