ଗଜପତି // ପ୍ରଶାସନ ଶୁଣିଲାନିଗ୍ରାମବାସୀ ମିଳିତ ଭାବେ ନିଜ ରାସ୍ତା ନିଜେ ନିର୍ମାଣ କଲେ ଓ 2 ଗୋଟି ଘରୁ 3 ଲକ୍ଷ 60 ହଜାର ଟଙ୍କା ନଗଦ, ସୁନା ଗହଣା ଚୋରି ଘଟଣାରେ କାଶୀନଗର ପୋଲିସ କିଛି ଜଣଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲେ

Spread the love

ପାରଳା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି ପାରଳାଖେମୁଣ୍ଡି, 15/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ସହରରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ମନ୍ଦିର ନିର୍ମାଣ ପାଇଁ ବହୁ ଭକ୍ତ ଭିନ୍ନ ଭିନ୍ନ ଭାବେ ନିଜ ନିଜକୁ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା କେରାଣ୍ଡି ଗ୍ରାମର ନରେନ୍ଦ୍ର କୁମାର ପାତ୍ର ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 50,000 ଟଙ୍କା ପ୍ରଦାନ କରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର ତୁଳସୀ ନଗର ବାସିନ୍ଦା ବେଣୁଗୋପାଳ ପାଢ଼ୀଙ୍କ ପୁଅ ଡ଼. ଦିଗବିଜୟ ପାଢ଼ୀ ନୂତନ ମନ୍ଦିର ନିର୍ମାଣ ପାଇଁ 10,000 ଟଙ୍କା ପ୍ରଦାନ କରିଛନ୍ତି. ଶ୍ରୀଜଗନ୍ନାଥଙ୍କ ଭକ୍ତ ତଥା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ମନ୍ଦିର ନିର୍ମାଣରେ ସହାଭାଗିତା ହୋଇଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ସାଧୁବାଦ ଜଣାଇଛନ୍ତି.

ପ୍ରଶାସନ ଶୁଣିଲାନି
ଗ୍ରାମବାସୀ ମିଳିତ ଭାବେ ନିଜ ରାସ୍ତା ନିଜେ ନିର୍ମାଣ କଲେ
ପାରଳାଖେମୁଣ୍ଡି, 15/9(ତାରିଣୀ ପ୍ରସାଦ ପଣ୍ଡା):

ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ନିବେଦନ ପରେ ମଧ୍ୟ ପ୍ରଶାସନ ଶୁଣିଲେନି, ରାସ୍ତା ନିର୍ମାଣ ହୋଇପାରିଲାନାହିଁ. ପରେ ଗ୍ରାମବାସୀମାନେ ମିଳିତ ବୈଠକ କରି ନିଷ୍ପତ୍ତି ନେଲେ, ନିଜ ଗ୍ରାମ ରାସ୍ତା ନିଜେ ନିର୍ମାଣ କରିବେ | ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗ୍ରାମରେ. ଗାଣ୍ଡୁପଦର ଗ୍ରାମରୁ ନିଜ ପଞ୍ଚାୟତ କାର୍ଯାଳୟକୁ ଯିବାକୁ ହେଲେ 15 କିଲୋମିଟର ଦୂର ପଡୁଛି I ହେଲେ ଗ୍ରାମରୁ ଯିବା ପାଇଁ ଯାନବାହନର କୌଣସି ସୁବିଧା ନଥୁବା ହେତୁ ଅନ୍ୟ ଏକ ରାସ୍ତା ଏହି ଗ୍ରାମ ଲୋକଙ୍କ ପାଇଁ ପାଲଟିଛି ଶାହା ଭରସା | ଫଳରେ ଗ୍ରାମବାସୀଙ୍କୁ ସେହି ରାସ୍ତା ଦେଇ ଦୈନନ୍ଦିନ ବଜାରଘାଟ, ସବୁକିଛି ପାଇଁ ପଞ୍ଚାୟତକୁ ଯିବାକୁ ପଡୁଛି। ଗାଁରେ 18 ଗୋଟି ପରିବାର ବସବାସ କରୁଥିବା ବେଳେ ଏହି ପାହାଡ଼ିଆ ପଥୁରିଆ ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ଯ ରାସ୍ତା ନିର୍ମାଣ ହୋଇନାହିଁ | ଶେଷରେ ବାଧ୍ଯ ହୋଇ ଲୋକେ ଗ୍ରାମର ମହିଳା ଓ ପୁରୁଷ ଏକତ୍ରିତ ହୋଇ କୋଡ଼ି କୋଦାଳ ଧରି ଗାଁ ରାସ୍ତାକୁ ନିଜେ ମରାମତି କରିଛନ୍ତି I

2 ଗୋଟି ଘରୁ 3 ଲକ୍ଷ 60 ହଜାର ଟଙ୍କା ନଗଦ, ସୁନା ଗହଣା ଚୋରି ଘଟଣାରେ କାଶୀନଗର ପୋଲିସ କିଛି ଜଣଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲେ

ପାରଳାଖେମୁଣ୍ଡି, 15/9(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା କାଶୀନଗର ଏନଏସିର ଷ୍ଟେଟ ବ୍ୟାଙ୍କ ନିକଟରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଗୋଟି ଘରୁ 3 ଲକ୍ଷ 60 ହଜାର ଏବଂ ସୁନା ଗହଣା ଚୋରି ଘଟଣାରେ ପୋଲିସ ଆନ୍ଧ୍ରରୁ କିଛି ଜଣଙ୍କୁ ଆଣି ତନାଘନା କରୁଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,

Oplus_131072

କାଶୀନଗର
ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ ଆର୍ ଲକ୍ଷ୍ମଣ ମୂର୍ତ୍ତିଙ୍କ ଘର ଏବଂ ଏନ୍‌ପି ପେଟ୍ରୋଲ ପମ୍ପ ନିକଟରେ ରହୁଥ‌ିବା ମୋହନ ଦାମୋଦର ଦୁଇଜଣଙ୍କ ଘରେ ଚୋରି ହୋଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଲକ୍ଷ୍ମଣ ମୂର୍ତ୍ତିଙ୍କ ମାଆଙ୍କ ମୃତ୍ୟୁ ହୋଇଥିବାରୁ ସେ କିଛି ଦିନ ପୂର୍ବେ ପରିବାର ସହ ଅନ୍ୟ ଗ୍ରାମକୁ ଯାଇଥିଲେ। ଘରେ କେହି ନ‌ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ମୁଖ୍ୟ ଫାଟକର ଲକ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି | ସୋମ‌ବାର ଲକ୍ଷ୍ମଣ ପରିବାର ସହ ଘରକୁ ଫେରିବା ପରେ ମୁଖ୍ୟ ଫାଟକ ଭଙ୍ଗା ଅବସ୍ଥାରେ ଦେଖ୍ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ I ଘର ଭିତରେ ଯାଞ୍ଚ କରିବା ପରେ ପ୍ରାୟ ୨ କିଲୋଗ୍ରାମ ରୂପା, ୨୫ ଗ୍ରାମ ସୁନା ଏବଂ ନଗଦ ପ୍ରାୟ ୩ ଲକ୍ଷ ଟଙ୍କା ଚୋରି ହୋଇଥିବା କାଶୀନଗର ଥାନାରେ ଲକ୍ଷ୍ମଣ ଅଭିଯୋଗ କରିଛନ୍ତି । ସେହିପରି ପେଟ୍ରୋଲ ପମ୍ପ ନିକଟସ୍ଥ ମୋହନ ଦାମୋଦରଙ୍କ ଘରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ଆସିଛି I ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ନଗଦ ୬୦ ହଜାର ଟଙ୍କା ସହ ପ୍ରାୟ ୧୫୦ ଗ୍ରାମ ରୂପା ଚୋରି କରିଥିବା ଅଭିଯୋଗ ହୋଇଛି | ଘଟଣା ନେଇ କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବା ଘର ଗୁଡ଼ିକର ଯାଞ୍ଚ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ଶିକାକୁଲମ ଜିଲ୍ଲାର ମେଳିଆପୁଟି ଗ୍ରାମରୁ କିଛି ଜଣଙ୍କୁ କାଶୀନଗର ଥାନାକୁ ଆଣି ଏହି 2 ଗୋଟି ଚୋରି ଘଟଣାର ପର୍ଦାଫାଶ ପାଇଁ ତଦନ୍ତ ଜାରି ରଖିଥିବା କାଶୀନଗର ଆଇଆଇସି ଲକ୍ଷ୍ମଣ ସେଠୀ ସୂଚନା ପ୍ରଦାନ କରିଛନ୍ତି.

ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ରାୟଗଡ଼ ବ୍ଲକ୍ ପରିସରରେ ଅଗ୍ନିକାଣ୍ଡ: ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟ ପୋଡ଼ି ଛାରଖାର

ପାରଳାଖେମୁଣ୍ଡି, 16/9(ତାରିଣୀ ପ୍ରସାଦ ପଣ୍ଡା)

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ପରିସରରେ ଥିବା ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ଫଳରେ କାର୍ଯ୍ୟାଳୟରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଆସବାବପତ୍ର ଓ ଦସ୍ତାବିଜ୍ ପୋଡ଼ି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି।ସୂଚନା ଅନୁଯାୟୀ, ଆଜି କାର୍ଯ୍ୟାଳୟ ମଧ୍ୟରୁ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲା।ଅଗ୍ନିଶମ କର୍ମଚାରୀଙ୍କ ବହୁ ପରିଶ୍ରମ ପରେ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଏକ ବଡ଼ ଧରଣର ବିପତ୍ତି ଟଳିଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ ପରିମାଣର ଆର୍ଥିକ କ୍ଷୟକ୍ଷତି ହୋଇଛି ଏବଂ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନଷ୍ଟ ହୋଇଛି, ସେ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସଠିକ୍ ଆକଳନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଆନ୍ଧ୍ରର ସ୍ୱାର୍ଥ ପାଇଁ ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ସତ୍ୟାଗ୍ରହ

ପାରଳାଖେମୁଣ୍ଡି, 16/9(ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆନ୍ଧ୍ରର ସ୍ୱାର୍ଥ ପାଇଁ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣକୁ ବିରୋଧ କରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଆହ୍ବାନ ଦେଇ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ଆଇନଜୀବୀ ଶ୍ରୀ ମନୋଜ କୁମାର ପାତ୍ରଙ୍କ ଆହ୍ୱାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା।ପାରଳାଖେମୁଣ୍ଡି ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି, ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ସଦସ୍ୟ ଶ୍ରୀ ଜଗଦୀଶ ମହାପାତ୍ର, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ରାଜେନ୍ଦ୍ର ପଢିଆରୀ, ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।ଏହି ସତ୍ୟାଗ୍ରହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ ଓ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଯୋଗଦେଇ ନେରେଡି ପ୍ରକଳ୍ପକୁ ବିରୋଧ କରିବା ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ପାଣିଡଙ୍ଗର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି ଉପସ୍ଥାପନ କରି ଥିଲେ।ସତ୍ୟାଗ୍ରହରେ ଉଦ୍‌ବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ସରକାରଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶା ପ୍ରତି ସବୁବେଳେ ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଆସିଛି। ଜଳ, ଜଙ୍ଗଲ ଓ ଜମି ଓଡ଼ିଶାର ହୋଇଥିବା ବେଳେ ନେରେଡି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହାର ଲାଭ ଆନ୍ଧ୍ରପ୍ରଦେଶର ଜନସାଧାରଣ ପାଇବେ ବୋଲି ସେମାନେ ଅଭିଯୋଗ କରିଥିଲେ।ନେରେଡି ବ୍ୟାରେଜ ନିର୍ମାଣ ହେଲେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ କୃଷକମାନଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ କାଶୀନଗର ଓ ପାରଳାଖେମୁଣ୍ଡିର ଆଖପାଖ ଅଞ୍ଚଳରେ ଜଳକଷ୍ଟ ଦେଖାଦେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ତେଣୁ ଅଞ୍ଚଳବାସୀଙ୍କ ଜୀବନ, ଜୀବିକା ଓ କୃଷିଭିତ୍ତିକ ଅର୍ଥନୀତିର ସୁରକ୍ଷା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଥିଲେ।ବଂଶଧାରା ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ବ୍ରଜମୋହନ ନାୟକ ଓ ଖାଣ୍ଡବା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଜଗନ୍ନାଥ ଦୋରାଙ୍କ ନେତୃତ୍ୱରେ ସାରା, ବାଡିଗାଁ ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ଗ୍ରାମବାସୀ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଆନ୍ଦୋଳନକାରୀ ମିଳିତ ଭାବରେ ନେରେଡି ପ୍ରକଳ୍ପ ନିର୍ମାଣ ବନ୍ଦ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଥିଲେ।