ପବିତ୍ର ଗଣେଶ ଚତୁର୍ଥୀରେ ୨୭ତମ ‘ଭାରତ ପ୍ରତିଭା ସମ୍ମାନ’
କଟକ/ଫୁଲନଖରା, ୧୦/୯(ଦର୍ଶନ ସମୀକ୍ଷା)
ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ୧୪ ତାରିଖ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ କଟକ ସହୀଦ ଭବନଠାରେ ଭାରତ ମସଲା ପ୍ରତିଷ୍ଠା ଦିବସ ପାଳନ ସହ ୨୭ତମ ‘ଭାରତ ପ୍ରତିଭା ସମ୍ମାନ-୨୦୨୬’ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ଚେୟାରମ୍ୟାନ ସୁରେନ୍ଦ୍ର ନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’, କ୍ୟାପଟେନ୍ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’, ତୃପ୍ତି ଦାସଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’, ପୁଷ୍ପଲତା ସାହୁ ଓ ଲତା ବାଗଙ୍କୁ ‘ଉଦ୍ୟୋଗୀ ଭାରତ ସମ୍ମାନ’ ଏବଂ ରାଜେଶ କୁମାର ମହାନ୍ତିଙ୍କୁ ‘କ୍ରୀଡ଼ା ଭାରତ ସମ୍ମାନ’ ପ୍ରଦାନ କରାଯିବ। ସେହିପରି ଯୁକ୍ତଦୁଇ ବିଜ୍ଞାନ ଛାତ୍ର କମଳାକାନ୍ତ ରଣା, ବାଣିଜ୍ୟ ଛାତ୍ର ଶୁଭମ୍ ନାୟକ ଓ କଳା ଛାତ୍ରୀ ଅଙ୍କିତା ନାୟକଙ୍କୁ ‘ବିଦ୍ୟା ଭାରତ ସମ୍ମାନ’ରେ ସମ୍ମାନିତ କରାଯିବ।
ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ ବ୍ୟକ୍ତିଙ୍କ ଅବଦାନକୁ ସ୍ୱୀକୃତି ଦେବା ଏହି ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚେୟାରମ୍ୟାନ ସୂଚନା ଦେଇଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ସୁମନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ନିର୍ଦ୍ଦେଶିକା ଏସ୍ଏନ୍ ମିଲେନିୟମ, ଜିଏମ୍ ବିପିନ ରାଉତ, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।











