ଭୁବନେଶ୍ୱର // ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡିଶା ପତ୍ରକାର ସଂଘ ସଦସ୍ୟ

Spread the love

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡିଶା ପତ୍ରକାର ସଂଘ ସଦସ୍ୟ

ଭୁବନେଶ୍ୱର-ତା.୦୮.୦୯.୨୦୨୬(ଦର୍ଶନ ସମୀକ୍ଷା)

ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବା ଓଡିଶା ପତ୍ରକାର ସଂଘର ସଦସ୍ୟ ମାନେ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପତ୍ରକାର ସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପ୍ରାୟ ୧୦ ଜଣ କର୍ମକର୍ତ୍ତା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ କାର୍ଯ୍ୟାଳୟରେ ଶ୍ରୀ ବିଶ୍ୱାଳଙ୍କୁ ସାକ୍ଷାତ କରିଥିଲେ ।

ପ୍ରଥମେ ସଂଘର ସଦସ୍ୟ ମାନେ ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଉପସଭାପତି ସୁରେଶ ଦାସ ଓ ହର ପ୍ରସାଦ ଦାସ, ସାଧାରଣ ସମ୍ପାଦକ ରାମଦାସ ଲିମା, ଅଶ୍ବିନୀ ପତି, କୋଷାଧକ୍ଷ କିଶୋର ରଥ, ବରିଷ୍ଠ ସଦସ୍ୟ ସତ୍ୟବାଦୀ ନାୟକ, ଉମେଶ ରାୟ, ପାର୍ଥସାରଥୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।