Spread the love

କୋଲକାତାରେ ଉତ୍କଳ ଯାଦବ ସମାଜର ଜନ୍ମାଷ୍ଟମୀ ଉତ୍ସବ, ଭଜନରେ ଝୁମିଲେ ପ୍ରବାସୀ ଓଡ଼ିଆ

କୋଲକାତା, : ରଜତ କୁମାର ମହାପାତ୍ର (ଦର୍ଶନ ସମୀକ୍ଷ)

କୋଲକାତାର ସଚିମାତା ହଲ୍‌ଠାରେ ଉତ୍କଳ ଯାଦବ ସମାଜ କଲ୍ୟାଣ ସମିତି ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ ୨୦୨୬ ଅବସରରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏମ୍‌ଏସ୍‌ ମ୍ୟୁଜିକାଲ୍‌ ଟ୍ରୁପ୍‌କୁ ଆମନ୍ତ୍ରଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଏମ୍‌ଏସ୍‌ ମ୍ୟୁଜିକାଲ୍‌ ଟ୍ରୁପ୍‌ ପକ୍ଷରୁ କଣ୍ଠଶିଳ୍ପୀ ଡେଜି ସ୍ୱାଇଁଙ୍କ ସମେତ ଲୋପାମୁଦ୍ରା, ପ୍ରଜ୍ଞା, ଗଣେଶ, ବାବୁଲି, ସୋମନାଥ, ସନାତନ ଓ ସରୋଜ ଯୋଗଦେଇ ବିଭିନ୍ନ ଭଜନ ପରିବେଷଣ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଆୟୋଜିତ ଏହି ଭଜନ ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।

କୋଲକାତାରେ ବସବାସ କରୁଥିବା ବହୁ ପ୍ରବାସୀ ଓଡ଼ିଆ ଏହି ସମାରୋହରେ ଉପସ୍ଥିତ ରହି ଭଜନ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ଭଜନର ସୁମଧୁର ସ୍ୱରରେ ସଚିମାତା ହଲ୍‌ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏଭଳି ଏକ ସୁନ୍ଦର ଆୟୋଜନରେ ଏମ୍‌ଏସ୍‌ ମ୍ୟୁଜିକାଲ୍‌ ଟ୍ରୁପ୍‌କୁ ସାମିଲ କରିଥିବାରୁ ଉତ୍କଳ ଯାଦବ ସମାଜ କଲ୍ୟାଣ ସମିତି, କୋଲକାତାର ସମସ୍ତ କର୍ମକର୍ତ୍ତାଙ୍କୁ କଣ୍ଠଶିଳ୍ପୀ ଡେଜି ସ୍ୱାଇଁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି।