ଗଜପତି // ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ଗିରଫ ହେଲେ ତତକାଳୀନ କ୍ୟାସିୟର, ଓ ଶିକ୍ଷାକ୍ଷେତ୍ରରେ ଅଭିନବ ଶୈକ୍ଷିକ ପଦକ୍ଷେପ ପ୍ରୟାସ ‘ସୁପର -30 ,10ଲକ୍ଷ ଟଙ୍କାର ଚନ୍ଦନ କାଠ ଗଜପତିରୁ ଚାଲାଣ ବେଳେ ଜବତ, 3 ଗିରଫ

Spread the love

ଶିକ୍ଷାକ୍ଷେତ୍ରରେ ଅଭିନବ ଶୈକ୍ଷିକ ପଦକ୍ଷେପ ପ୍ରୟାସ ‘ସୁପର -30’ ମଡେଲ ପାଇଁ ଗଜପତି ଡିଇଓଙ୍କୁ ଜାତୀୟ ପୁରସ୍କାର ପାରଳାଖେମୁଣ୍ଡି, 4/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଶିକ୍ଷାକ୍ଷେତ୍ରରେ ଅଭିନବ ଶୈକ୍ଷିକ ପଦକ୍ଷେପ ସୁପର -30 ମଡେଲ ପାଇଁ ଗଜପତି ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ ଗଜପତି ଜିଲ୍ଲା ଶିକ୍ଷା ପ୍ରଶାସନରେ ନବାଚାର ଓ ଉତ୍ତମ ପ୍ରୟୋଗ ପାଇଁ ଜିଲ୍ଲାର ‘ପ୍ରୟାସ ସୁପର-୩୦’ କାର୍ଯ୍ୟକ୍ରମକୁ ମିଳିଛି ଜାତୀୟ ସ୍ବୀକୃତି। ଏହି ଅଭିନବ ଶୈକ୍ଷିକ ପଦକ୍ଷେପ ପାଇଁ ଗଜପତି ଜିଲ୍ଲାକୁ ଜାତୀୟ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍‌ରେ ଅନୁଷ୍ଠିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Oplus_131072

ପ୍ରଫେସର ଜେ.ଏସ୍. ରାଜପୁତ, ପୂର୍ବତନ ନିର୍ଦ୍ଦେଶକ, ଏନ୍‌ସିଇଆର୍‌ଟି ଆର୍‌ଟି ଏବଂ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍‌ର କୁଳପତିଙ୍କ ସମେତ ବିଶିଷ୍ଟ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଗଜପତିର ଏହି ସଫଳତା ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ମଡେଲ୍ ସୃଷ୍ଟି କରିଥିବା ଯୋଗୁଁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିକ୍ଷା ବିଭାଗ ପାଇଁ ଏହା ଏକ ବଡ଼ ଗୌରବର କାରଣ ପାଲଟିଛି।
10ଲକ୍ଷ ଟଙ୍କାର ଚନ୍ଦନ କାଠ ଗଜପତିରୁ ଚାଲାଣ ବେଳେ ଜବତ, 3 ଗିରଫ
ପାରଳାଖେମୁଣ୍ଡି, 4/9(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ସାରା ଜିଲ୍ଲାରେ ପୋଲିସର ପେଟ୍ରୋଲି ଓ ଚଢାଉ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି. ଏହି ପରିପ୍ରେକ୍ଷୀରେ କାଶୀନଗର ଥାନା ଏସଆଇ ଆର୍.କେ. ଚୌଧୁରୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଗୁରୁବାର ସକାଳେ ଖାରଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିଲେ. ଏହି ସମୟରେ ଏକ ଅଟୋରେ ଚୋରା ସାମଗ୍ରୀ ଚାଲାଣ ହେଉଥିବା ସୂଚନା ପାଇ ପୁଲିସ ନଜର ରଖୁଥିଲା ସନ୍ଦିଗ୍ଧ ଅଟୋଟି ଆସିବା ପରେ ପୁଲିସ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲା. ପୁଲିସକୁ ଦେଖି ଅଟୋ ଚାଳକ ଦ୍ରୁତଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଟିମ ଅଟୋକୁ କାବୁ କରିଥିଲେ ।

Oplus_131072

ଅଟୋ (ଓଡି-୦୫-ଏମ୍-୦୭୮୭) ଯାଞ୍ଚ ବେଳେ ୫ଟି ବ୍ୟାଗରୁ ଚନ୍ଦନ କାଠ ମିଳିଥିଲା। ଓଜନ କରାଯିବା ପରେ ମୋଟ ୧୦୫ କିଲୋ ଚନ୍ଦନ କାଠ ଥିବା ଜଣାପଡ଼ିଥିଲା. ଏଥିସହ ୩ଟି ମୋବାଇଲ୍, ୪ ହଜାର ଟଙ୍କା ନଗଦ ଏବଂ ଚନ୍ଦନ କାଠ ପରିବହନରେ ବ୍ୟବହୃତ ଅଟୋକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁସୁମୀ ଗ୍ରାମର ସିରାଜ ଖାନ୍‌ ଓ ଆକ୍ରମ ଖାନ୍ ଏବଂ ଗଜପତି ଜିଲ୍ଲା ରାମଗିରି ଥାନା ସାନସଦା ଗ୍ରାମର ଦାମୋଦର ପ୍ରଧାନ. ଏନେଇ କାଶୀନଗର ଥାନାରେ ମାମଲା ୧୬୯/୨୬ ରୁଜୁ ହୋଇ ଘଟଣାର ସମ୍ପୂର୍ଣ ତଦନ୍ତ ଜାରି ରହିଥିବା କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ଜଣାଇଛନ୍ତି.
ଗଜପତି : ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ଗିରଫ ହେଲେ ତତକାଳୀନ କ୍ୟାସିୟର
ପାରଳାଖେମୁଣ୍ଡି, 4/9(ତାରିଣୀ ପ୍ରସାଦ ପଣ୍ଡା):

ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ତତକାଳୀନ କ୍ୟାସିୟରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ,
ଗଜପତି ଜିଲ୍ଲା ମୋହନାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ଶାଖାରୁ ୩୧ ଲକ୍ଷ ଟଙ୍କାର ବଡ଼ ଠକେଇ ହୋଇଥିଲା । ଏହି ଠକେଇ ଘଟଣା ନେଇ ସମସ୍ତ ତଦନ୍ତ ଶେଷ ହେବା ପରେ ଏଥିରେ ସଂପୃକ୍ତ ତତ୍କାଳୀନ କ୍ୟାସିୟର ସୂର୍ଯ୍ୟପ୍ରକାଶ ଦାସ ଗତ 2020 ମସିହାରେ 24 ଲକ୍ଷ ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିଥିଲେ. ବାକି 7 ଲକ୍ଷ ଟଙ୍କା ବ୍ୟାଙ୍କକୁ ପ୍ରଦାନ ନ କରି ଫେରାର ଥିଲେ. ବର୍ତ୍ତମାନ ସେ ଫୁଲନଖରା ଠାରେ ଆତ୍ମଗୋପନ କରିଥିବା ମୋହନା ପୋଲିସ ସୂଚନା ପାଇ 6 ବର୍ଷ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ.