ଜବାହରଲାଲ ନେହେରୁ ମହାବିଦ୍ୟାଳୟର 45 ତମ ପ୍ରତିଷ୍ଠା ଉତ୍ସବ
ମାହାଙ୍ଗା 4/9 : ଦର୍ଶନ ସମୀକ୍ଷା
କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର 45 ତମ ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ଅଧ୍ୟାପକ ରୁଦ୍ର ନାରାୟଣ ଦାଶ ସଂଯୋଜନା ଓ ମହାବିଦ୍ୟାଳୟର ଅଧକ୍ଷ ପ୍ରାଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ଏହି ମହାବିଦ୍ୟାଳୟଟି ସାରା ଓଡିଶାରେ ଏକ ସୁନାମଧନ୍ୟ ମହାବିଦ୍ୟାଳୟ I ଏହି ମହାବିଦ୍ୟାଳୟରୁ ବହୁ ମେଧାବୀ ଛାତ୍ର ଛାତ୍ରୀମାନେ ସୃଷ୍ଟି ହୋଇ ବିଭିନ୍ନ ବିଭାଗରେ ଚାକିରୀ କରି ଆମ ଅଂଚଳ ପାଇଁ ଗୌରବ ଆଣି ଦେଇଛନ୍ତି I
ତେଣୁ ମହାବିଦ୍ୟାଳୟକୁ କିପରି ଆହୁରି ବିକଶିତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ I ଅଧ୍ୟାପିକା ବିଜୟ ଲଷ୍ମୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବସନ୍ତ କୁମାର ସେଠି ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ କୁମୁଦ ରଞ୍ଜନ ସିଂହ,ପ୍ରାଧ୍ୟାପକ ରବି ନାରାୟଣ ବାରିକ,ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ବେହେରା,ପ୍ରଦୀପ୍ତ ସୂତାର,ଅଧ୍ୟାପକ ଅଶୋକ ସାହୁ, ଶୁଭମ ଦାସ,ଆଶିଷ ବରାଳ,ପ୍ରଭାକର ବେହେରା, ଡକ୍ଟର ଜୟଶ୍ରୀ ରାଉତ, ଚିନ୍ମୟୀ ସାହୁ, ବିନୋଦିନୀ ସାହୁ, ବିଜୟ ଲଷ୍ମୀ ମିଶ୍ର,ସନ୍ଧ୍ୟାରାଣୀ ମହାପାତ୍ର, ଅର୍ପିତା ପ୍ରିୟ ଦର୍ଶିନୀ ଦାଶ,ବିସିକେଶନ ଦାସ, ମଳୟ ନାୟକ, ନଗେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅରୁଣ ବାରିକ, ଦେବେନ୍ଦ୍ର ବାରିକ, ଦେବେନ୍ଦ୍ର ମହାନ୍ତି, ଧରଣୀଧର ଦାସଙ୍କ ସମେତ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ I ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ I ସେହିପରି କୃତୀ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା











