ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସରସ୍ବତୀ ଶିଶୁ ବିନ୍ଦ୍ୟାମନ୍ଦିର, ବଡ଼ବିଲ
ବଡ଼ବିଲ b୦୪-୦୯-୨୬ରିଖ ଶୁକ୍ରବାର,( ଦର୍ଶନ ସମୀକ୍ଷ)
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଖୁବ ଧୁମଧାମରେ ପାଳନ କରାଯାଇଛି । ୨୧୦ ଜଣ ଶିଶୁ କୃଷ୍ଣ ବେଶରେ ଆସି ବିଦ୍ୟାଳୟ ପ୍ରାଙ୍ଗଣକୁ ଆହୁରି ଉତ୍ସବ ମୁଖର କରିଥିଲେ । ବଡ଼ବିଲ ଥାନା ଏସ.ଡି.ପି.ଓ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ପରିଚ଼ୟ ପ୍ରଦାନ କରିଥିଲେ । କୃଷ୍ଣମାନଙ୍କୁ ଫାଟକ ପାଖରୁ ପାଦ ଧୋଇ ସ୍ୱାଗତ କରାଯାଇଥିଲା ପରେ ସେମାନଙ୍କୁ ପୂଜନ କରାଯାଇ ଲବଣୀ ଖୁଆଗଲା ।

ସମସ୍ତ କୃଷ୍ଣ ଦୋଳିରେ ଝୁଲିଲେ । ଦହିହାଣ୍ଡି ଭଙ୍ଗା ଖୁବ ଆକର୍ଷଣୀୟ ଥିଲା । ଆଚାର୍ଯ୍ୟା ରଞ୍ଜିତାରାଣୀ ଦାଶ କୃଷ୍ଣଙ୍କ ମହନୀୟତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଅନିତା ନାୟକ ଓ ମିନି ନାୟକ ଭାଗବତ ପାଠ କରିଥିଲେ । ସଙ୍କୁଳ ସଂଯୋଜକ
ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର ଓ ମାତୃଭାରତୀର ସଦସ୍ୟା ମାନେ ସମସ୍ତ କୃଷ୍ଣଙ୍କୁ ଉପହାର ଦେଇଥିଲେ । ବହୁସଂଖ୍ୟାରେ ଅଭିଭାବକ ମାନେ ଉପସ୍ଥିତ ଥିଲେ ।ସମସ୍ତ ସେବାବ୍ରତୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହେଲା ।











