Spread the love

ବୌଦ୍ଧ : ବୈଧ ପ୍ରଦୂଷଣ PUC ସାର୍ଟିଫିକେଟ୍ ବିନା ଗାଡ଼ି ଚଳାଇଲେ ଜରିମାନା : ଓଡ଼ିଶା ସରକାରଙ୍କ ନୂତନ ନିୟମ..

ବୌଦ୍ଧ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ରେ ବୈଧ ପ୍ରଦୂଷଣ,ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ (PUCC) ସାର୍ଟିଫିକେଟ୍ ବିନା ସାର୍ବଜନୀନ ସ୍ଥାନରେ ମୋଟରଯାନ ଚଳାଇବା ଉପରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନୂତନ କମ୍ପାଉଣ୍ଡିଂ ଫି ନିର୍ଦ୍ଧାରଣ କରାଯାଇଛି।ବାଣିଜ୍ୟ ଓ ପରିବହନ ବିଭାଗର ନୂତନ ବିଜ୍ଞପ୍ତି ତା ୦୧.୦୯.୨୬ ଅନୁଯାୟୀ, ମୋଟର ଯାନ ଆଇନ, ୧୯୮୮ର ଧାରା ୨୦୦ ଅନୁସାରେ ବୈଧ PUC ସାର୍ଟିଫିକେଟ୍ ନଥିବା ଅପରାଧ ପାଇଁ ନିମ୍ନଲିଖିତ ହାରରେ ଫାଇନ ଦେବାକୁ ପଡ଼ିବ l
ଯାନବାହନର ବର୍ଗ ଅନୁସାରେ ଯଥାକ୍ରମେ ପ୍ରଥମ ଅପରାଧ ,ଦ୍ୱିତୀୟ ଓ ପରବର୍ତ୍ତୀ ଅପରାଧ ପାଇଁ ମୋଟରସାଇକେଲ୍ ପାଇଁ ₹୧,୦୦୦ ଓ ₹୨,୦୦୦,ଥ୍ରୀ-ହ୍ୱିଲର୍ (ଯାତ୍ରୀ/ମାଲ ପରିବହନ) ₹୧,୦୦୦ ଓ ₹୨,୦୦୦, ମୋଟର କ୍ୟାବ୍ ₹୨,୦୦୦ ଓ ₹୫,୦୦୦, ମୋଟର କାର୍/ଜିପ୍ ₹୨,୦୦୦ ଓ ₹୫,୦୦୦,ଟ୍ରାକ୍ଟର/ ଟ୍ରେଲର୍ ₹୨,୦୦୦ ₹୫,୦୦୦,ଉପରୋକ୍ତ ବର୍ଗରେ ଅନ୍ତର୍ଭୁକ୍ତ ନଥିବା ଅନ୍ୟ ସମସ୍ତ ଯାନ, ପରିବହନ ଯାନ ସମେତ ₹୩,୦୦୦ ଓ ₹୬,୦୦୦ ଫାଇନ ଦେବାକୁ ପଡ଼ିବ l
ଏହି ବ୍ୟବସ୍ଥା କେବଳ ବୈଧ PUC ସାର୍ଟିଫିକେଟ୍‌ର ଅବଧି ସମାପ୍ତ ହୋଇଥିବା ଅପରାଧ କ୍ଷେତ୍ରରେ ପ୍ରଯୁଜ୍ୟ ହେବ l ଅର୍ଥାତ୍, ଅନ୍ୟ କୌଣସି ମୋଟରଯାନ ଆଇନ ଉଲ୍ଲଂଘନ ପାଇଁ ଏହି ବିଜ୍ଞପ୍ତିର ବ୍ୟବସ୍ଥା ପ୍ରଯୁଜ୍ୟ ହେବ ନାହିଁ l ବିଜ୍ଞପ୍ତି ଅନୁଯାୟୀ, ଅପରାଧର ପ୍ରସିକ୍ୟୁସନ୍ ଆରମ୍ଭ ପୂର୍ବରୁ କିମ୍ବା ପ୍ରସିକ୍ୟୁସନ୍ ଆରମ୍ଭ ହେବା ପରେ ମଧ୍ୟ ନିର୍ଦ୍ଧାରିତ ଶୁଳ୍କ ଦେଇ ମାମଲା ସମାଧାନ କରାଯାଇପାରିବ l ପ୍ରସିକ୍ୟୁସନ୍ ରିପୋର୍ଟ ଦାଖଲ ପୂର୍ବରୁ ଯଦି ସମାଧାନ କରାଯାଏ, ତେବେ ସେହି ଅପରାଧ ସମ୍ପର୍କରେ ପରବର୍ତ୍ତୀ ସମୟରେ ପ୍ରସିକ୍ୟୁସନ୍ ରିପୋର୍ଟ ଦାଖଲ କରାଯିବ ନାହିଁ l ବୌଦ୍ଧ ଜିଲ୍ଲାର ସମସ୍ତ ଯାନମାଲିକ ଓ ଚାଳକଙ୍କୁ ନିଜ ଯାନର ପ୍ରଦୂଷଣ PUC ସାର୍ଟିଫିକେଟ୍‌ର ବୈଧତା ଯାଞ୍ଚ କରିବା ସହ ଏହା ସମୟୋପଯୋଗୀ ଭାବେ ନବୀକରଣ କରିବାକୁ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି l ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ସହ ସଡ଼କ ସୁରକ୍ଷା ଏବଂ ମୋଟରଯାନ ଆଇନର ଅନୁପାଳନ ପାଇଁ ପ୍ରତ୍ୟେକ ଯାନ ଚାଳକ ନିଜ ଯାନର ଆବଶ୍ୟକୀୟ ଦସ୍ତାବିଜପତ୍ର ବୈଧ ରଖିବା ଅତ୍ୟନ୍ତ ଜରୁରୀ l