ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୭୦ତମ ଜନ୍ମଦିନରେ ଗାନ୍ଧିଜୀଙ୍କ ସହଯୋଗୀ ଶିଳ୍ପପତି ଜି ଡି ବିର୍ଲା ନେହରୁଙ୍କ ପାଖକୁ ₹୭୦ ହଜାର ଟଙ୍କାର ଚେକ ପଠାଇଲେ।ଏହି ଟଙ୍କାକୁ ନେହରୁ ତାଙ୍କ ଇଛାରେ କୌଣସି ସର୍ବସାଧାରଣ କାର୍ଯ୍ୟରେ ବ୍ୟବହାର କରିବାକୁ ଲେଖିଲେ। ନେହରୁ ତୁରନ୍ତ ସେ ଚେକ ଫେରାଇ ଦେଲେ-Book unknown facets

Spread the love

ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୭୦ତମ ଜନ୍ମଦିନରେ ଦିନେ

  • ଦୁର୍ନୀତି କେମିତି କମିବ?

“ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୭୦ତମ ଜନ୍ମଦିନରେ ଗାନ୍ଧିଜୀଙ୍କ ସହଯୋଗୀ ଶିଳ୍ପପତି ଜି ଡି ବିର୍ଲା ନେହରୁଙ୍କ ପାଖକୁ ₹୭୦ ହଜାର ଟଙ୍କାର ଚେକ ପଠାଇଲେ।
ଏହି ଟଙ୍କାକୁ ନେହରୁ ତାଙ୍କ ଇଛାରେ କୌଣସି ସର୍ବସାଧାରଣ କାର୍ଯ୍ୟରେ ବ୍ୟବହାର କରିବାକୁ ଲେଖିଲେ। ନେହରୁ ତୁରନ୍ତ ସେ ଚେକ ଫେରାଇ ଦେଲେ।

ନେହରୁ ନିଜେ ସଚୋଟ ଥିଲେ ବି ରାଷ୍ଟ୍ରପତିଙ୍କ ପରାମର୍ଶ ପରେ ସାଥୀ ମନ୍ତ୍ରୀମାନଙ୍କ ଦୁର୍ନୀତି ତଦନ୍ତ ପାଇଁ ସ୍ଥାୟୀ ଟ୍ରାଇବ୍ୟୁନାଲ ବସାଇବାକୁ ଆଗ୍ରହୀ ନଥିଲେ!

•ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜେ ଦୁର୍ନୀତିଗ୍ରସ୍ତ ନଥିଲେ, ମାତ୍ର କାଳକ୍ରମେ କ୍ଷମତାରେ ବେଶୀ ଦିନ ରହିବାକୁ ଦୁର୍ନୀତିକୁ ପୂରା ପ୍ରଶ୍ରୟ ଦେଲେ!

•ରାଜନୀତିରେ ପ୍ରବେଶ ପାଇଁ ଅନିଛୁକ ଥିବା ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦୁର୍ନୀତିକୁ ବିରୋଧ କରୁଥିଲେ ବି ତାଙ୍କ ସାଥୀ ମନ୍ତ୍ରୀମାନଙ୍କ ଦୁର୍ନୀତି ପାଇଁ ବଦନାମ ହେଉଥିଲେ!

•ଦୁର୍ନୀତି କମାଇବା ପାଇଁ କଡ଼ା ଆଇନ ସହ ସ୍କୁଲରେ ପାଠ ପଢ଼ିବାଠାରୁ ଆରମ୍ଭ କରି ସବୁ ସ୍ତରରେ ସଚେତନତା ବଢ଼ିବା ଉଚିତ!
•ଲୋକ ନ ଭାବନ୍ତୁ, ଛୋଟ ଭୁଲ ପାଇଁ ଦଣ୍ଡ ମିଳୁଛି, ବଡ଼ ଖସି ଯାଉଛନ୍ତି“- ଡ. ଏ ପି ମୁଖାର୍ଜୀ, ପୂର୍ବତନ ସିବିଆଇ ନିର୍ଦେଶକ

Book📕: Unknown Facets of Rajiv Gandhi-Jyoti Basu-Indrajit Gupta (2014)