ଦାଦୀ ପ୍ରକାଶମଣି ଜୀଙ୍କ ୧୯ତମ ସ୍ମୃତି ପୁଣ୍ୟତିଥି ଓ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ବ୍ରହ୍ମାକୁମାରୀଜ୍ ବଡ଼ବିଲ୍ଠାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ,
୩୭ ୟୁନିଟ୍ ରକ୍ତ ସଂଗୃହୀତ
ବଡ଼ବିଲ, ୨୩ ଅଗଷ୍ଟ: ଦର୍ଶନ ସମୀକ୍ଷା
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ଆଦରଣୀୟା ଦାଦୀ ପ୍ରକାଶମଣି ଜୀଙ୍କ ୧୯ତମ ସ୍ମୃତି ପୁଣ୍ୟତିଥି (ବିଶ୍ୱ ବନ୍ଧୁତ୍ୱ ଦିବସ) ଅବସରରେ ଆଜି ବ୍ରହ୍ମାକୁମାରୀଜ୍ ବଡ଼ବିଲ ସେଣ୍ଟର ପରିସରରେ ଏକ ଦିବସୀୟ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।
ଶିବିରର ସୁଭାରମ୍ଭ ଦାଦୀଜୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ ପୂର୍ବକ ହୋଇଥିଲା। ଏହି ରକ୍ତଦାନ ଶିବିରଟି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ, ଡାକ୍ତର ଚନ୍ଦନ କୁମାର ବାରିକ ଏବଂ ‘ରକ୍ତବୀର ସମ୍ମାନ’ରେ ସମ୍ମାନିତ ଡାକ୍ତର ସଂଯୁକ୍ତା ଆଚାର୍ଯ୍ୟଙ୍କ ଗରିମାମୟ ଉପସ୍ଥିତି ଓ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସୁଚାରୁ ସଞ୍ଚାଳନ ଓ ମାର୍ଗଦର୍ଶନ ବ୍ରହ୍ମାକୁମାରୀଜ୍ ବଡ଼ବିଲ ଶାଖାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଜୟନ୍ତୀ ଭଉଣୀଙ୍କ ଦ୍ୱାରା କରାଯାଇଥିଲା।
ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ସମ୍ପାଦନ କରିବା ଏବଂ ପରିଚାଳନାରେ ସମାଜସେବୀ ଶ୍ରୀଯୁକ୍ତ ବିନୋଦ ଭାବସିଂହକା, ଶ୍ରୀଯୁକ୍ତ ରବି କୁମାର, ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ଏବଂ ସଂସ୍ଥାର ସଦସ୍ୟ ବ୍ରହ୍ମା କୁମାର ଅଶୋକ, ବ୍ରହ୍ମା କୁମାର ସନ୍ତୋଷ, ବ୍ରହ୍ମା କୁମାର ଅଞ୍ଜନ, ବ୍ରହ୍ମା କୁମାର କବି ସୂର୍ଯ୍ୟ ଓ ବ୍ରହ୍ମା କୁମାର ରମେଶ ପ୍ରମୁଖ ବିଶେଷ ସହଯୋଗ ଓ ଯୋଗଦାନ ଦେଇଥିଲେ।











