ଭୁବନେଶ୍ୱର:ପ୍ରଦୀପ କୁମାର ପଣ୍ଡା (ଦର୍ଶନ ସମୀକ୍ଷ)
ବିଜୁ ଜନତା ଦଳର ସଭାପତି ଭାବେ ଦଳର ସେବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ଏହି ଭଲପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ କରିରଖିଛି।
ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ବିଜୁ ବାବୁଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି।
ଆମର ନିର୍ବାଚିତ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଅନ୍ୟ ନିର୍ବାଚିତ ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଉଛି।
ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବା ପାଇଁ ସୁଯୋଗ ପାଇଥିଲା। ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଲାଗି ଆଦର୍ଶ ହୋଇଥିଲା।
ବିଜୁ ଜନତା ଦଳର ସାଙ୍ଗଠନିକ କ୍ଷମତାକୁ କେହି ହେୟ କରିବା ଉଚିତ ନୁହେଁ। ଆମର ପ୍ରତି କର୍ମୀ ଭାଇଭଉଣୀମାନଙ୍କ ଉତ୍ସାହ ବହୁତ ଉଚ୍ଚା ଅଛି। ସେହିମାନେ ହିଁ ହେଉଛନ୍ତି ଆମ ଦଳର ବାସ୍ତବ ଶକ୍ତି। ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି। ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ।
ଓଡ଼ିଶାବାସୀଙ୍କ ସଶକ୍ତିକରଣ ଆମର ସଂକଳ୍ପ। ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତିକରଣ ଆମର ସଂକଳ୍ପ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡ଼ି ହୋଇ ରହିଛି ଓ ରହିବ। ଓଡ଼ିଶାର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ। ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଆଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ। ବିଜୁ ଜନତା ଦଳ ସବୁବେଳେ ତା’ର ଆଦର୍ଶରେ ଦୃଢ଼ ରହିଛି ଓ ରହିବ।
ଗତ ନିର୍ବାଚନରେ ଆମେ କମ୍ ବ୍ୟବଧାନରେ ହାରିଥିଲେ ସୁଦ୍ଧା ଅଧିକ ଭୋଟ୍ ପାଇଛନ୍ତି। ଏହାର କାରଣ ଆମେ ସେମାନଙ୍କ ମିଛ କଥାର ସଠିକ୍ ଭାବେ ଜବାବ ରଖିପାରିଲେ ନାହିଁ। ଆମକୁ ଲୋକଙ୍କ ପାଖରେ ପହଞ୍ଚି, ବିଶେଷ କରି ସୋସିଆଲ୍ ମିଡିଆରେ ସକ୍ରିୟ ରହି ଏହାର ଦୃଢ଼ ଜବାବ ଦେବାକୁ ହେବ। ସୋସିଆଲ ମିଡିଆରେ ନିଜର ଉପସ୍ଥିତି ଆହୁରି ଦୃଢ଼ କରିବାକୁ ହେବ।
ଏବେ ବି ବିଜେଡି ବିରୋଧରେ ମିଛ ପ୍ରଚାର କରିବା ହେଉଛି ସେମାନଙ୍କ ମୁଖ୍ୟ ରଣନୀତି। ବିଜେଡିର କର୍ମୀ ଭାଇଭଉଣୀମାନଙ୍କ ଉପରେ ମୋର ପୁରା ଭରସା ଅଛି। ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ। ଓଡ଼ିଶାର ସବୁ ଗାଁ, ସବୁ ସହରରେ ଆମ ସେବାର ବାର୍ତ୍ତା ପହଞ୍ଚାଇବେ। #BJDWithOdisha