Spread the love

Breaking News –

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍।ମୋଟ ୯ଟି ଯାଗାରେ ଚାଲିଛି ରେଡ୍।ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ

ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚାଲିଛି ରେଡ୍।ତା ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ ରେ ଥିବା ଦୁଇ ଝିଅଙ୍କ ଘରେ ବି ଚାଲିଛି ରେଡ୍। ଅଧିକ ତଦନ୍ତ ପାଇଁ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଲା ଭିଜିଲାନ୍ସ ଟିମ |

ସମୁଦାୟ ୯ ଟି ଟିମ ଏକା ସହିତ ଚଢ଼ାଉ କରୁଛନ୍ତି, ପ୍ରାୟ 19ରୁ ଅଧିକ ପ୍ଲଟ ଥିବାର ସୂଚନା ମିଳୁଛି, ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣା ର ୯ ଟି ସ୍ଥାନରେ ଚଢ଼ାଉ କରୁଛନ୍ତି |ତେବେ ସବୁଠାରୁ ବଡ କଥା ହେଉଛି ରାମ ଚନ୍ଦ୍ରଙ୍କ ବଡ ଝିଅ ଓ ଜ୍ୱାଇଁ ରହୁଥିବା ଜୁନାଗଡ଼ ରୁ ନଗଦ 22ଲକ୍ଷ୍ୟ ଟଙ୍କା ଜବତ କରାଯାଇଛି |

Leave a Reply

Your email address will not be published. Required fields are marked *