Spread the love

ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ/ବ୍ରହ୍ମପୁର,୧୪।୮(ଡ.କୁମୁଦ ଚନ୍ଦ୍ର ବେହେରା): ଦର୍ଶନ ସମୀକ୍ଷା

ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ଥାନୀୟ ଉତ୍କଳବାଳାଶ୍ରମ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରାଜଶ୍ରୀ ଦାଶ, ଶିଶୁ କଲ୍ୟାଣ ସମିତିର ସଦସ୍ୟ ହରିହର ପାଢ଼ୀ, ସୌଦାମିନୀ ସାହୁ, ସୁଭଦା ରାଣୀ ନାୟକ ଓ ଜଗନ୍ନାଥ ଚୌଧୁରୀ, ଅନୁଷ୍ଠାନିକ ଅଧିକାରୀ ସରତ ଚନ୍ଦ୍ର ମହାରଣାଙ୍କ ସମେତ ସୁଦାମ ପାଣିଗ୍ରାହୀ, ଶିବ ପ୍ରସାଦ ରଥ ଓ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।
ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ , ଚାଇଲ୍ଡଲାଇନ୍ ଓ ପର୍ଯ୍ୟବେକ୍ଷଣ ଗୃହର ଅଧିକାରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବକ୍ତାମାନେ ଶିଶୁଙ୍କ ମୌଳିକ ଅଧିକାର, ବାଲ୍ୟ ବିବାହ ନିରାକରଣ, ପୋକ୍ସୋ ଆଇନ (), ଶିଶୁ ଶ୍ରମ ନିଷେଧ ଆଇନ, ଏବଂ ଶିଶୁ ସୁରକ୍ଷା କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବର୍ତ୍ତମାନ ସମୟରେ ଶିଶୁଙ୍କ ପ୍ରତି ହିଂସା, ଅବହେଳା, ଶୋଷଣ ଓ ବାଲ୍ୟ ବିବାହ ଭଳି ସାମାଜିକ ସମସ୍ୟାକୁ ରୋକିବା ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଶିଶୁଙ୍କ ଅଧିକାର ସୁରକ୍ଷା ସହ ସେମାନଙ୍କୁ ଏକ ସୁରକ୍ଷିତ ଓ ସକାରାତ୍ମକ ପରିବେଶ ପ୍ରଦାନ କରିବା ପାଇଁ ସମସ୍ତଙ୍କୁ ସଚେତନ ଓ ଦାୟିତ୍ୱବାନ ହେବାକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ଅଧିକ ନିଷ୍ଠା ଓ ସମନ୍ୱୟ ସହ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ।