(୧)”ତା୦୨.୦୮.୨୦୨୬ରିଖର ଭଙ୍ଗା ଖବର-
BREAKING NEWS”:-
ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ “ବିକଶିତ ଭାରତ ପାଇଁ ନଶା ମୁକ୍ତ ଯୁବା ସଂକଳ୍ପ ଅଭିଯାନ – Nasha Mukt Yuva for Viksit Bharat Sankalp Abhiyan” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
(୨) ତା୨୨.୦୩.୨୦୧୮ରିଖର ଯୁଗାନ୍ତକାରୀ ଖବର ଥିଲା” :-
“ସମଗ୍ର ଦେଶରେ ନିଶା ନିବାରଣ ନହୋଇ କାଁ ଭାଁ କେଉଁଠି କେଉଁଠି ହେଲେ ତାହା ସଫଳ ହେବନାହିଁ, ଯେମିତି ଗୁଜୁରାଟ ଓ ବିହାରରେ ସଂପୂର୍ଣ୍ଣ ସଫଳ ହେଉନାହିଁ” ଆଧାରରେ “ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ -ମୋନା”ର ଅଧ୍ୟକ୍ଷ, ଗାନ୍ଧିବାଦି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକ ମହାଶୟ ତା୨୨.୦୩.୨୦୧୮ରିଖରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଭେଟି ଏ ଦିଗରେ “ସବୁ ମୂଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସମଗ୍ର ଦେଶରେ ନିଶା ନିବାରଣ ଆଇନ ପ୍ରଚଳନ କରେଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।”
ଏହି ସାକ୍ଷାତକାର ଉପରେ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ “Had a wonderful interaction with the eminent freedom fighter, Gandhian and ex- MLA of Odisha,
Sri Padma Charan Nayak.He has lived a life of simplicity and service. His efforts to free society from social evils, including alcoholism ( ମଦ୍ୟପାନ) are inspiring”.( But Sri Nayaka is not categorised as a Freedom Fighter as per Govt. records.)
(୩)”ବେଳକୁ ବେଳ ଏହିମତେ , ପରମାନନ୍ଦ ଏ ଜଗତେ” ଭଳି —————————————————
ପଦଟି ଆଧାରରେ, “ଯାହାହେଉ, ଏଥର ପାଚିବ”‘ ଆଶାରେ ଆମେ ପରମ ଆନନ୍ଦ ଲାଭ କରିଥିଲୁ। କିନ୍ତୁ ଦୀର୍ଘ ୦୭ ବର୍ଷପରେ, “ପ୍ରଚେଷ୍ଟାଟି ପାଚିବା ସ୍ଥାନରେ ମୋଟେ କଷି ଧରିନଥିବା ମନକୁ କଷ୍ଟ ଦେଉଥିବା ସମୟରେ”, ତା୧୫.୧୦.୨୦୨୫ରିଖର ଗୋଟିଏ ଖବରକାଗଜରେ ପ୍ରକାଶିତ
“ମଦମୁକ୍ତ ଭାରତ ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ ନିଶା ନିବାରଣ କର୍ମୀ” ଶୀର୍ଷକ ସମ୍ବାଦଟିଏକୁ ପଢି, ଘୋର ଅସୁସ୍ଥତା କାରଣରୁ ଆଉ କୌଣସି ଆନ୍ଦୋଳନରେ ଭାଗ ନେଇପାରୁନଥିବା ମୋରି ମନରେ ପୁନଃ ପରମ ଆନନ୍ଦ ସଞ୍ଚରି ଯାଇଛି, ” ସମ୍ପୂର୍ଣ୍ଣ ନିଶା ନିବାରଣ ଆଶାଟି ଏଥର ନିଶ୍ଚିତ ପାଚିବ ଆଶାରେ”।
ପ୍ରକାଶିତ ଖବରଟି ହେଉଛି ” ଗାନ୍ଧୀବାଦୀ, ‘ମଦମୁକ୍ତ ଭାରତ ଅଭିଯାନ’ର ଆବାହକ ତଥା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ସୋନା)ର ସଭାପତି ଶ୍ରୀ ପଦ୍ମ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ୦୬ ଜଣିଆ ପ୍ରତିନିଧି ଦଳ ଆଜି ‘ମଦମୁକ୍ତ ଭାରତ’ ପାଇଁ ନୁଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ।ମଦ ଓ ନିଶାଦ୍ରବ୍ୟର ବିନାଶକାରୀ ପ୍ରଭାବ କିଭଳି ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡୁଛି, ସେ ସମ୍ପର୍କରେ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ।
ମଦ ସମଗ୍ର ଭାରତବର୍ଷରେ ଘରୋଇ ହିଂସା, ଅପରାଧ, ଦାରିଦ୍ର୍ୟ ସ୍ୱାସ୍ଥ୍ୟହାନୀ ଓ ନୈତିକ ଅବକ୍ଷୟର ପ୍ରମୁଖ କାରଣ ପାଲଟିଛି। ସମନ୍ୱୟ ଅଭାବରୁ ‘ରାଜ୍ୟସ୍ତରୀୟ ନିଶା ନିବାରଣ ନୀତି ‘ ସଫଳ ହୋଇପାରୁନାହିଁ।ପଡୋଶୀ ରାଜ୍ୟଗୁଡ଼ିକରୁ ମଦର ଅନୁପ୍ରବେଶ ସମସ୍ତ ପ୍ରୟାସକୁ ଦୁର୍ବଳ କରିଦେଉଛି।
ରାଷ୍ଟ୍ରପତିଙ୍କ ସହ ଆଲୋଚନା ବେଳେ ପ୍ରତିନିଧି ଦଳ “ଭାରତୀୟ ସମ୍ବିଧାନ ଅଧିନରେ ରାଷ୍ଟ୍ରପାଇଁ ସାମ୍ବିଧାନିକ ନୀତି ନିର୍ଦ୍ଦେଶରେ ସମ୍ବିଧାନର ୪୭ଧାରାକୁ ଉଲ୍ଲେଖ କରିଥିଲେ, ଯେଉଁଥିରେ ନାଗରିକଙ୍କ ସ୍ୱାସ୍ଥ୍ୟ ରକ୍ଷାପାଇଁ କ୍ଷତିକାରକ ନିଶା ଓ ମାଦକଦ୍ରବ୍ୟକୁ ନିଷିଦ୍ଧ କରିବାକୁ କ୍ଷମତା ଦିଆଯାଇଛି’।ଏହାର ଉପଯୋଗ କରି ରାଷ୍ଟ୍ରପତି ମହୋଦୟାଙ୍କୁ ଅନୁରୋଧ କରାଯାଇଛି ଯେ, ‘
ସେ ମଦମୁକ୍ତ ଭାରତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଯଥାଯଥ ପରାମର୍ଶ ଦିଅନ୍ତୁ ।”
ମଦଯୋଗୁ ସମାଜରେ ଅନେକ ବିଘଟଣ ଘଟୁଥିବା ଉପରେ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଥିଲେ।” ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରେ ଦେଶବ୍ୟାପୀ ମଦ ଓ ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ନିଷିଦ୍ଧପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିଙ୍କୁ ପତ୍ର ଜରିଆରେ ପରାମର୍ଶ ଦିଆଯିବ ବୋଲି ରାଷ୍ଟ୍ରପତି ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି”।
ଏଭଳି କରିବାକୁ କ୍ଷମତାପ୍ରାପ୍ତ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦିଜୀ,
ଶ୍ରୀ ନାୟକଙ୍କର ଗତ ୦୭ ବର୍ଷ ତଳର ଅନୁରୋଧ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ପରିସ୍ଥିତିରେ, “ମହାମହିମ ରାଷ୍ଟ୍ରପତିଙ୍କ ପ୍ରତିଶୃତି ଜନିତ ପରମ ଆନନ୍ଦ ପରିସ୍ଥିତି” କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ କେଜାଣି!
(୪) “୫୦ ଦିନରୁ ଅଧିକ ସମୟର ଅଭଙ୍ଗା ଖବର
UN-BREAKING NEWS”:-
ତା୧୨.୦୬.୨୦୨୬ରିଖରୁ “ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ମୋନା (MONNA)” ତରଫରୁ “ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ” ଦାବିରେ ଦୀର୍ଘ ୫୦ଦିନରୁ ଅଧିକ ସମୟ ଧରି ଭୁବନେଶ୍ବରର ବିଧାନସଭା ନିକଟସ୍ଥ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଆଗରେଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖକୁ ଯାଉଥିବ “ତ୍ରୀରଙ୍ଗା ଯାତ୍ରା” ଉପରେ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କି?
(୫) ତେବେ, “ଭଗବାନଙ୍କ ସୃଷ୍ଟିରେ ଡେରି ହୋଇପାରେ, କିନ୍ତୁଅନ୍ଧକାର ନାହିଁ; ————————————————–
ଭଳି ବାଣୀଟିର ଆଧାରରେ,ଅନ୍ତତଃ ତା୦୨.୦୮.୨୦୨୬ରିଖରେ ଆରମ୍ଭ ହୋଇଥିବା ଅଧା-ପନ୍ତୁରିଆ ଯୋଜନାଟିର ” ଆରମ୍ଭ ଶୁଭମୟ ହେଉ- आरम्भे शुभाय भवतु, ଏତିକି ପ୍ରାର୍ଥନା।”
“ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ବଜରଙ୍ଗବାଲୀ କି-ଜୟ.”
















Leave a Reply