ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ, କାନ୍ଦୁଥା ଯାହା ପାଉଛୁ ବାନ୍ଧୁ ଥା- ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର

Spread the love

“କେଡେ କେଡେ ଗଲେ ଫସରଫାଟି,
ଇଏ ଆସିଛନ୍ତି ବେସର ବାଟି” ଭଳି ଓଡ଼ିଆ ଢଗଟିଏ ଉପରେ ଆଧାରିତ, ଯାହାର ସାରମର୍ମ ହେଉଛି,
“ବଡ଼ ବଡ଼ ସମର୍ଥ, ଜ୍ଞାନୀ, କିମ୍ବା ଶକ୍ତିଶାଳୀ ଲୋକମାନେ ଯେଉଁ କାମରେ ବିଫଳ ହୋଇସାରିଛନ୍ତି କିମ୍ବା ଯେଉଁ ସମସ୍ୟାର ସମାଧାନ କରିପାରି ନାହାନ୍ତି, ସେଠାରେ ଅତି ସାଧାରଣ, ଅକ୍ଷମ କିମ୍ବା ଅନୁଭବହୀନ ବ୍ୟକ୍ତିଜଣକ ଆସି ସେହି କାମକୁ ନିଜେ କରିଦେବେ ବୋଲି ବାହାସ୍ଫୋଟ ମାରିବା କିମ୍ବା ଅତିରିକ୍ତ ଆତ୍ମବିଶ୍ୱାସ ଦେଖାଇବା।”
ମୁଁ ଏହା ବାବଦରେ ଆଲୋଚନାଟିଏକୁ 👇 ସ୍ଥାନିତ କରିଛି:-
“ପିଢ଼ିଗତ ଗୋଷ୍ଠୀ / ବର୍ଗୀକରଣ(୨୦୨୬ର ଆକଳନ ଆଧାରରେ), ପୃଥିବୀର ମଣିଷମାନଙ୍କୁ, ସେମାନଙ୍କର ବୟସ ଅନୁସାରେ ୦୭ଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି, ଯଥା;
(୧) ସାଇଲେଣ୍ଟ ଜେନେରେସନ୍ (ଟ୍ରାଡିସନାଲିଷ୍ଟସ) / SILENT GENERATION (TRADITIONALISTS):-
ଜନ୍ମ ୧୯୨୮–୧୯୪୫। ବୟସ ପ୍ରାୟ ୮୧–୯୮। ମହାମାନ୍ଦାବସ୍ଥା (Great Depression) ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବଡ଼ ହୋଇଥିଲେ। ପ୍ରାୟତଃ ବ୍ୟାବହାରିକ, ସାବଧାନ, କଠିନ ପରିଶ୍ରମୀ ଏବଂ କ୍ଷମତା/କର୍ତ୍ତୃପକ୍ଷଙ୍କୁ ସମ୍ମାନ ଦେଉଥିବା ବ୍ୟକ୍ତି ଭାବରେ ବର୍ଣ୍ଣନା କରାଯାଏ।
(୨) ବେବି ବୁମର୍ସ / BABY BOOMERS:-
ଜନ୍ମ ୧୯୪୬–୧୯୬୪। ବୟସ ପ୍ରାୟ ୬୨–୮୦। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟର ଶିଶୁ ବୃଦ୍ଧି (Baby boom) ପିଢ଼ି। ବ୍ୟକ୍ତିଗତତା, ଦୃଢ଼ କାର୍ଯ୍ୟ ନୈତିକତା, ପ୍ରତିଯୋଗିତାମୂଳକ ମନୋଭାବ ଏବଂ ପ୍ରମୁଖ ସାମାଜିକ/ସାଂସ୍କୃତିକ ପ୍ରଭାବ (ନାଗରିକ ଅଧିକାର, ବିପରୀତ ସଂସ୍କୃତି, ଏବଂ ପରବର୍ତ୍ତୀ ସମୟରେ କର୍ପୋରେଟ୍ ଓ ରାଜନୈତିକ ନେତୃତ୍ୱ) ପାଇଁ ଜଣାଶୁଣା।
(୩) ଜେନେରେସନ୍ ଏକ୍ସ / GENERATION X:-
ଜନ୍ମ ୧୯୬୫–୧୯୮୦। ବୟସ ପ୍ରାୟ ୪୬–୬୧। ଏମାନେ ସ୍ୱାବଲମ୍ବୀ, ସ୍ୱାଧୀନ, ସମ୍ପଦଶାଳୀ, ଅନୁଷ୍ଠାନଗୁଡ଼ିକ ପ୍ରତି ସନ୍ଦେହୀ ଏବଂ କାର୍ଯ୍ୟ-ଜୀବନର ସନ୍ତୁଳନକୁ ଗୁରୁତ୍ୱ ଦିଅନ୍ତି ଓ ଆନାଲଗ୍‌ ଏବଂ ଡିଜିଟାଲ୍‌ ଦୁନିଆ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରନ୍ତି।
(୪) ମିଲେନିଆଲ୍ସ (ଜେନେରେସନ୍ ୱାଇ) / MILLENNIALS (GENERATION Y):-
ଜନ୍ମ ୧୯୮୧–୧୯୯୬। ବୟସ ପ୍ରାୟ ୩୦–୪୫। ୨୦୦୦ ମସିହା ଆଖପାଖରେ ଏବଂ ଇଣ୍ଟରନେଟର ଅଭ୍ୟୁଦୟ ସମୟରେ ବୟସ୍କ ହୋଇଥିଲେ। ଏମାନେ ଡିଜିଟାଲ୍‌ ପାୟୋନିୟର୍‌ (ପ୍ରଥମ ବ୍ୟବହାରକାରୀ) , ଅଭିଜ୍ଞତା ଏବଂ ପ୍ରାମାଣିକତାକୁ ଗୁରୁତ୍ୱ ଦିଅନ୍ତି; ବିବାହ ଏବଂ ଘର କିଣିବା ଭଳି ପାରମ୍ପରିକ ଲକ୍ଷ୍ୟଗୁଡ଼ିକୁ ପ୍ରାୟତଃ ବିଳମ୍ବ କରନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଜେନେରେସନ୍‌ ଆଲଫା (Generation Alpha) ର ପିତାମାତା।
(୫) ଜେନେରେସନ୍ ଜେଡ୍ (ଜୁମର୍ସ) / GENERATION Z (ZOOMERS):-
ଜନ୍ମ ୧୯୯୭–୨୦୧୨। ବୟସ ପ୍ରାୟ ୧୪–୨୯। ପ୍ରଥମ ପ୍ରକୃତ ଡିଜିଟାଲ୍ ନେଟିଭ୍‌, ଯେଉଁମାନେ ସ୍ମାର୍ଟଫୋନ୍ ଏବଂ ସୋସିଆଲ୍ ମିଡିଆ ସହିତ ବଡ଼ ହୋଇଛନ୍ତି। ବିବିଧ, ବ୍ୟାବହାରିକ, ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ, ଉଦ୍ୟୋଗୀ ଏବଂ ସାମାଜିକ ଭାବରେ ସଚେତନ।
(୨୦୨୬ ସୁଦ୍ଧା, ଏହାର ଅର୍ଥ ହେଉଛି ଯେ Gen Z ର ବୟସ ପ୍ରାୟ:
ସବୁଠାରୁ କମ୍ ବୟସ: ୧୪ ବର୍ଷ (୨୦୧୨ ମସିହାରେ ଜନ୍ମ)
ସବୁଠାରୁ ଅଧିକ ବୟସ: ୨୯ ବର୍ଷ -୧୯୯୭ ମସିହାରେ ଜନ୍ମ)
(୬) ଜେନେରେସନ୍ ଆଲଫା / GENERATION ALPHA:-
ଜନ୍ମ ୨୦୧୦–୨୦୨୪। ବୟସ ପ୍ରାୟ ୨–୧୬। ମିଲେନିଆଲ୍ସ (ଏବଂ କିଛି ପୁରୁଣା ଜେନ୍ ଜେଡ୍‌) ଙ୍କ ସନ୍ତାନ। ଆଇପ୍ୟାଡ୍, ସ୍ମାର୍ଟଫୋନ୍, ଷ୍ଟ୍ରିମିଂ ଏବଂ ପ୍ରାରମ୍ଭିକ AI ଦୁନିଆରେ ଜନ୍ମଗ୍ରହଣ କରିଛନ୍ତି। ଶୈଶବରୁ ହିଁ ଟେକ୍ନୋଲୋଜିରେ ଅତ୍ୟନ୍ତ ଦକ୍ଷ; ଏମାନଙ୍କର ବୟସ୍କ ସୁଲଭ ଗୁଣଗୁଡ଼ିକ ଏବେ ବି ବିକଶିତ ହେଉଛି।
(୭) ଜେନେରେସନ୍ ବିଟା / GENERATION BETA:-
ଜନ୍ମ ୨୦୨୫–୨୦୩୯। ବୟସ ୦–୧+। ସବୁଠାରୁ ନୂତନ ପିଢ଼ି (୧ ଜାନୁଆରୀ ୨୦୨୫ ରୁ ଆରମ୍ଭ)। କମ୍‌ ବୟସ୍କ ମିଲେନିଆଲ୍ସ ଏବଂ ବୟସ୍କ ଜେନ୍‌ ଜେଡ୍‌ଙ୍କ ସନ୍ତାନ। AI, ଅତ୍ୟାଧୁନିକ କନେକ୍ଟିଭିଟି ଏବଂ ଇମର୍ସିଭ୍‌ ଟେକ୍ନୋଲୋଜି ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ବଡ଼ ହେବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରୁ ଅନେକ ୨୨ଶ ଶତାବ୍ଦୀ ପର୍ଯ୍ୟନ୍ତ ଜୀବିତ ରହିବେ।
(୮) ସୂଚନା / NOTE:-
ସୀମାରେଖାଗୁଡ଼ିକ ଆନୁମାନିକ ଏବଂ ଆନୁଷ୍ଠାନିକ ଭାବରେ ସ୍ଥିର ନୁହେଁ। “ପ୍ୟୁ ରିସର୍ଚ୍ଚ ସେଣ୍ଟର (Pew Research Center)” ର ସଂଜ୍ଞା, ପୁରୁଣା ଗ୍ରୁପ୍‌ଗୁଡ଼ିକ ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ। ମାର୍କ ମ୍ୟାକକ୍ରିଣ୍ଡଲ (Mark McCrindle) ଙ୍କ ଫ୍ରେମୱାର୍କ ଆଲଫା ଏବଂ ବିଟା ପାଇଁ ମୁଖ୍ୟ ଆଧାର ଅଟେ। ବିଭିନ୍ନ ଉତ୍ସଗୁଡ଼ିକ ମଧ୍ୟରେ ଗୋଟିଏ ବର୍ଷର ସାମାନ୍ୟ ପାର୍ଥକ୍ୟ ଦେଖାଯାଏ।
” ଆଜି ଏହାର ଉପସ୍ଥାପନା କାହିଁକି?”:-
(୧) ଯୁଗ ଯୁଗ ଧରି, “ବେବି ବୁମର୍ସ ପିଢୀ ଏବଂ X ପିଢୀର
ସମାଜମନସ୍କ ବ୍ୟକ୍ତିମାନଙ୍କର ସହାୟତାରେ”ମିଲେନିଆଲ୍ସ (ଜେନେରେସନ୍ ୱାଇ) / MILLENNIALS (GENERATION Y)+ ଜେନେରେସନ୍ ଜେଡ୍ (ଜୁମର୍ସ) / GENERATION Z (ZOOMERS)ର ସମାଜମନସ୍କଗଣ, “ସମାଜରେ ଘଟୁଥିବା ସବୁ ପ୍ରକାର ନକରାତ୍ମକ କାର୍ଯ୍ୟର ପ୍ରତିରୋଧ କରିଥାଆନ୍ତି, କିଛି କିଛି ପରିବର୍ତ୍ତନ ବି ଆଣନ୍ତି”,
(୨) କିନ୍ତୁ, ଗତ କିଛି ବର୍ଷ ଧରି ଏମାନେ ବି ନକରାତ୍ମକ କାର୍ଯ୍ୟର ସ୍ରଷ୍ଟାମାନଙ୍କ ସହିତ ଯୋଡି ହୋଇଥିଲେ,
(୩) କିନ୍ତୁ ବୋଧହୁଏ ଏମାନଙ୍କ ଭିତରେ ନିଜର ଭଲ ପାଇଁ କିଛି ଆବେଗ ସୃଷ୍ଟି ହେବାରୁ, ଏମାନେ ପୂର୍ବର ପଦ୍ଧତି ଆଧାରରେ ପୁଣି ରାସ୍ତକୁ ଓହ୍ଲେଇଛନ୍ତି।
(୪) ଏଥିରେ ଆଉ ଗୋଟିଏ ବିଶେଷତ୍ତ୍ୱ ହେଉଛି “ଜେନେରେସନ୍ ଆଲଫା / GENERATION ALPHA” ର ଯେଉଁମାନେ ପ୍ରକୃତ ଶିକ୍ଷାପ୍ରାପ୍ତିରୁ ବଞ୍ଚିତ, ସେମାନେ ବି ରାସ୍ତାକୁ ଓଲ୍ହେଇଛନ୍ତି।
(କ)ଜେନ୍ ଜି (Gen Z) ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କଲେ।
(ଖ)ଜେନ୍ ଆଲଫା (Gen Alpha) ସ୍କୁଲ ଛାତ୍ରଛାତ୍ରୀମାନେ ଏବେ ପଙ୍ଖା, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ଶିକ୍ଷକ ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।
(୫)ଏହା କୌଣସି ଆକସ୍ମିକ କ୍ରୋଧ ନୁହେଁ।
ଏହା ବିଫଳତା ପ୍ରତି ଦୁଇଟି ପିଢ଼ିର ପ୍ରତିକ୍ରିୟା,
“ଏପରି ଏକ ବ୍ୟବସ୍ଥା ବିରୁଦ୍ଧରେ,ଯାହା କ୍ରମାଗତ ଭାବରେ ପ୍ରଶ୍ନପତ୍ର ଲିକ୍, ବେକାର ଗ୍ରାଜୁଏଟ୍, ଭଙ୍ଗାରୁଜା ସ୍କୁଲ ଏବଂ ଶୂନ୍ୟ ପ୍ରକୃତ ଉତ୍ତରଦାୟିତ୍ୱ ସୃଷ୍ଟି କରିଚାଲିଛି।”
(୬) ତେବେ, ଏଇଠି ମନରେ ଯେଉଁ ଦ୍ୱନ୍ଦଟି ଆସୁଛି,
ତାହା ହେଉଛି,
” ଜେନ୍ ଜି + ଜେନ୍ ଆଲଫାଙ୍କ ଆନ୍ଦୋଳନ ଗଭୀରଭାବେ ପଚାସୋଢ଼ା ବ୍ୟବସ୍ଥାକୁ ସଫା କରିପାରିବ କି?”
(କ)କିନ୍ତୁ ଗୋଟିଏ ଇସ୍ତଫା ସଂସ୍କାର ନୁହେଁ,
(ଖ)ଭାଇରାଲ୍ ପ୍ରତିବାଦ ସଂରଚନାତ୍ମକ ପରିବର୍ତ୍ତନ ନୁହେଁ,
(ଗ)ଯଦି ଏହି ଶକ୍ତି କିଛି ସଫଳତା ପରେ ଧୀମେଇ ଯାଏ, ତେବେ ଏହି ପଚାସୋଢ଼ା ବ୍ୟବସ୍ଥା ଜାରି ରହିବ,
(ଘ)ଯଦି ଏହା ତୀକ୍ଷ୍ଣ, ସଂଗଠିତ ରହେ ଏବଂ ନିରନ୍ତର ରାଜନୈତିକ ଚାପ ଓ ଭୋଟ୍ ଶକ୍ତିରେ ପରିଣତ ହୁଏ , ତେବେ ପ୍ରକୃତ ପରିବର୍ତ୍ତନ ସମ୍ଭବ ହେବ।
(ଙ)ଯୁବପିଢ଼ି ଥକିଯିବେ କିମ୍ବା ଅନ୍ୟଆଡ଼େ ମନ ଧ୍ୟାନ ଦେବେ ବୋଲି “ବ୍ୟବସ୍ଥା” ଆଶା ରଖିଛି, ଏହାକୁ ବିଫଳ ଓ ବଦନାମ କରିବାକୁ “ବ୍ୟବସ୍ଥା” ଯଥେଷ୍ଟ କିଛି ପଦକ୍ଷେପସମୂହ ଗ୍ରହଣ କରୁଛି।
ଏଭଳି ଲଢେଇ “ସ୍ଥାୟୀ ପରିବର୍ତ୍ତନ ଆଡ଼କୁ ନେଉଛି କି ନାହିଁ, ତାହା ଏମାନେ କେତେ ସମୟ ଏବଂ କେତେ ଗାମ୍ଭୀର୍ଯ୍ୟର ସହ ଏହି ଲଢ଼େଇରେ ରହୁଛନ୍ତି, ଅନ୍ୟ ଦୁଇଟି ପିଢୀ ତରଫରୁ ଉପଯୁକ୍ତ ମାର୍ଗଦର୍ଶନ ମିଳୁଛି କି ନାହିଁ ତାହା ଉପରେ ନିର୍ଭର କରେ।”
(୬) “ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ, ପଚାସଢା ବ୍ୟବସ୍ଥାରେ କିଛି ଉନ୍ନତି ହୋଇ ପାରିଲେ, ” କାନ୍ଦୁଥା, ଯାହା ପାଉଛୁ ବାନ୍ଧୁ ଥା, /ଘରପୋଡିରୁ କୁଟାଖିଏ ଲାଭ”ଭଳି ଓଡ଼ିଆ ଲୋକକଥାର ସାରମର୍ମ ପ୍ରମାଣିତ ହୁଅନ୍ତା।
(୭) ସବୁ ସେହି”ଜୟ ଜଗନ୍ନାଥ”ଙ୍କ କରୁଣା ଉପରେ ନିର୍ଭରଶୀଳ, ଯେହେତୁ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ,”କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।”

Leave a Reply

Your email address will not be published. Required fields are marked *