ଆମର ଶାସ୍ତ୍ରରେଥିବା,
“ପୁତ୍ର ନିବେଶୀ ପତ୍ନୀ ପାଶେ, ଅଥବା ଚଳିବ ସନ୍ୟାସେ।”
ଭଳି ନୀତିବାଣୀଟିଏ ଉପରେ ଆଧାରିତ।
ଆମର ମହାନ “ମନୁସ୍ମୃତି (ଅଧ୍ୟାୟ ୬), ଜାବାଳ ଉପନିଷଦ, ମହାଭାରତର ଶାନ୍ତି ପର୍ବ, ଏବଂ ଅନ୍ୟାନ୍ୟ ଧର୍ମଗ୍ରନ୍ଥଗୁଡିକରେ ଉଲ୍ଲେଖ ରହିଛି ଯେ, “ଜଣେ ସଜ୍ଜନ ନିଜର ଜୀବନକୁ
୦୪ଟି ଆଶ୍ରମ ବ୍ୟବସ୍ଥା ଭିତରେ ପରିଚାଳିତ କରେଇବା ଉଚିତ,
ଯେଉଁଗୁଡିକ ହେଉଛି;
(୧)”ବ୍ରହ୍ମଚର୍ଯ୍ୟ ଆଶ୍ରମ (ପ୍ରାୟ ୦–୨୫ ବର୍ଷ)”:-
ମୁଖ୍ୟ କର୍ତ୍ତବ୍ୟସମୂହ:
(କ)ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ,
(ଖ)ବେଦ, ଶାସ୍ତ୍ର ଓ ବିଭିନ୍ନ ବିଦ୍ୟାର ଅଧ୍ୟୟନ,
(ଗ)ଇନ୍ଦ୍ରିୟ ସଂଯମ ଓ ଚରିତ୍ର ଗଠନ,
(ଘ)ସତ୍ୟ, ଶୃଙ୍ଖଳା ଓ ସେବାର ଅଭ୍ୟାସ,
(ଉ)ମାତା, ପିତା ଓ ଗୁରୁଙ୍କ ପ୍ରତି ସମ୍ମାନ।
(୨)ଗୃହସ୍ଥ ଆଶ୍ରମ (ପ୍ରାୟ ୨୫–୫୦ ବର୍ଷ):-
ମୁଖ୍ୟ କର୍ତ୍ତବ୍ୟସମୂହ:
(କ)ବିବାହ କରି ପରିବାର ଗଠନ,
(ଖ)ସତ୍ ଉପାୟରେ ଜୀବିକା ଅର୍ଜନ,
(ଗ)ପତ୍ନୀ, ସନ୍ତାନ ଓ ପିତାମାତାଙ୍କର ଦେଖାଶୁଣା,
(ଘ)ଦାନ, ଯଜ୍ଞ, ଅତିଥି ସେବା ଓ ସମାଜସେବା,
(ଙ)ଧର୍ମ, ଅର୍ଥ ଓ କାମର ସନ୍ତୁଳିତ ପାଳନ,
(୩)ବାନପ୍ରସ୍ଥ ଆଶ୍ରମ (ପ୍ରାୟ ୫୦–୭୫ ବର୍ଷ):-
ମୁଖ୍ୟ କର୍ତ୍ତବ୍ୟସମୂହ:
(କ)ସଂସାରର ଦାୟିତ୍ୱ ଧୀରେ ଧୀରେ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବା,
(ଖ)ଭୋଗବିଳାସ କମାଇ ସରଳ ଜୀବନଯାପନ,
(ଗ)ତୀର୍ଥଯାତ୍ରା, ସତ୍ସଙ୍ଗ ଓ ଶାସ୍ତ୍ର ଅଧ୍ୟୟନ,
(ଘ)ଧ୍ୟାନ, ଜପ ଓ ଭଗବାନଙ୍କ ଭକ୍ତିରେ ସମୟ ଦେବା,
(୫)ସମାଜକୁ ନିଜ ଅନୁଭବ ଦ୍ୱାରା ମାର୍ଗଦର୍ଶନ କରିବା,
(୪) ସନ୍ନ୍ୟାସ ଆଶ୍ରମ ,ପ୍ରାୟ ୭୫ ବର୍ଷ ପରେ :-
ମୁଖ୍ୟ କର୍ତ୍ତବ୍ୟସମୂହ:
(କ)ସମସ୍ତ ମୋହ, ମମତା ଓ ଅହଂକାରର ତ୍ୟାଗ,
(ଖ)ଈଶ୍ୱର ଚିନ୍ତନ ଓ ଆତ୍ମସାକ୍ଷାତ୍କାର ପାଇଁ ଜୀବନ ସମର୍ପଣ,
(ଗ)କୌଣସି ପ୍ରକାରର ସମ୍ପତ୍ତି କିମ୍ବା ଭୋଗ ପ୍ରତି ଆସକ୍ତି ନ ରଖିବା,
(ଘ)ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା,
(ଙ)ଲୋକକଲ୍ୟାଣ ପାଇଁ ଜ୍ଞାନ ବିତରଣ କରିବା।
ଶାସ୍ତ୍ରଗୁଡିକର ଏହି ଚାରି ଆଶ୍ରମର ଲକ୍ଷ୍ୟ “କେବଳ ବୟସ ଅନୁଯାୟୀ ଜୀବନ ବଦଳାଇବା ନୁହେଁ, ବରଂ ଧର୍ମ, ଅର୍ଥ, କାମ ଓ ମୋକ୍ଷ,ଏହି ଚାରି ପୁରୁଷାର୍ଥକୁ ସନ୍ତୁଳିତ ଭାବରେ ସାଧନ କରିବା।”
ଏଭଳି ଶିକ୍ଷା ପ୍ରଧାନତଃ ମନୁସ୍ମୃତି (ଅଧ୍ୟାୟ ୬), ଜାବାଳ ଉପନିଷଦ, ମହାଭାରତର ଶାନ୍ତି ପର୍ବ, ଏବଂ ଅନ୍ୟାନ୍ୟ ଧର୍ମ/ଶାସ୍ତ୍ରୀୟ ଗ୍ରନ୍ଥଗୁଡିକରେ ରହିଛି।
କିନ୍ତୁ, ଏଗୁଡ଼ିକ ଭଣିତ ହେବା ଦିନରୁ ଏ ପର୍ଯ୍ୟନ୍ତ କେତେ କେତେ ଶତାଂଶ ( %)ବ୍ୟକ୍ତି ନିଜ ନିଜକୁ ଏଭଳି ଉପଦେଶ ଆଧାରରେ ପରିଚାଳିତ କରି ଆସୁଛନ୍ତି, ତାହା ବାବଦରେ ଗବେଷଣାଲବ୍ଧ ତଥ୍ୟ ନାହିଁ।ଅଥଚ, ଆଜିର ଯୁଗରେ ଏହାର ନୂଆ ସଂସ୍କରଣ
ହୋଇଯାଇଛି;
(୧)”ପୁତ୍ର ବ୍ୟସ୍ତ ନିଜ କ୍ୟାରିୟରେ,
ପତ୍ନୀ ବ୍ୟସ୍ତ ମୋବାଇଲ୍ରେ,
ବୃଦ୍ଧ ବ୍ୟସ୍ତ ଔଷଧ ଓ ହସ୍ପିଟାଲ୍ରେ!
ତା’ପରେ ଲୋକେ କହନ୍ତି,”ସନ୍ନ୍ୟାସ ନିଅ!”
କିନ୍ତୁ ପ୍ରକୃତ ସନ୍ନ୍ୟାସ ଘର ଛାଡ଼ିବା ନୁହେଁ;
ଆଶା, ଅହଂକାର ଓ ଅଭିମାନକୁ ଛାଡ଼ିବା।
ଗରୁଡ଼ ପୁରାଣରେ ବ୍ରହ୍ମହତ୍ୟା, ଗୁରୁଦ୍ରୋହ, ପିତାମାତାଙ୍କ ପ୍ରତି ଅବମାନନା, ଚୋରି, ପ୍ରତାରଣା, ମିଥ୍ୟା ସାକ୍ଷ୍ୟ, ନିଷ୍ଠୁରତା ଇତ୍ୟାଦି ପାପ ପାଇଁ “ରୌରବ, କୁମ୍ଭୀପାକ, ଅସିପତ୍ରବନ, ଅନ୍ଧତାମିସ୍ର” ପ୍ରଭୃତି ନର୍କର ବର୍ଣ୍ଣନା ରହିଛି।
ଶାସ୍ତ୍ରର ବାଣୀ ଅନୁଯାୟୀ ପରିଚାଳିତ ନ ହେବା “ଗୁଋଦ୍ରୋହ” ଅଧିନରେ ଆସୁଥିବାରୁ, ଶତକଡା ଶହେ ଭାଗ ଲୋକେ, ନିଜର ମୃତ୍ୟୁ ପରେ ଏଭଳି ନର୍କଦଣ୍ଡ ପାଉଥିବା ନିଶ୍ଚିତ।
ଆମ ସମାଜର କିଛି ନଜାଣିଥିବା ଲୋକମାନଙ୍କର କଥା ଛାଡ଼ନ୍ତୁ,
ଯେଉଁମାନେ “ସବ୍ ଜାନତା (ସବୁ ଜାଣିଛନ୍ତି ),ସେମାନେ ବି ନର୍କେ ପଡ଼ିବାର ବାଟକୁ ଆପଣେଇବା” କଣ ପ୍ରମାଣ ଦିଏ ନାହିଁ କି ଯେ,
” ପାପ ,ପୂଣ୍ୟ, ନର୍କଦଣ୍ଡ ଇତ୍ୟାଦି ଇତ୍ୟାଦି ଏହି ଚାଲାକବର୍ଗଙ୍କର ସୃଷ୍ଟି , ନିରୀହ, ଗରିବମାନଙ୍କୁ ଯୁଗ ଯୁଗ ଧରି ଶୋଷଣ କରିବାକୁ?”
ଆଉ, “ଯେଉଁମାନଙ୍କର ପୁତ୍ର ନାହିଁ କିମ୍ବା ପତ୍ନୀ ନାହାନ୍ତି, +
ଯେଉଁମାନେ ପୁତ୍ର ହେବା ପୂର୍ବରୁ ପତ୍ନୀଙ୍କୁ ନ କହି ତାଙ୍କୁ ଛାଡି ଦେଇ ଏଭଳି ଶାସ୍ତ୍ରର ବାଣୀ ଶୁଣାନ୍ତି, ସେମାନଙ୍କ ପାଇଁ ଗଋଡ ପୂରାଣରେ ବର୍ଣ୍ଣିତ ୨୮ଟି ଯାକ ନର୍କଦଣ୍ଡ ମିଳେ କି ?”
ନମସ୍କାର
















Leave a Reply