ଗଜପତି //କୁନିଭକ୍ତମାନେ ନିର୍ମାଣ କଲେ ‘ଶ୍ରଦ୍ଧା ନନ୍ଦିଘୋଷ’ କୁନି ରଥ ଓ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଏଵଂ ମୁମ୍ବାଇରେ କାର୍ଯ୍ୟରତ ବେଳେ ଶ୍ରମିକ ଙ୍କ ମୃତ୍ୟୁ

Spread the love

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି,୧୩.୦୭(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ରାୟଗଡ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ଅଂଶୁମାନ ମାହାପାତ୍ର ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ରାୟଗଡ଼ ପଞ୍ଚାୟତ ସମିତିର ସମୁଦାୟ ମୋଟ- ୩୧ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା।

Oplus_131072

ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୧୪ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା – ୧୭ ଗୋଟି ଅଭିଯୋଗ ଆସିଥିଲା , ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୩ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ, ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବଳି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପ-ଅଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
ପାରଳାରେ କୁନିଭକ୍ତମାନେ ନିର୍ମାଣ କଲେ ‘ଶ୍ରଦ୍ଧା ନନ୍ଦିଘୋଷ’ କୁନି ରଥ

ପାରଳାଖେମୁଣ୍ଡି, 13/7(ତାରିଣୀ ପ୍ରସାଦ ପଣ୍ଡା) :

ଆଗାମୀ 16 ତାରିଖ ଦିନ ତିନି ଠାକୁରଙ୍କ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି. ଏହି ରଥଯାତ୍ରା ପାଇଁ ପାରଳାଖେମୁଣ୍ଡି ସହରରେ 3 ଗୋଟି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପାରଳାଖେମୁଣ୍ଡି ସହରର ଓଡିଆ ପାରଳା ସାହିର କୁନି କୁନି ଭକ୍ତମାନଙ୍କ ନିଆରା ପ୍ରୟାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତି ଓ ଶ୍ରଦ୍ଧାକୁ ଆଧାର କରି ସେମାନେ ନିଜ ହାତରେ ଏକ ସୁନ୍ଦର ଛୋଟିଆ ତଥା କୁନି ରଥ ନିର୍ମାଣ କରିଛନ୍ତି । ଏହି ରଥର ନାମ ସେମାନେ ସ୍ନେହ ଓ ଶ୍ରଦ୍ଧାର ସହ “ଶ୍ରଦ୍ଧା ନନ୍ଦିଘୋଷ” ରଖିଛନ୍ତି । ରଙ୍ଗବେରଙ୍ଗର ସାଜସଜ୍ଜା, ପାରମ୍ପରିକ ଶୈଳୀ ଏବଂ ଆକର୍ଷଣୀୟ କାରୁକାର୍ଯ୍ୟରେ ସୁସଜ୍ଜିତ ଏହି କୁନି ରଥ ସ୍ଥାନୀୟ ଲୋକଙ୍କ ସମେତ ଦେଖଣାହାରିଙ୍କ ପ୍ରଶଂସା ସାଉଁଟିଛି । ସ୍ଥାନୀୟ ବାସିନ୍ଦାମାନଙ୍କ ମତରେ, ଶିଶୁମାନଙ୍କ ଏଭଳି ପ୍ରୟାସ ସେମାନଙ୍କ ମନରେ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ଥିବା ଆଗ୍ରହର ପରିଚୟ ଦେଉଛି । କୁନି ଭକ୍ତମାନଙ୍କ ଏହି ଅଭିନବ ପଦକ୍ଷେପ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟି ଥିବାବେଳେ ଅନ୍ୟ ଶିଶୁମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ସୃଷ୍ଟି କରିଛି । କୁନି ଭକ୍ତ ଶୁଭମ ବିଶ୍ବାଳ ଙ୍କ କହିବା ଅନୁସାରେ ସେ ଥରେ ରଥଯାତ୍ରା ଯାଇଥିଲେ ମାତ୍ର ରଥ ଟାଣିପାରିଲେ ନାହିଁ କି ଜଗାକାଳିଆ ର ଦର୍ଶନ ପାଇଲେ ନାହିଁ ତେଣୁ ସେ ନିଜେ ରଥ ନିର୍ମାଣ କରି ସାହି ରେ ରଥଯାତ୍ରା କରିଲେ । ସେବେଠାରୁ ଚଳିତ ବର୍ଷ କୁ ନେଇ ଚାରିବର୍ଷ ଧରି ରଥଯାତ୍ରା କରିଆସୁଛନ୍ତି । ନିତି ରିତିରେ ସହ ପାଳନ କରୁଛନ୍ତି । ଯାହାକୁ ଦେଖି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ତିନିଦିଅଁଙ୍କୁ ପୂଜାର୍ଚ୍ଚନା କରିବା ସହ ଗୁଣ୍ଡିଚାଯାତ୍ରା ଦିନ ଠାରୁ ବାହୁଡା ପର୍ଯ୍ୟନ୍ତ କୀର୍ତ୍ତନ ଭଜନ ଗାନ କରିପୂଜାର୍ଚ୍ଚନାକରିଆସୁଥିବାର କୁନି ଭକ୍ତ ଶଙ୍କର ବିଶ୍ବାଳ, ସାହି ପ୍ରଧାନ, କାଳିଆ ସ୍ବାଇଁ, ଶ୍ରୁତି ବିଶ୍ବାଳ, ବଳିଆ ସ୍ବାଇଁ, ପ୍ରବୀଣ ପ୍ରଧାନ, ସୁମିତ୍ ବିଶ୍ବାଳ, ତୃପ୍ତି ବିଶ୍ବାଳ ପ୍ରମୁଖ କହିଛନ୍ତି ।
ଗଜପତିର ଶ୍ରମିକ ମୁମ୍ବାଇରେ କାର୍ଯ୍ୟରତ ବେଳେ ମୃତ୍ୟୁ
ପାରଳାଖେମୁଣ୍ଡି, 12/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତ ଅନ୍ତର୍ଗତ କାନ୍ତିସାହି ଗ୍ରାମର ୨୪ ବର୍ଷୀୟ ଯୁବକ ସଂକୁରୁ ଗମାଙ୍ଗଙ୍କ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟରତ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଏହି ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ଯୋଗୁଁ ଗ୍ରାମର ଶୋକର ଛାୟା ଖେଳି ଯାଇଛି। ସେ ପରିବାରର ଏକମାତ୍ର ପୁଅ ଥିଲେ. ପରିବାରର ଦାରିଦ୍ର୍ୟତା ଯୋଗୁଁ ସଂକୁରୁ ପ୍ରାୟ ଦୁଇ ବର୍ଷ ପୂର୍ବେ ପରିବାର ପରିପୋଷଣ ପାଇଁ ନିଜ ଭିଟା ମାଟି ଛାଡି ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ କଞ୍ଜୁରମାର୍ଗ (ଇଷ୍ଟ)ଅଞ୍ଚଳରେ ମୋବାନୀ ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। ଶନିବାର କାମ କରୁଥିବା ସମୟରେ ସେ ଉଚ୍ଚ ସ୍ଥାନରୁ ତଳକୁ ଖସି ପଡ଼ିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆର୍ଥକ ଅସମର୍ଥତା କାରଣରୁ ମୁମ୍ବାଇରୁ ମରଶରୀରକୁ ଗ୍ରାମକୁ ଆଣିବା ପରିବାର ପାଇଁ ସମ୍ଭବ ନଥିବା ଯୋଗୁଁ ଗ୍ରାମବାସୀମାନେ ମାନବିକତାର ପରିଚୟ ଦେଇ ଚାନ୍ଦା ସଂଗ୍ରହ କରି ମରଶରୀରକୁ ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି।

Oplus_131072

ସ୍ଥାନୀୟ ଲୋକମାନେ ମୃତ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସରକାରୀ ଆର୍ଥକ ସହାୟତା, ଉଚିତ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଜୀବିକାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା -ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟଯେ ଗୁମ୍ମା ବ୍ଲକରୁ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଯାଉଥିବା ଶ୍ରମିକମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି. ଗତ 2 ମାସ ମଧ୍ୟରେ 3 ଜଣ ଶ୍ରମିକଙ୍କ ଏଭଳି ଭାବେ ଶୋଚନୀୟ ମୃତ୍ୟୁ ଘଟିଛି. ସରକାର ତଥା ପ୍ରଶାସନ ଗୁମ୍ମା ବ୍ଲକର ଦାଦନ ଶ୍ରମିକମାନଙ୍କ ଏଭଳି ଯାତନା ଦୂର କରିବା ପାଇଁ ସୁଚିନ୍ତିତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଅଟେ.

Leave a Reply

Your email address will not be published. Required fields are marked *