ପ୍ରଫେସର ଅନିରୁଦ୍ଧ ରାଉଳ ଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ.
ପଟ୍ଟାମୁଣ୍ଡାଇ- (ଦର୍ଶନ ସମୀକ୍ଷା)
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ୮୫ତମ ଜନ୍ମ ଜୟନ୍ତୀ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ପାଳିତ ହୋଇଯାଇଅଛି। ପ୍ରଫେସର ରାଉଳଙ୍କୁ ଭଲ ପାଉଥିବା ଅଗଣିତ ବରିଷ୍ଠ ନାଗରିକ ଓ ତାଙ୍କର ପ୍ରାକ୍ତନ ଛାତ୍ରଛାତ୍ରୀ ଜନ୍ମଦିନ ପାଳନ ପାଇଁ ଏକତ୍ରୀତ ହୋଇଥିଲେ। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁ ସଭାପତିତ୍ୱରେ ମୁଖ୍ଯଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁଚରଣ ସ୍ବାଇଁ, ସମ୍ମାନିତ ଅତିଥି ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ ଯୋଗଦାନ କରଥିବା ବେଳେ ଉକ୍ତ ସଭାକୁ ସାଂସ୍କୃତିକ ସମ୍ପାଦକ କଥାକାର ପ୍ରଦୀପ କୁମାର ନାୟକ ସ°ଯୋଜନା କରିଥିଲେ। ସର୍ବପ୍ରଥମେ ବରିଷ୍ଠ ନାଗରିକ ମଞ୍ଚର ବରିଷ୍ଠ ସଭ୍ୟ ପ୍ରାକ୍ତନ ପ୍ରଧାନଶିକ୍ଷକ ଶଚିନନ୍ଦନ ଦାସ ଓ ବିଜୟ କୁମାର ସାହୁଙ୍କର ସ୍ବାସ୍ଥ୍ଯବସ୍ଥାର ଆଶୁ ଆରୋଗ୍ୟ କାମନାକରି ସଭ୍ୟମାନେ ଜଗତରନାଥ ଜଗନ୍ନାଥଙ୍କୁ ଧୂପ ଦୀପ ପ୍ରଦାନ କରି ପ୍ରାର୍ଥନା କରିଥିଲେ। ତତ୍ ପରେ ପରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସଭ୍ୟ ମାନେ ଅଭିନନ୍ଦନ ଜଣାଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର ,ପ୍ରଫେସର ପରୀକ୍ଷିତ ପାତ୍ର, ପ୍ରଫେସର ରବିନ୍ଦ୍ର କୁମାର ବରାଳ, ନାଟ୍ୟକାର ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା, ପ୍ରଫେସର ନରହରି ଲେଙ୍କା, ଇ° ତ୍ରିଲୋଚନ ସୁତାର, ଇ° ତପନ କୁମାର ପାତ୍ର , ଇ° ଗୁଣଧର ସାମଲ, ପ୍ରାକ୍ତନ ବି ଇ ଓ ବିଜୟ କୁମାର ରାଉତ,ପାବନୀ କୁମାର ରାଉତ, ପ୍ରଦୀପ୍ତ କୁମାର ରଥ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରମୋଦ କୁମାର ନାୟକ, ପ୍ରଫୁଲ୍ଲ କୁମାର ପ୍ରଧାନ, ବ°ଶିଧର ନାୟକ, ସମାଜସେବୀ ବ୍ରଜବନ୍ଧୁ ଦାଶ, ରାଜେନ୍ଦ୍ର ପ୍ରସାଦ ସି°, ସନାତନ ତରାଇ, ଅଭିମନ୍ୟୁ ସାହୁ, ଗୋପାଳକୃଷ୍ଣ ଖଣ୍ଡାଇ, ଖଗେଶ୍ୱର ଖଣ୍ଡାଇ , ସଞ୍ଜୟ କୁମାର ବର୍ମା, ଜଗନ୍ନାଥ ନାୟକ ଓ ରାଜକିଶୋର ଦାସ ପ୍ରମୁଖ ବକ୍ତାମାନେ ପ୍ରଫେସର ରାଉଳଙ୍କ ଜନ୍ମସ୍ଥାନ ସହିରା ଠାରୁ ବାସସ୍ଥାନ ବେଲତଳ ପର୍ଯ୍ୟନ୍ତ ଜୀବନଯାତ୍ରା ,ତାଙ୍କର ବୃତିଗତ ଜୀବନ, ପଟାମୁଣ୍ଡାଇ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ନେଇଥିବା ପଦକ୍ଷେପ,ଜଣେ ଦକ୍ଷ ଅଧ୍ୟାପକ ଭାବରେ ଉନ୍ନତମାନର ଶିକ୍ଷାଦାନ , ସଭାପତି ଭାବରେ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପଟାମୁଣ୍ଡାଇ ପୁରାତନ ଛାତ୍ର ସଂସଦ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ପଟ୍ଟାମୁଣ୍ଡାଇ, ବରିଷ୍ଠ ନାଗରିକ ମଞ୍ଚ ପଟାମୁଣ୍ଡାଇ ର ଉନ୍ନତି ପାଇଁ ନେଇଥିବା ପଦକ୍ଷେପ ଓ ସାଙ୍ଗଠନିକ କାର୍ଯ୍ୟଶୈଳୀ ଉପରେ ବକ୍ତାମାନେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।












Leave a Reply