ଗଜପତି // ଓଡ଼ିଶାର ଖ୍ୟାତିନାମା ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ ସମ୍ମାନିତ,ଡାକ୍ତର ମଞ୍ଜୁରାଣୀ ଜେନା ଗଜପତିର ନୂତନ ସିଡ଼ିଏମଓ ଓ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ପାରଳା ବିଧାୟକ

Spread the love

ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ – ଡାକ୍ତର ମଞ୍ଜୁରାଣୀ ଜେନା ଗଜପତିର ନୂତନ ସିଡ଼ିଏମଓ
ପାରଳାଖେମୁଣ୍ଡି, 11/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନସମୀକ୍ଷା

ସ୍ବାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି ନୂତନ ଭାବେ ଦାୟିତ୍ୱ ବହନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ମଞ୍ଜୁରାଣୀ ଜେନା ପ୍ରକାଶ କରିଛନ୍ତି. ସେ ଏଥି ପୂର୍ବରୁ ଭୁବନେଶ୍ଵର ବିଏମ୍‌ସିରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ପୂର୍ବତନ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମଏମ ଅଲ୍ଲୀ ଗତ ଜାନୁୟାରୀ ୩୧ରେ ଅବସର ଗ୍ରହଣ ପରେ ଏଡିଏମ୍ଓ ଡାକ୍ତର ଶାନ୍ତନୁ ପାଢୀ ଭାରପ୍ରାପ୍ତ ଜିଲାମୁଖ୍ୟ ଚିକିତ୍ସାକାରୀ ଭାବେ ଏହି ଦାୟିତ୍ଵ ତୁଲାଇ ଆସୁଥିଲେ।

ଡାକ୍ତର ମଞ୍ଜୁରାଣୀ ଜେନା ବର୍ତ୍ତମାନ ଗଜପତିର ନୂତନ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରିଣୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର, ଅନ୍ୟାନ୍ୟ ପଦବୀ ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକାଷଣ କରିବା ସହ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗରେ ରହିଥିବା ସମସ୍ତ ସମସ୍ୟା ଗୁଡିକୁ ସମାଧାନ କରି ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି. ଡାକ୍ତର ମଞ୍ଜୁରାଣୀ ଜେନାଙ୍କ ଏହି ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର, କର୍ମଚାରୀ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଫୁଲ ତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ.
ଖାରଡା ପଞ୍ଚାୟତରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 11/6(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରଡା ପଞ୍ଚାୟତ ଗାଇବା ଯିବା ରାସ୍ତାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀକୁ ଆଜି ପରିଦର୍ଶନ କଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ. ପ୍ରଥମେ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ମ୍ୟାନେଜର ପି ଅଭିରାମ ବିଧାୟକ ଙ୍କୁ ଫୁଲ ତୋଡା ଦେଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ପରେ କମ୍ପାନୀ ପରିସର ମଧ୍ୟରେ ଥିବା ସମସ୍ତ ଯନ୍ତ୍ରପାତି କିଭଳି କାର୍ଯ୍ୟକାରୀ ବିଧାୟକ ଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ,

ଏହି କମ୍ପାନୀ ସମ୍ପୂର୍ଣ କାର୍ଯ୍ୟକ୍ଷମ ହେଲେ ପ୍ରଥମେ ରାୟଗଡ଼ା ଠାରେ ଥିବା ନାଲକୋ କୁ ପାଇପ ମାଧ୍ୟମ ରେ ଗ୍ୟାସ ଯୋଗାଇବ, ପରେ ଜନସାଧାରଣ ପାଇଁ ମେଡ଼ିକାଲ ଛକ ଠାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ ଜରିଆରେ ସମସ୍ତ ଘରେ ପାଇପ ମାଧ୍ୟମରେ ଗ୍ୟାସ ଯୋଗାଇଦିଆଯିବ ବୋଲି ଗେଲ ର ମ୍ୟାନେଜର ଜଣାଇଛନ୍ତି। ବିଧାୟକ ଏହିସବୁ କାର୍ଯ୍ୟ ତୁରନ୍ତ କାର୍ଯ୍ୟ ସାରି ଜନସାଧାରଣ ଘରେ ଘରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏହି ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପାଇପ ମାଧ୍ୟମ ରେ ଗ୍ୟାସ ପ୍ରାୟ ଦକ୍ଷିଣ ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମ ପ୍ରଯନ୍ତ ସୁବିଧା ପାଇପାରିବେ ଉପଭୋକ୍ତା ମାନେ, ଏହି ଭଳି ଉଚ୍ଚଧରଣ ର କାର୍ଯ୍ୟ କରିଥିବାରୁ ଗେଲ ଇଣ୍ଡିଆ କୁ ଧନ୍ୟବାଦ୍ ଜଣାଇଛନ୍ତି ବିଧାୟକ
ଗଜପତିର ବାସିନ୍ଦା ଓଡ଼ିଶାର ଖ୍ୟାତିନାମା ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ ଭୁବନେଶ୍ୱର ସପ୍ତାଚାଯ୍ୟ ଉତ୍ସବ – 2026 ରେ ଜୀବନବ୍ୟାପୀ ସଙ୍ଗୀତ ସାଧନ ସମ୍ମାନରେ ସମ୍ମାନୀତ
ପାରଳାଖେମୁଣ୍ଡି, 11/6(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ବାସିନ୍ଦା ପ୍ରଶାନ୍ତ ପାଢ଼ୀଙ୍କୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ଓଡ଼ିଶାର ଅଗ୍ରଣୀ ଦେବଂଶୀ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ସପ୍ତାଚାର୍ଯ୍ୟ ଉତ୍ସବ- 2026 ସମାବେଶରେ ସଙ୍ଗୀତଜ୍ଞ ପ୍ରଶାନ୍ତ ପାଢ଼ୀଙ୍କୁ ଜୀବନବ୍ୟାପୀ ସଙ୍ଗୀତ ସାଧନା ସମ୍ମାନରେ ମାନପତ୍ର ଓ ଉପଢ଼ୋକନ ଆଦିରେ ସମ୍ବର୍ଦ୍ଧନା ଦିଆଯାଇ ସମ୍ମାନୀତ କରାଯାଇଛି. ଶ୍ରୀ ପାଢ଼ୀ ଏକାଧାରରେ ଜଣେ ଉଚ୍ଚମାନର ଗୀତିକାର, ସଙ୍ଗୀତଜ୍ଞ ଓ ଜଣେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦେଶକ ଭାବେ ସାରା ଓଡ଼ିଶାରେ ଖ୍ୟାତି ସମ୍ପନ୍ନ ଓ ଲୋକପ୍ରିୟ ଅଟନ୍ତି. ଶ୍ରୀ ପାଢ଼ୀ ବର୍ତ୍ତମାନର ଏହି ସମ୍ମାନ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.

Leave a Reply

Your email address will not be published. Required fields are marked *