ଗଜପତି // 9 ଦିନ ଧରି ମହେନ୍ଦ୍ରଗିରି ଠାରେ ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ ଲିନସି ଫାଉଣ୍ଡେସନର ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

Spread the love

ଗଜପତିରେ ଲିନସି ଫାଉଣ୍ଡେସନର ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
ପାରଳାଖେମୁଣ୍ଡି, 10/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନରେ ଆଜି ଲିନସି ଫାଉଣ୍ଡେସନର ସହଯୋଗରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସେଣ୍ଟୁରିଅନ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପରାମର୍ଶଦାତା ଡଃ ସୌରଭ ବର୍ମନ, ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ଅରୁଣାଭ ପାଲ ଏବଂ ସିସିଡିର ନିର୍ଦ୍ଦେଶକ ଜଗନ୍ନାଥ ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିରାଙ୍ଗୋ ଓ ଏଙ୍ଗାରସିଂ ପଞ୍ଚାୟତର ୭ଟି ଗ୍ରାମର ୧୨୬ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଶେଷଜ୍ଞମାନେ ମୃତ୍ତିକା ପରୀକ୍ଷଣର ଗୁରୁତ୍ୱ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚାଷୀମାନେ କିପରି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ସେ ସମ୍ବନ୍ଧରେ ଅବଗତ କରାଇଥିଲେ। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କୃଷକମାନେ ବୈଜ୍ଞାନିକ ପଦ୍ଧତିରେ ସାର ପ୍ରୟୋଗ କରିପାରିବେ, ମୃତ୍ତିକାର ଉର୍ବରତା ବୃଦ୍ଧି କରିବା ସହ ଫସଲ ଉତ୍ପାଦନ ବଢ଼ାଇପାରିବେ ଏବଂ କୃଷି ଖର୍ଚ୍ଚ କମାଇ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦେଇପାରିବେ। ଏହି ପଦକ୍ଷେପ କୃଷକମାନଙ୍କ ଆୟ ବୃଦ୍ଧି ଓ କୃଷିର ସାମଗ୍ରିକ ଉନ୍ନତିରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲ
ଗଜପତିରେ ସ୍ବତନ୍ତ୍ର ସଘନ ସଂଶୋଧନ ସଚେତନତା ପଦଯାତ୍ରା

ପାରଳାଖେମୁଣ୍ଡି,୧୦.୦୬.(ତାରିଣୀ ପ୍ରସାଦ ପଣ୍ଡା ):

ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପ୍ୟାଲେସ୍‌ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ସଘନ ସଂଶୋଧନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ, ମୃତ ବ୍ୟକ୍ତିଙ୍କ ନାମ ବିଲୋପ, ନକଲି ନାମ ଚିହ୍ନଟ ଏବଂ ଭୋଟର ତାଲିକାର ତ୍ରୁଟି ସଂଶୋଧନ କାର୍ଯ୍ୟରେ ବିଏଲଓମାନଙ୍କୁ ସହଯୋଗ କରିବା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା।

ବିଏଲଓମାନେ ଘରକୁ ଘର ବୁଲି ଯାଞ୍ଚ କାର୍ଯ୍ୟ କରିବେ ବୋଲି ମଧ୍ୟ ଅବଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ, ସହାୟକ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ପାରଳା ସହରର ବିଏଲଓମାନେ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।
ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଏକ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଗତ ୩୦ ମେ ଠାରୁ ୨୮ ଜୁନ୍ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ବୁଲି ତଥ୍ୟ ଯାଞ୍ଚ କରିବେ। ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟାୟ ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ୬ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଜନସାଧାରଣ ଏ ସମ୍ପର୍କରେ ଅଧିକ ସୂଚନା ଓ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରିପାରିବେ।
ଆଜିର ସଚେତନତା ପଦଯାତ୍ରାରେ ପାରଳା ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
9 ଦିନ ଧରି ମହେନ୍ଦ୍ରଗିରି ଠାରେ ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ
ପାରଳାଖେମୁଣ୍ଡି, 10/6(ତାରିଣୀ ପ୍ରସାଦ ପଣ୍ଡା):

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଆୟୋଜିତ ମହେନ୍ଦ୍ର ମେଳା ଗତକାଲି ଉଦଯାପିତ ହୋଇଯାଇଛି। ଗତ ଜୁନ 1 ତାରିଖ ଠାରୁ ଗତକାଲି 9 ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ପୂଣ୍ଡାହୂତି ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମରେ ମହେନ୍ଦ୍ରମେଳା ମହାସମାରୋହରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ପର୍ଯ୍ୟଟନ ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି ଏହି ମେଳା। ମେଳାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ପାରମ୍ପରିକ ଷ୍ଟଲ୍ ଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ବିଶ୍ରାମ ଗୃହର ସୁବିଧା କରାଯାଇଥିଲା। ପରବର୍ତ୍ତୀ ତିଥି ନକ୍ଷତ୍ରରେ ଆୟୋଜିତ ହେବାକୁ ଥିବା ଏହି ମେଳା ଏକ ପରମ୍ପରା ସୃଷ୍ଟି କରିବା ସହ ମହେନ୍ଦ୍ରଗିରି ଠାରେ ଆହୁରି ଅଧ‌ିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ମହେନ୍ଦ୍ର ମେଳା ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ଵାବଧାନରେ ହୋଇଥିବା ମହେନ୍ଦ୍ର ମେଳାର ଶେଷ ଦିନରେ ପରିବହନ କମିଶନର ଅମିତାର ଠାକୁର, ଗଞ୍ଜାମ ଜିଲ୍ଲାପାଳ କୀର୍ତି ଭାସନ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଗଜପତି ଏସପି, ପ୍ରହଲ୍ବାଦ ସହାୟ ମିନା, ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ସଂଗଠନ ମହାମନ୍ତ୍ରୀ ପଣ୍ଡିତ ମହେଶ ସାହୁ ପ୍ରମୁଖ ଯୋଗଦେଇଥିଲେ। ପରିଚାଳନା କମିଟି ସଭାପତି ଜୁରିଆ ଜାନି, ସମ୍ପାଦକ ତଥା ଏତିସି ଅଧ୍ଯକ୍ଷ କାମଦେବ ବଡ଼ନାୟକ, ମହେନ୍ଦ୍ର ଆଶ୍ରମର ମୁଖ୍ୟ ଭାସ୍କର ତୀର୍ଥ(ଲକ୍ଷ୍ମୀ ବାବା ),ବରିଷ୍ଠ ସମାଜସେବୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଶବର ସମାଜ ସଭାପତି ଦଳପତି ମଣ୍ଡଳ, ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ ଓ ପ୍ରମୁଖ ସହଯୋଗୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି 9 ଦିନିଆ ମହେନ୍ଦ୍ରମେଳା ସମ୍ପୂର୍ଣ ସଫଳତା ହାସଲ କରିଛି.

Leave a Reply

Your email address will not be published. Required fields are marked *