Spread the love

ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍‌ସ’ ନୃତ୍ୟ ସମନ୍ୱୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ସଫଳତା

ପାରଳାଖେମୁଣ୍ଡି, 9/6(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍‌ସ’ ନୃତ୍ୟ ସମନ୍ୱୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର କଳାକାରମାନେ ସଫଳତା ଅର୍ଜନ କରିଥିବା ସୂଚନା ମିଳିଛି. ଶ୍ରୀ ସାଇ କଲଚୁରାଲ୍ ଏସୋସିଏସନ୍ ଟ୍ରଷ୍ଟ, ମଞ୍ଚେଶ୍ୱର ପକ୍ଷରୁ ଉପେନ୍ଦ୍ର ଭଞ୍ଜ ରେଳୱେ ଇନଷ୍ଟିଚ୍ୟୁଟ୍ ପରିସରରେ ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍‌ସ ନୃତ୍ୟ ସମନ୍ୱୟ ପ୍ରତିଯୋଗିତା–୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଭାବେ ଗୁରୁ ଶ୍ରୀମତୀ ସୋନାଲି ରେ, ଗୁରୁ ଶ୍ରୀମତୀ ଶୁଭଦର୍ଶିନୀ ନାୟକ ଏବଂ ଗୁରୁ ଶ୍ରୀ ଦୁର୍ଯ୍ୟୋଧନ ମୁଦୁଲି ଯୋଗଦେଇ ପ୍ରତିଯୋଗୀମାନଙ୍କର ନୃତ୍ୟ ପରିବେଷଣର ମୂଲ୍ୟାଙ୍କନ କରିଥିଲେ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ 2୦୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିସ୍ଥିତ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛଅଜଣ ନୃତ୍ୟଶିଳ୍ପୀ ଯଥା ଶୁଭଶ୍ରୀ ପାଣିଗ୍ରାହୀ, ଦିବ୍ୟା ପୂଜାରୀ, ତନୁପ୍ରିୟା ପାଇକ, ସୋନାଲି ପ୍ରଧାନ, ଲିସା ରାଣୀ ପାଢ଼ୀ ଏବଂ ସ୍ମୃତିସ୍ନିଗ୍ଧା କର ବରିଷ୍ଠ ଦଳଗତ ନୃତ୍ୟ ବିଭାଗରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଏହି ସଫଳତା ପାଇଁ ସେମାନେ ଟ୍ରଫି ସହିତ ପୁରସ୍କାର ରାଶି ମଧ୍ୟ ହାସଲ କରିଥିଲେ। ସେମାନଙ୍କର ମନୋମୁଗ୍ଧକର ନୃତ୍ୟ ପରିବେଷଣକୁ ଉପସ୍ଥିତ ବିଚାରକ ମଣ୍ଡଳୀ, ଦର୍ଶକବୃନ୍ଦ ଏବଂ ଆୟୋଜକ କମିଟି ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।
ଗଜପତି : କର୍କଟ ରଗରେ ପୀଡିତ ଡିପ୍ଲୋମା ଇଞ୍ଜିନିଅର ଛାତ୍ର ଜିସାୟ ପାଇଁ ଅର୍ଥ ସାଜିଛି ବାଧକ
ପାରଳାଖେମୁଣ୍ଡି, 9/6(ତାରିଣୀ ପ୍ରସାଦ ପଣ୍ଡା):

କର୍କଟ ରଗରେ ପୀଡିତ ଗଜପତି ଜିଲ୍ଲାର ଡିପ୍ଲୋମା ଇଞ୍ଜିନିଅର ଛାତ୍ର ଜିସାୟ କନ୍ଧଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ. ଏହି ଜିଲ୍ଲା ମୋହନା ବ୍ଲକ ଅଧିନସ୍ଥ ଡେଙ୍ଗେଶ ଖାଲ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପେଟା ଗ୍ରାମର କୁଡ଼କି କନ୍ଧଙ୍କ ପୁଅ ଜିସାୟ କନ୍ଧ ବୟସ 20ବର୍ଷ ସେ ଭୁବନେଶ୍ୱର ଡିପ୍ଲୋମା ଇଞ୍ଜିନିଅରଇଂ ପ୍ରଥମ ବର୍ଷର ଛାତ୍ର ବର୍ତମାନ ତାଙ୍କର ଡାହାଣ ଗୋଡ଼ ବହୁତ ଯନ୍ତ୍ରଣା ସକାଶେ ବିଭିନ୍ନ ଜାଗାକୁ ଯାଇ ଚିକିତ୍ସା କରାଇଲେ. ଶେଷରେ ଚେର ମୂଳି ଚିକିତ୍ସା ମଧ୍ୟ କଲେ. କିଛିବି ସୁଫଳ ମିଳିଲା ନାହିଁ ପରେ ଏମଆରଆଇ ସ୍କାନ କଲାପରେ ଜଣା ପଡିଲା ତାଙ୍କୁ କର୍କଟ ରୋଗ ଆକ୍ରାନ୍ତ ହୋଇଛି.

ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ରହିଛି. ହେଲେ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି. ତାଙ୍କ ବାପା ଜଣେ ଦିନ ମଜୁରିଆ ଅଟନ୍ତି. ବାପା -ମା ବହୁ ପରିଶ୍ରମ କରି ପୁଅ ଜିସାୟକୁ ଡିପ୍ଲୋମା ଇଞ୍ଜିନିୟରିଂ ପାଠ ପଢ଼ାଉଥିଲେ. ଇଞ୍ଜିନିୟରିଂ ପାଠ ପଢ଼ି ଜିସାୟ ବାପା -ମାଙ୍କ ଦୁଃଖ ଦୂର କରିବ. ଏ ଥିଲା ଜିସାୟଙ୍କ ବାପା -ମାଙ୍କ ଆଶା. ତେବେ ଏହି ଆଶା ପରିବର୍ତ୍ତେ ବର୍ତ୍ତମାନ ଜିସାୟ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛି. ସରକାର ତଥା ବ୍ୟକ୍ତି ବିଶେଷମାନେ ଜିସାୟର ପ୍ରାଣ ରକ୍ଷା ଓ ଆବଶ୍ୟକ ଚିକିତ୍ସା ପାଇଁ ଅନୁଦାନ ଓ ଅର୍ଥର ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି.
ମହେନ୍ଦ୍ରମେଳା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 3 କୁ ବୃଦ୍ଧି, ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ 4 ଲକ୍ଷ ଟଙ୍କା ଅନୁକମ୍ପା ଘୋଷଣା
ପାରଳାଖେମୁଣ୍ଡି, 9/6(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରୁ ମହେନ୍ଦ୍ରମେଳା ଦର୍ଶନ ସାରି ଫେରିବା ବେଳେ ଘଟିଥିବା ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା 3 କୁ ବୃଦ୍ଧି ପାଇଛି. ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି. ଘଟଣାରୁ ପ୍ରକାଶ, ଗତ ରବିବାର ଦିନ ମହେନ୍ଦ୍ରଗିରିରେ ଆୟୋଜିତ ହୋଇଥିବା ମହେନ୍ଦ୍ରମେଳାକୁ ଦର୍ଶନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ନୂଆ ସାହିରୁ ପ୍ରାୟ 35 ଜଣ ଶ୍ରଦ୍ଧାଳୁ ଏକ ପିକଅପ ଭ୍ୟାନ ଯୋଗେ ଆସିଥିଲେ. ମେଳା ଦର୍ଶନ ସାରି ମହେନ୍ଦ୍ରଗିରିରୁ ଫେରୁଥିବା ବେଳେ ମହେନ୍ଦ୍ରଗିରି ପାହାଡ଼ର ପାଦ ଦେଶରେ ଥିବା ଅଣ୍ଡଅଣ୍ଡା ଗ୍ରାମ ନିକଟସ୍ଥ ବୁଲାଣିଆ ଘାଟି ରାସ୍ତାରେ ଶନିବାର ରାତ୍ର 9:30 ସମୟରେ ଭ୍ୟାନଟି ଓଲଟି ପଡିଥିଲା. ଏଥିରେ ଘଟଣା ସ୍ଥଳରେ କୈଳାଶ ବେହେରାଙ୍କ ମୃତ୍ୟୁ ଘଟି ଥିବାବେଳେ ଗତକାଲି ରବିବାରରେ ରଙ୍ଗବତୀ ବେହେରା ଓ ବାସୁଦେବ ସାହୁଙ୍କ ମୃତ୍ୟୁ ଘଟି ଯାଇଛି. ଏହି ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି.

Leave a Reply

Your email address will not be published. Required fields are marked *