ଢେଙ୍କାନାଳ ପୂର୍ବତନ ବିଧାୟକ ଙ୍କ ଆବାସିକ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l
ପୂର୍ବତନ ବିଧାୟକ ତଥା ରାଜି ବିଜେଡି ର ସାଧାରଣ ସମ୍ପାଦକ ସୁଧୀର କୁମାର ସାମଲ ଓ ଜିଲ୍ଲା କାର୍ଯ୍ୟକାରି ସଭାପତି ନରୋତ୍ତମ ସାହୁ ଙ୍କ ନେତୃତ୍ୱରେ ତଥା ଜିଲ୍ଲା ବିଜେଡି ସଭାପତି ପୂର୍ବତନ ମନ୍ତ୍ରୀ ଡାକ୍ତର ନରସିଂହ ସାହୁ ରାଜ୍ୟ ବିଜେଡି ସାଧାରଣ ସଂପାଦକ ଡକ୍ଟର ଅବିନାଶ ସାମଲ ଙ୍କ ଉପସ୍ଥିତିରେ ଢେଙ୍କାନାଳ ସଦର ବ୍ଲକର ଭାରତୀୟ ଜନତା ପାର୍ଟି ଓ ଅନ୍ୟାନ୍ୟ ଦଳର ଶତାଧିକ ନେତ୍ରୁମଣ୍ଡଳୀ ଓ ସଂଗଠକ ନିଜ ଦଳ ପରିତ୍ୟାଗ କରି ବିଧି ବଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି l
ବିଜୁ ଜନତା ଦଳର ନେତୃବନ୍ଦ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ବିଜୁ ପରିବାରକୁ ସ୍ୱାଗତ କରିଥିଲେ l ବିଜେପି ସରକାରର ଦୁଇ ବର୍ଷ ଶାସନ ରେ ଅତିଷ୍ଟ ହୋଇ ଏବଂ ବିଶେଷ ଭାବରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ମିଥ୍ୟା ପ୍ରତିଶ୍ରୁତି ଜିଲ୍ଲା ଓ ଜନସାଧାରଣଙ୍କ ସ୍ୱାର୍ଥ କୁ ଆହୁତି ଦେଇ ନିଜ ଓ ପରିବାରର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବାରୁ ସେଥିରେ ଭୀଷଣ ଅତିଷ୍ଟ ହୋଇ ସମସ୍ତ ନେତୃବୃନ୍ଦ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି l

ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର କାର୍ଯ୍ୟକାରି ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ ସଦର ବ୍ଲକ ସଭାପତି ଅଖିଳ ଲେଙ୍କା ଯୁବ ସଭାପତି ଜେଶସ୍ ସାହୁ ବରିଷ୍ଟ ନେତା ସୁକାନ୍ତ ମିଶ୍ର ଉପସ୍ଥିତ ଥିଲେ l ସଦର ବ୍ଲକ ଶଙ୍କର ପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀନିବାସ ବେହେରା ଆର୍ତ୍ତବନ୍ଧୁ ସାହୁ ସମୀର ସେନାପତି ଭାପୁର ପଞ୍ଚାୟତ ର ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ ପ୍ରସାଦ ପଣ୍ଡା ନାଗିଆପଶି ପଞ୍ଚାୟତ ର ସନତ କୁମାର ମହାନ୍ତି ବିଭୂତି ପରିଡ଼ା ଚଗଲି ପରିଡ଼ା ପ୍ରଶାନ୍ତ ପରିଡ଼ା କାଇମାଟି ପଞ୍ଚାୟତ ର ଶ୍ରୀକାନ୍ତ ଦେହୁରୀ ବାଉରିଆ ଦେହୁରୀ ବେଲଟିକିରୀ ପଞ୍ଚାୟତ ର ମାନସ କୁମାର ସାହୁ ନିତ୍ୟାନନ୍ଦ ସାର୍ କାମଦେବ ବେହେରା କାଳନ୍ଦୀ ପ୍ରଧାନ ନିରଞ୍ଜନ ନାୟକ ଶରତ ରାଉତ ମନୋରଞ୍ଜନ ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ ବିଜେପି ଓ ଅନ୍ୟ ଦଳର ନେତ୍ରୁ ମଣ୍ଡଳୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି l କାର୍ଯ୍ୟକର୍ମ କୁ ଜିଲ୍ଲା ଉପ ସଭାପତି ଦେବାଶିଷ ମିଶ୍ର ପରିଚାଳନା କରିଥିବା ବେଳେ ଟାଉନ୍ ସଭାପତି ବିନୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l












Leave a Reply