ଭୋଜି କରିବାକୁ ଯାଇ ସୋର୍ଲକୋଣ୍ଡା ବ୍ୟାରେଜର ଗଭୀର ପାଣିରେ ବୁଡି ଛାତ୍ର ମୃତ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ଏମଭି ୩୬ ଗ୍ରାମର ଜଣେ ଯୁବକ ଶୁକ୍ରବାର ଗାଧୋଇବା ବେଳେ ଭାରସାମ୍ୟ ହରାଇ ଗଭୀର ପାଣିରେ ବୁଡି ମୃତ୍ୟବରଣ କରିଛନ୍ତି ।ମୃତକ ହେଲେ ଅନୁପ ଧର(୧୮)। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଏମଭି- ୩୬ ଗ୍ରାମର ରୂପକାନ୍ତ ଧର ଶୁକ୍ରବାର ତାଙ୍କ ପରିବାର ବର୍ଗଙ୍କ ସହିତ ଭୋଜି କରିବା ପାଇଁ ବାଲିମେଳା ସହର ସ୍ଥିତ ପୋଟେରୁ ଜଳ ସେଚନ ବିଭାଗ ଅଧୀନରେ ଥିବା ସୋର୍ଲକୋଣ୍ଡା ବ୍ୟରେଜକୁ ଯାଇଥିଲେ ସେଠାରେ ଭୋଜି ଚାଲିଥିଲା। ମଧ୍ୟାହ୍ନ ସମୟରେ ଅନୁପ ଧର ପାର୍ଶ୍ୱରେ ପ୍ରବାହିତ ହେଉଥିବା ନଦୀକୁ ଗାଧେଇବା ପାଇଁ ଯାଇଥିଲେ ଅନେକ ସମୟ ଧରି ସେ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ଆରମ୍ଭ କରିଥିଲେ। ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ଅନୁପଙ୍କ ପରିବାର ଲୋକେ ଅନେକ ସମୟ ପରେ ଓର୍କେଲ ଥାନାକୁ ଖବର ଦେଇଥିଲେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ସଂଜିତ କୁମାର ଟାକ୍ରୀଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଅନୁପକୁ ଉଦ୍ଧାର କରିଥିଲେ।ଏଏସ ଆଇ ଟାକ୍ରୀ ପୋଲିସ କର୍ମଚାରୀଙ୍କ ସହାୟତାରେ ଅନୁପକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏ ନେଇ ପୋଲିସ ଓର୍କେଲ ଥାନାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଅନୁପର ଶବକୁ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ପଠା ଯାଇଛି. ଶବ ବ୍ୟବଚ୍ଛେଦ ପରେ ଅନୁପଙ୍କ ମୃତ ଦେହକୁ ତାଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।












Leave a Reply