ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନନିଆଳି:୭/୬(ଦର୍ଶନ ସମୀକ୍ଷା)ଆଜି ନିଆଳି ପୋଲିସ ଦ୍ୱାରା ଏକ ବିଶାଳ ସାଇକେଲ ରାଲି ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଜାତୀୟ ଏକତା ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମେଗା ଇଭେଣ୍ଟ ନୂଆଗାଁ ପଞ୍ଚାୟତରୁ ଆରମ୍ଭ ହୋଇ ନିଆଳି ପୋଲିସ ଷ୍ଟେସନରେ ଶେଷ ହୋଇଥିଲା। ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଏବଂ ନିକଟବର୍ତ୍ତୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୁଖ୍ୟ ରାସ୍ତା ଦେଇ ସାଇକେଲ ଚାଳନାରେ ରାଲିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ନିଆଳି ପୋଲିସ ସବ-ଇନ୍ସପେକ୍ଟର ପ୍ରିୟଦର୍ଶନ ସେଠୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦଘାଟନ କରିଥିଲେ । ସହାୟକ ସବ-ଇନ୍ସପେକ୍ଟର ଅମ୍ବିକା ପ୍ରସାଦ ପ୍ରଧାନଏବଂ ରାଜୀବ ଲୋଚନ ଦାସ, ଅଧ୍ୟାପକ ହିରଣ୍ୟ ବିଦାରକ ମହାପାତ୍ର ଏବଂ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ। ଜାତିର ଅଖଣ୍ଡତାକୁ ରକ୍ଷା କରିବା ପାଇଁ ସାମୂହିକ ପ୍ରତିଜ୍ଞା ସହିତ ରାଲିଟି ପୋଲିସ ଷ୍ଟେସନରେ ସଫଳତାର ସହ ସମାପ୍ତ ହୋଇଥିଲା।












Leave a Reply