Spread the love

ବିଶ୍ବ ପରିବେଶ ଦିବସ ର ସଚେତନତା
ମାଲକାନଗିରି : ମନୋଜ ଦେବ ପାଙ୍ଗି ,ଦର୍ଶନ ସମୀକ୍ଷା ହର୍ଷ ଟ୍ରଷ୍ଟ ସଂସ୍ଥା ମାଲକାନଗିରି ଜିଲ୍ଲା ର ପଦରାପାଲି ଗ୍ରାମରେ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଏକ କାର୍ଯାନୁଷ୍ଠାନ ଆୟୋଜନ କରା ଯାଇଥିଲା | ଉକ୍ତ ଅନୁଷ୍ଟାନ ରେ ମାଲକାନଗିରି HDFC ବ୍ୟାଙ୍କ ର ବ୍ରାଞ୍ଚ ମେନେଜର ଏବଂ ଅନ୍ୟାନ୍ୟ ଅଧିକାରୀ ତଥା ହର୍ଷ ଟ୍ରଷ୍ଟ ର ପ୍ରୋଗ୍ରାମ ଅଧିକାରୀ, ସାତ ଟି ବ୍ଲକ ରେ କାର୍ଯ୍ୟରତ ଟିମ ଲିଡର ତଥା ଅନ୍ୟାନ୍ୟ ସ୍ଟାଫ୍ ମାନେ ଉପସ୍ଥିତ ଥିଲେ| ମହିଳା ଚାଷୀ ମାନଙ୍କ ର ପରିବେଶ ସଚେତନତା ଶୋଭାଯାତ୍ରା, ସୋଲାର ଚାଳିତ ରସାୟନ ମୁକ୍ତ ଚାଷ ର ମଡ଼େଲ ଉନ୍ମୋଚନ, ଦେଶୀ ବିହନ ର ପ୍ରଦର୍ଶନ, FPO ଦ୍ବାରା ପ୍ରସ୍ତୁତ ହୋଉଥିବା ସ୍ଵଦେଶୀ ଦ୍ରବ୍ୟର ପ୍ରଦର୍ଶନ, ସିଡ ବ୍ୟାଙ୍କ ର ଉନ୍ମୋଚନ, ଟୂଲ ବ୍ୟାଙ୍କ ଏବଂ ସୋଲାର ଡ୍ରାୟର ର ପରିଦର୍ଶନ ଗୁଡ଼ିକ ଥିଲା ଏହି ଅନୁଷ୍ଠାନ ର ମୁଖ୍ୟ ଆକର୍ଷଣ | ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ମହିଳା ତଥା ଗ୍ରାମବାସୀକୁ ବିଶ୍ବ ପରିବେଶ ଦିବସ ର ଶୁଭେଚ୍ଛା ଦେଇ ପରିବେଶ ର ସୁରକ୍ଷା ଏବଂ ବୃକ୍ଷ ରୋପଣ ପାଇଁ ସଚେତନତା ସହିତ ଶପଥ ପାଠ କରାଇଲେ | ବୃକ୍ଷ ରୋପଣ ତଥା ଦସ୍ତଖତ ଅଭିଯାନ ସହ ଅନୁଷ୍ଠାନ କୁ ସମାପ୍ତ କରା ଗଲା |

Leave a Reply

Your email address will not be published. Required fields are marked *