“କଥା ଏତିକି, ବାସ୍।’
“ଆଜି କେବଳ ଗୋଟିଏ ପ୍ରଶ୍ନ ପଚାରିବା ଓ ଆମ ପରିବାର ପ୍ରତି ହୋଇଥିବା ଗୋଟିଏ ଅନ୍ୟାୟ ଉପରେ ଆଲୋଚନାରେ” ଲେଖାଟିକୁ ସୀମିତ ରଖୁଛି।
(୧) ପ୍ରଶ୍ନ:- ସାବିତ୍ରୀ ଅମାବାସ୍ୟା ବ୍ରତ ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ।
ଓଡ଼ିଆ ପରମ୍ପରାରେ ଏହି ଦିନ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ସତ୍ୟବାନ ଓ ସାବିତ୍ରୀଙ୍କର ପୂଜାର୍ଚ୍ଚନା କରିବା ସହ ନିଷ୍ଠାର ସହ ବ୍ରତ ପାଳନ କରନ୍ତି ଓ ସ୍ୱାମୀଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗନ୍ତି।
ସାବିତ୍ରୀ ମହିଳା ହୋଇ ସତ୍ୟବାନଙ୍କୁ ବଞ୍ଚେଇଥିଲେ,ଅଥଚ ସଧବା ମହିଳାମାନେ ସ୍ୱାମୀମାନଙ୍କର ପାଦ ଛୁଇଁ ଆଶୀର୍ବାଦ ମାଗିବା,
” ନାରୀଜାତି ପ୍ରତି ଅବମାନନା ନୁହେଁ କି?”
Just Asking to Know.
(୨) ଆମ ପରିବାର ପ୍ରତି ଅନ୍ୟାୟ ବାବଦରେ ଆଲୋଚନା:-
ଏହି ଘଟଣାର ବହୁବର୍ଷ ପରର ସାବିତ୍ରୀ ଅମାବାସ୍ୟାର ଠିକ ତିନିଦିନ ପୂର୍ବର ଘଟଣାଟିଏ।
ତା୦୪.୦୬.୨୦୨୧ରିଖ ଜ୍ୟେଷ୍ଠ କୃଷ୍ଣ ଦ୍ୱାଦଶୀ ତିଥିରେ ମୋର କ୍ୟାନସର ଅପରେସନ ପରେ ଡାକ୍ତର ମୋତେ ମୃତ ଘୋଷଣା କରିଥିଲେ। ମୋ ସହଧର୍ମିଣୀଙ୍କ ଆକୁଳ ପ୍ରାର୍ଥନାରେ ମୁଁ ପୁଣି ଜୀବନଦାନ ପାଇଥିଲି, ଯାହା ଅଳ୍ପେ ବହୁତେ ‘ସାବିତ୍ରୀ-ସତ୍ୟବାନଙ୍କ ଘଟଣା’ ସହିତ ମେଳ ଖାଉଛି।
ସେଦିନ ଡାକ୍ତର ସାମ୍ବାଦିକ ସମ୍ମିଳନୀ କରି ” ତୁଷାରକାନ୍ତ ଶତପଥୀଙ୍କ ସହଧର୍ମିଣୀ ଜ୍ୟୋସ୍ନା ଶତପଥୀଙ୍କର ଆକୁଳ ପ୍ରାର୍ଥନାରେ ଭଗବାନ ସନ୍ତୁଷ୍ଟ ହୋଇ ପୁଣି ଶ୍ରୀ ଶତପଥୀଙ୍କୁ ଜୀବନ ଦାନ କରିଥିଲେ” ବୋଲି ଘୋଷଣା କରିଥିଲେ, ୨୦୨୨ ମସିହାର ଏହି ତିଥିରୁ ଆରମ୍ଭ କରି ପ୍ରତ୍ୟେକ ବର୍ଷ ” ଜ୍ୟୋସ୍ନା ଜ୍ୟେଷ୍ଠ କୃଷ୍ଣ ଦ୍ୱାଦଶୀ ବ୍ରତ ପାଳନ ଉତ୍ସବ” ପାଳିତ ହେଉ ନଥାନ୍ତା କି?
କିନ୍ତୁ “ଏପରି ଳହେବା” ଆମ ପରିବାର ପ୍ରତି ଅନ୍ୟାୟ ନୁହେଁ କି?”
ଏହା ପରେ ଭାଗ୍ୟ, ଭଗବାନ, ପ୍ରାରବ୍ଧ ଇତ୍ୟାଦି ଯାବତୀୟ ପ୍ରଣାଳି ଉପରୁ ମୋର ବିଶ୍ୱାସ ତୁଟି ଯାଇଛି।
ନା, ଆପଣ କଣ କହୁଛନ୍ତି?
















Leave a Reply