ମାହାଙ୍ଗା // ମୋହନ ମାଝୀ ସରକାର ଓ ପୋଲିସ ପ୍ରଶାସନ ଙ୍କୁ ସମାଲୋଚନା କଲେ ମାହାଙ୍ଗା କଂଗେସ କମିଟି କଂଗ୍ରେସ ନେତା ସେକ ମସୁଦ ଅଲି ଓ ସଭାପତି ଆଇନଜୀବୀ ଦୀପକ କୁମାର ମହାନ୍ତି ସମେତ ବହୁ କଂଗ୍ରେସ ସଂଗଠକ ଓ କର୍ମୀ ମାନଙ୍କୁ ଗିରଫ ପ୍ରତିବାଦ ରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଟିତ

Spread the love

ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ତରଫରୁ କମିଟିର ସଭାପତି ଆଇନଜୀବି ଦୀପକ କୁମାର ମିହାନ୍ତିଙ୍କ ସଭାପତିତ୍ୱରେ କୁଆଁପାଳ ଠାରେ ଅଧାପନ୍ତରିଆ ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ତଥା ମାହାଙ୍ଗା କଂଗ୍ରେସ ନେତା ସେକ ମସୁଦ ଅଲି ଓ ସଭାପତି ଆଇନଜୀବୀ ଦୀପକ କୁମାର ମହାନ୍ତି ସମେତ ବହୁ କଂଗ୍ରେସ ସଂଗଠକ ଓ କର୍ମୀ ମାନଙ୍କୁ ଗିରଫ ଓ ପୋଲିସ ଆକ୍ରୋଶର ଶିକାର ପ୍ରତିବାଦ ରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା.

ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ ଯୋଗଦେଇ ବି. ଜେ. ପି. ସରକାର, ପଂଚାୟତରାଜ ମନ୍ତ୍ରୀ ଓ ମାହାଙ୍ଗା ବିଧାୟକଙ୍କୁ କଟୁ ସମାଲୋଚନା କରିବା ସହ ମାହାଙ୍ଗାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ନିମନ୍ତେ ଆନ୍ଦୋଳନ କରୁଥିବା କଂଗ୍ରେସ ନେତା ଓ କର୍ମୀ ମାନଙ୍କ ଗିରଫକୁ ତୀବ୍ର ନିନ୍ଦା କରିଥିଲେ.

ସେକ ମସୁଦ ଅଲି ମୋହନ ମାଝୀ ସରକାର ଓ ପୋଲିସ ପ୍ରଶାସନ ଙ୍କୁ ସମାଲୋଚନା କରି କହିଲେ ଯେ, ମାହାଙ୍ଗା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ କେବେହେଲେ ନୀରବ ହୋଇ ରହିବ ନାହିଁ, ଦରକାର ପଡିଲେ ଜନ ଆନ୍ଦୋଳନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ.,

Leave a Reply

Your email address will not be published. Required fields are marked *