ମାଟ୍ରିକ ପରୀକ୍ଷାରେ
ମାଲକାନଗିରି ଜିଲ୍ଲା ଟପ୍ପର ଶୁଭଶ୍ରୀ ଓ ଅନ୍ୟ ୨ ଛାତ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଚିତ୍ରକୋଣ୍ଡା ଏସଡିପିଓ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଚଳିତବର୍ଷ ପ୍ରକାଶ ପାଇଥିବା ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲ୍ଲାର ପାସ ହାର ରାଜ୍ୟର ହାରାହାରି ପାସ ହାର ଠାରୁ ଅଧିକ ରହିବା ସହିତ ସର୍ବାଧିକ ଏ ଗ୍ରେଡ଼ ପାଇ ଶୀର୍ଷରେ ରହିଛନ୍ତି। ସୂଚନା ଥାଉକି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ନାୟକ ୫୬୫ରୁ ଉର୍ଦ୍ଧ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ସେହିପରି ବାଲିମେଳା ସହରର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଭାଗିରଥି ସାହୁ ଏବଂ ସୁମଞ୍ଜିତ ଖଣ୍ଡୁଆଳ ୫୫୪ ନମ୍ବର ରଖି ଜିଲ୍ଲାର ଏଗ୍ରେଡ଼ରେ ସ୍ଥାନ ପାଇଛନ୍ତି।ସୋମବାର ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନଙ୍କ ପକ୍ଷରୁ ଏହି ମାଟ୍ରିକ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ଟପର ହୋଇଥିବା ବାଲିମେଳା ପିଏମସି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ନାୟକ ଏବଂ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଭାଗିରଥି ସାହୁ ଏବଂ ଉକ୍ତ ବିଦ୍ୟାଳୟର ଛାତ୍ର ସୁମଞ୍ଜିତ ଖଣ୍ଡୁଆଳଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ଉପହାର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ଏହି ତିନି ଜଣ ଛାତ୍ରୀ ଓ ଛାତ୍ରଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ବାଲିମେଳା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲ, ବାଲିମେଳା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ଉପରୋକ୍ତ ଛତ୍ରୀ ଛାତ୍ରଙ୍କ ମାତା ପିତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଓର୍କେଲ ଥାନାର ବହୁ ଅଧକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ଅଟୋକୁ ଧକ୍କା ଦେଲା ଟ୍ରକ,୨ ଗୁରୁତର ଆହତ
ଗମ୍ଫାକୋଣ୍ଡା କେନାଲରୁ ଅଟୋ ଓ ଆହତଙ୍କୁ ଉଦ୍ଧାର କଲା ପୋଲିସ
ମାଲକାନଗିରି

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧୀନ ବାଲିମେଳା -କାଲିମେଳାକୁ ସଂଯୋଗ କରୁଥିବା ଗମ୍ଫାକୋଣ୍ଡା କେନାଲ ମୂଖ୍ୟ ରାସ୍ତା ତଥା ସିନ୍ଧିବେଟା ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ଏକ ଅଟୋ ଗାଡି ନମ୍ବର -ଓଡି -୩୦-ବି-୧୩୧୫ ଟି କିଛି ଲୁଗା ସାମଗ୍ରୀ ନେଇ ଚିନ୍ତଲବେଡା ଗ୍ରାମ ନିକଟରେ ହେଉଥିବା ସାପ୍ତାହିକ ହାଟକୁ ଯାଉଥିବା ସମୟରେ ଉକ୍ତ ରାସ୍ତା ଦେଇ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମିନିଟ୍ରକ ଗାଡି ନମ୍ବର -ଓଆର-୧୦-ଜି-୮୯୮୭ ଗାଡିଟି ହଠାତ ଉକ୍ତ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗୋମ୍ଫାକୋଣ୍ଡା କେନାଲର ଗଭୀର ଜଳରେ ପଡି ପାଣିରେ ବୁଡି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚି ଅଟୋ ଭିତରେ ଥିବା ଏମଭି -୫୧ ଗ୍ରାମର ଗୋବିନ୍ଦ ବିଶ୍ୱାସ ଏବଂ ତାଙ୍କ ପୁଅ ଜୟଦୀପ ବିଶ୍ୱାସଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ଅଟୋରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ସେମାନଙ୍କୁ ଚିକିତ୍ସା ନିମନ୍ତେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ଉଭୟଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍କା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଛନ୍ତି।
ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ସତଦଳ ମଣ୍ଡଳଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଟି ଗାଡିକୁ ଜବତ କରିବା ସହିତ ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଜରୁଛି।












Leave a Reply