Spread the love


ଶ୍ରୀଜଗନ୍ନାଥ ଦର୍ଶନ ବିଧି

ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେ
ଦକ୍ଷିଣ ଭାଗରେ ଥିବା
(1)୨୨ ଭୂଜ ନୃସିଂହ ,
(2)ପତିତପାବନ ଦର୍ଶନ।

ବାମ ଭାଗେ ଥିବା
(୩)ମହାବୀର ଗଣେଶ ଆଦି ଦର୍ଶନ।
(୪)୨୨ ପାହାଚ ରେ ଥିବା ଯମ ଶିଳା ଉପରେ ଠିଆ ହୋଇ ନୀଳଚକ୍ର ଦର୍ଶନ।
(୫)ବାମ ଭାଗେ ଥିବା
କାଶୀ ବିଶ୍ଵନାଥ ,
ଶ୍ରୀ ରାମ ଚନ୍ଦ୍ର ,
ନୃସିଂହ ଆଦି ଙ୍କୁ ଦର୍ଶନ।
(୬)ବାଇଶି ପାହାଚ ଅତିକ୍ରମ।

କୂର୍ମ ବେଢ଼ା ପ୍ରବେଶ ପରେ
ବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ।
(୧)ସତ୍ୟ ନାରାୟଣ ଙ୍କ ଦର୍ଶନ।
(୨)କଳ୍ପ ବଟ ମୂଳେ ଥିବା ବାଳ ମୁକୁନ୍ଦ, ଦର୍ଶନ।
(୩)ହରି ସହଦେବ ମନ୍ଦିର,
(୪)ବଟ ଜଗନ୍ନାଥ ,
(୫)ବଟ ଗଣେଶ ,
(୬)ପଞ୍ଚ ମହାଦେବ ,
(୭)ବଟ ମଙ୍ଗଳା
(୮)କଳ୍ପବଟ ,
(୯)ଇନ୍ଦ୍ରାଣୀ ମନ୍ଦିର ,
(୧୦)କୁତ୍ତାମ ଚଣ୍ଡୀ ,
(୧୧)ଅନନ୍ତ ଶୟନ ,
(୧୨)ମୁକ୍ତି ମଣ୍ଡପ ,
ମୁକ୍ତି ମଣ୍ଡପ ନିକଟସ୍ଥ
(୧୩)ଆଦି ନୃସିଂହ ,
(୧୪)ରୋହିଣୀ କୁଣ୍ଡ ,
(୧୫)ବିମଳା ଠାକୁରାଣୀ,
(୧୬)ସାକ୍ଷୀ ଗୋପାଳ,
(୧୭)କାଞ୍ଚି ଗଣେଶ ,
(୧୮)ନିଶା ନୃସିଂହ ,
(୧୯)ନିଶା ବରାହ ,
(୨୦)ସରସ୍ଵତୀ ମନ୍ଦିର,
(୨୧)ଭୁବନେଶ୍ଵରୀ ଠାକୁରାଣୀ
(୨୨)ଷଷ୍ଠୀ ଦେବୀ ,
(୨୩)ନୀଳମାଧବ ,
(୨୪)ବେଢ଼ା କାଳୀ ,
(୨୫)ମହାଲକ୍ଷ୍ମୀ ମନ୍ଦିର ,
(୨୬)ନବଗ୍ରହ ମନ୍ଦିର ,
(୨୭)ସୂର୍ଯ୍ୟ ମନ୍ଦିର ,
(୨୮)ନିଶା ତ୍ରିବିକ୍ରମ ,
(୨୯)ଶ୍ରୀ ରାମ ଚନ୍ଦ୍ର ମନ୍ଦିର ,
(୩୦) ହୟଗ୍ରିବ,
(୩୧)ପାତାଳେଶ୍ୱର ମହାଦେବଙ୍କ ଦର୍ଶନ କରି

ସାତ ପାହାଚ ଦେଇ, ବଡ଼ ଦେଉଳ ର ନାଟ ମଣ୍ଡପ କୁ ପ୍ରବେଶ

ପ୍ରଥମେ ଗରୁଡ଼ ପଛ ଭାଗରୁ ,
(୧)ଶିବ ଓ ବ୍ରହ୍ମା ଙ୍କୁ ଦର୍ଶନ କରି,
(୨)ମହାପ୍ରଭୁଙ୍କ ଦର୍ଶନ।
(୩)ଗରୁଡ ଖମ୍ୱ କୁ ଆଲିଙ୍ଗନ।

ନାଟ ମଣ୍ଡପ ମଧ୍ୟରେ ଥିବା, ସମସ୍ତ ଦେବତା ଙ୍କୁ ଦର୍ଶନ

ଜଗମୋହନ କୁ ପ୍ରବେଶ
ଜଗ ମୋହନ ନଣ୍ଡାବର୍ତ୍ତ ନିକଟରେ
(୧)ଜୟ ବିଜୟ ଙ୍କୁ ନମସ୍କାର।
ଜଗମୋହନ ମଧ୍ୟରେ
କୋଟି କୈବଲ୍ୟ ନାଥ
(୨)ମହାପ୍ରଭୁ ଙ୍କୁ ଦର୍ଶନ

ବାହାର ଭଣ୍ଡାର ଘରେ
(୩)ଦେବ ଦେବ ଲୋକନାଥ ,
(୪)ଦେବୀ ଦୁର୍ଗା ,
(୫)ଶୟନ ଦିଅଁ ଆଦି ଙ୍କୁ ଦର୍ଶନ।

ବେହରଣ ଦ୍ଵାର ଦେଇ ବାହାରକୁ ବାହାରି

ଦକ୍ଷିଣ ଘରେ
(୬)ସମସ୍ତ ଚଳନ୍ତି ବିଗ୍ରହ ଙ୍କୁ ଦର୍ଶନ।

ଆନନ୍ଦ ରେ, ଆନନ୍ଦ ବଜାର ରେ ପ୍ରବେଶ

(୧)ମହାପ୍ରସାଦ ସେବନ।
(୨)ସ୍ନାନ ବେଦୀ, ଦର୍ଶନ।

ଉତ୍ତର ଭାଗରେ ଥିବା
(୧)ଇଶାଣେଶ୍ୱର ମହାଦେବ ,
(୨)ଶୀତଳା ଠାକୁରାଣୀ ,
(୩)ମହାବୀର ,
(୪)କୋଇଲି ବୈକୁଣ୍ଠ ଦର୍ଶନ।

ପଶ୍ଚିମ ଭାଗରେ ଥିବା
(୧)କାନ ପତା ମହାବୀର ,
(୨)ଚାରି ଧାମ ମନ୍ଦିର ,
(୩)ନିଳାଦ୍ରୀ ଉପବନ ଏବଂ

ଦକ୍ଷିଣ ପାର୍ଶ୍ଵ ରେ
(୧)ଶ୍ରୀ ରାମ ଚନ୍ଦ୍ର ମନ୍ଦିର,
(୨)ବାର ଭାଇ ହନୁମାନ ,
(୩)ଭାଗବତ ମନ୍ଦିର ଆଦି ଦର୍ଶନ ବିଧେୟ।
🙏
ଏହି ପ୍ରକାର ଦର୍ଶନ କରିବା ଦ୍ୱାରା
ମହାପ୍ରଭୁ ଶ୍ରୀ ନୀଳାଦ୍ରୀ ନାଥଙ୍କ ଦର୍ଶନ କରିବା ର ସମସ୍ତ ଫଳ ପ୍ରାପ୍ତ ହୋଇଥାଏ।
🙏🙏🙏🙏🙏🙏🙏🙏🙏🙏🙏
ଦେବନୀତି*….
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ । ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ ‘ଭୋଗ’ ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ ‘ଅମୁଣିଆ’ ବୋଲାଯାଏ ।

ଧୂପ::

ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ । ପ୍ରତ୍ୟେକ ଧୂପ ପୂର୍ବରୁ ପ୍ରତିହାରୀ ଭୋଗ ବିଧିପୂର୍ବକ ଡାକନ୍ତି ଓ ଭୋଗ ଆଗରେ ଆସନ୍ତି । ଯଦି ଭୋଗ ଆସିବାକୁ ବିଳମ୍ବ ହୁଏ ତେବେ ସେ ରୋଷଘର ପାଖରେ ଅପେକ୍ଷା କରନ୍ତି । ଭୋଗ ନ ଆସିବା ପର୍ଯ୍ୟନ୍ତ ସେ ରୋଷରୁ ଫେରିବା ନିଷେଧ । ଭୋଗ ଆସିବା ପରେ ତିନିଜଣ ପୂଜାପଣ୍ଡା ଉତ୍ତରାଭିମୁଖି ହୋଇ ପିଢ଼ାରେ ବସି ତିନିବାଡ଼ରେ (ବଳଭଦ୍ରଙ୍କ ବାଡ଼ ବା ବଡ଼ବାଡ଼, ଶ୍ରୀଜଗନ୍ନାଥଙ୍କ ବାଡ଼ ବା ମହାପ୍ରଭୁଙ୍କ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ ବା ମଝିବାଡ଼) ବଳଭଦ୍ରଙ୍କୁ ଦ୍ଵାଦଶାକ୍ଷର ବାସୁଦେବ ମନ୍ତ୍ର, ଶ୍ରୀଜଗନ୍ନାଥଙ୍କୁ ଅଶ୍ଟଦଶାକ୍ଷର ଗୋପାଳ ମନ୍ତ୍ର ବା ରାଜ ମନ୍ତ୍ର ଓ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ମନ୍ତ୍ରରେ ପୂଜା କରନ୍ତି ।

ସକାଳ ଧୂପ (ପ୍ରଥମ ଧୂପ)-_-::

(ସକାଳ୧୦.୦୦): ଏହା ଦିନର ପ୍ରଥମ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ । ଏହା ‘କୋଠ ଭୋଗ’ ବା ‘ରାଜଭୋଗ’ ଭାବେ ପରିଚିତ[1]

ବଡ଼କାନ୍ତି: ୫ଶରା

ସାନକାନ୍ତି: ୩ଶରା

ଏଣ୍ଡୁରି: ୬ଟି (ପ୍ରତ୍ୟେକ ୨ ଖଣ୍ଡରେ ବିଭକ୍ତ, ମୋଟ ୧୨ ଖଣ୍ଡ)

ପିଠା_ପୁଳି: ୪ଶରା

ମିଠା_ପୁଳି: ୬ଟି

ଦହି_ଅମାଲୁ (ମାଲପୁଆ) ଓ ଗ୍ରେ: ୧ ଶରା

ହଂସକେଳି: ୨ଶରା

କାକପୁଆ_ଝିଲ୍ଲି: ୪ଟି

ଅଦା_ପାଚେଡ଼ି: ୪ଶରା

ବୁନ୍ଦିଆ: ୧ସରା

ବଡ଼_କଣିଆ: ୩କୁଡୁଆ

ସାନ_କଣିଆ: ୨କୁଡୁଆ

ତଥା_ଖେଚୁଡ଼ି: ୬ଖୁଡ଼

ନୁଖୁରା_ଖେଚୁଡ଼ି: ୩

ସାନ_ଖେଚୁଡ଼ି: ୩

ଶ୍ରୀବଳଭଦ୍ର_ଖେଚୁଡ଼ି: ୨ କୁଡ଼ୁଆ

ତୈଳ_ଖେଚୁଡ଼ି: ୩

ମେଣ୍ଢା_ମୁଣ୍ଡିଆ: ୧ଟି

ଶାଗ: ୫

ପୂଜାପଣ୍ଡାଙ୍କପାଇଁଚଣ୍ଡ: ୯

ମଧ୍ୟାହ୍ନ ଧୂପ ବା ଦିପହର ଧୂପ (ଦ୍ଵିତୀୟ ଧୂପ) -_-::

(ମଧ୍ୟାହ୍ନ ୧୨.୩୦ ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ । ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।

ବଡ଼ପିଠା: ୪ଶରା

ବଡ଼_କାକରା: ୯ଟି

ସାନକାକରା: ୪ଶରା

ବଡ଼ପୁଷ୍ପାଳକଆରିସା: ୧୦

ବଡ଼_ଆରିସା: ୧୮ଟି

ସାନ_ଆରିସା: ୨୧ ଟି

ପାଗ_ଆରିସା: ୯

ବୋକ_ଆରିସା:୬

ମଥା_ପୁଳି:୧୭ଟି

ବଡ଼_ବଡ଼: ୯ଟି

ଚଢ଼େଇ_ନଦା: ୨ଓଳି

ଚଢ଼େଇନଦା_ଗୁଳା: ୧୦ଟି

ସୁଆର ମନୋହର: ୩୦

ମନୋହର: ୮

ବଡ଼_ଖଇରଚୁଳ: ୧

ସାନ_ଖଇରଚୁଳ: ୪

ଗଜା: ୧ ଓଳି (୨୪ଟି)

ବିରି_ବଡ଼ି: ୪ ଓଳି

ଥାଳି_ଅନ୍ନ (ବଳଭଦ୍ରଙ୍କ ନିମନ୍ତେ): ୯ କୁଡୁଆ

ଥାଳି_ଅନ୍ନ (ଜଗନ୍ନାଥଙ୍କ ନିମନ୍ତେ): ୪ କୁଡୁଆ

ଥାଳି_ଅନ୍ନ (ସୁଭଦ୍ରାଙ୍କ ନିମନ୍ତେ): ୨ କୁଡୁଆ

ଥାଳି_ଅନ୍ନ (ସୁଦର୍ଶନ ଚକ୍ରଙ୍କ ନିମନ୍ତେ): ୨ କୁଡୁଆ

ସାନଓଳିଓରିଆ (ଅନ୍ନ): ୪ ଓଳି

ଭୋଗଓଡ଼ିଆବଡ଼: ୧୦ ଓଳି

ପୀତ_ଅନ୍ନ: ୪ଓଳି

ମୁଗ_ଡାଲି: ୪ ଓଳି

ସାନଓଳିମରିଚି_ପାଣି: ୪ଓଳି

ବଡ଼ଓଳିମରିଚି_ପାଣି: ୪ଓଳି

ସାନ_ମ୍ବ: ୫ ଓଳି

ବଡ଼_ଖିରିସା: ୧ ଓଳି

ଓଳିବଡ଼ଖିରିସା: ୪ଓଳି

ସୁବାସ_ପଖାଳ: ୧୧ ଓଳି

ଛେନା_ପିଠା: ୨ଶରା

ଶାକର: ୨ଓଳି

ପନକ: ୫ଓଳି

କଦମ୍ବ_ହାଣ୍ଡି: ୩ଟି

ଝଣ୍ଡା_ତଡ଼ା: ୧

ମରିଚୀ_ଲଡ଼ୁ: ୫୦

ଥାଳିପକାଢଉଳ: ୯

ତ୍ରିପୁରି: ୫ସରା

ସନ୍ଧ୍ୟା ଧୂପ (ତୃତୀୟ ଧୂପ)-_-::

(ସନ୍ଧ୍ୟା ୭.୦୦ ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ । ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ।

ପାଣି_ପଖାଳ:୨୩ ଓଳି

ଚିପୁଡ଼ା_ପଖାଳ: ୧୪ ଓଳି

ସାନଓଳିପଖାଳ: ୨ ଓଳି

କଣର_ପୁଳି: ୩ଓଳି

ହାତପୋଡ଼ାଅମାଲୁ: ୭

ବଡ଼_ଅମାଲୁ (ମାଲପୁଆ):୨୧

ସାନ_ଅମାଲୁ (ମାଲପୁଆ): ୮୩

ଶାକର: ୫ଓଳି

ମଠ_ପୁଳି: ୨୨

ଭୋଗ

ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ।

ଗୋପାଳ ବଲ୍ଲଭ ଭୋଗ (ପ୍ରଥମ ଭୋଗ)

(ସକାଳ ୮.୩୦): ଦିନର ପ୍ରଥମ ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡିରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି । ଅଣସର ସମୟରେ ଏହା ଜୟ ବିଜୟ ଦ୍ଵାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କର ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ । (ପୂର୍ବେ ଏହି ଦୁଇଯାତ୍ରାରେ ବିଗ୍ରହମାନେ ରତ୍ନସିଂହାସନ ଛାଡି ବାହାର ବିଜେ କରୁଥିବାରୁ ଏଭଳି ନୀତି ଅନୁସୃତ ହେଉଥିଲା । କିନ୍ତୁ ଗଉଡିଆ ଗୋବିନ୍ଦଦେବଙ୍କ ସମୟରେ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନମୋହନ (ଦୋଳଗୋବିନ୍ଦ) ଙ୍କୁ ବିଜେ କରାଗଲା । ବର୍ତ୍ତମାନ ଦୋଳବେଦୀକୁ ବିଜୟ ପ୍ରତିମା ଆସିଲେ ମଧ୍ୟ ପୂର୍ବ ପରମ୍ପରା ରକ୍ଷା କରାଯାଉଛି ।)

ବଲ୍ଲଭ_ଖଇ: ୪୪ ଓଳି,

ପାଚିଲା_କଦଳୀ: ୭ଟି,

ନଡ଼ିଆ_ଖୁଡ଼ି: ୩ଶରା,

କୋରା (ବଡ଼): ୨୯ ଟି,

କୋରା (ଛୋଟ): ୨୨୦ଟି

ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)

(ସକାଳ ୧୧.୦୦) : ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ। ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ଥ୍ୟଝସୁଆରମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ।ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଦୁଇଥର ବା ତିନିଥର ଥର ହୋଇଥାଏ ।

ପଖାଳ

ଦହି

କାଞ୍ଜି

ସାଦା ଅନ୍ନ

କାନିକା

ଡାଲି

ବେସର

ଖଟା

ବଡ଼ସିଂହାର ଭୋଗ (ତୃତୀୟ ଭୋଗ)::

(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ।

ଖୁଆ, ଲହୁଣି, ନଡ଼ିଆ ପାତି, ଖଇ, ଦହି, କଦଳୀ

ସୁଆର_ପିଠା: ୧ଶରା

ରୋସ_ପାଇକ: ୧ଶରା

ମିଠା_ପଖାଳ: ୧୧

କାଞ୍ଜି: ୩ଓଳି

ସରପୁଳି ପିଠା: ୫ଶରା

ବିରି ବୁହା ପିଠା: ୧ଶରା

ବଡ଼ କଦଳୀ: ୧୫

କ୍ଷୀରି/ପାୟସ: ୬ଓଳି

[ଓଳି= ଛୋଟ ମାଟି କୁଡୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ: ମାଲପୁଆ, ଓରିଆ: ଦେବତାଙ୍କ ଅନ୍ନ]

ପର୍ବ ପର୍ବାଣୀ ସମୟର ବିଶେଷ ଭୋଗ-_-::

ଅଣସର_ସମୟରେ: ଧୁଆମୁଗ ଓ ପଣା

ଅଣସର_ଏକାଦଶୀ: ଆଷାଢ଼ କୃଷ୍ଣ ଏକାଦଶୀ: ଦଶମୂଳ ମୋଦକ

ଜନ୍ମାଷ୍ଟମୀ: ରାଶିଲଡୁ, ରାଶିକୋରା

ଭାଦ୍ରବକୃଷ୍ଣଦଶମୀ: ଗୁଆ, ନଡିଆ

ଭାଦ୍ରବ_ଅମାବାସ୍ୟା: ସପ୍ତପୁରୀ (ସକାଳଧୂପ ସହ)

କାର୍ତ୍ତିକ_ମାସରେ: ହରିବଲ୍ଲଭ ଲିଆ (ବଲ୍ଲଭ ଭୋଗ ସହିତ)

ପହିଲିଭୋଗ::

ଧନୁ ସଂକ୍ରାନ୍ତି ଦିନ ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ ।[4] ଧନୁସଂକ୍ରାନ୍ତି ଦିନଠାରୁ ମା’ ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ ଖାଇବାକୁ ଦିଅନ୍ତି । ଏହାପରେ ଅନ୍ୟାନ୍ୟ ଧୂପ ସବୁ ହୁଏ । ତେଣୁ ଏହା ପହିଲି ବା ପ୍ରଥମ ଭୋଗ ।

ବିଶେଷତ୍ଵ::

ବାତ୍ସଲ୍ୟ ରସର ନିଦର୍ଶନ ପହିଲିଭୋଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କ ମାଆଙ୍କ ହାତ ରନ୍ଧା ଖାଇଥାନ୍ତି । ଆକାଶରେ ନକ୍ଷତ୍ର ଥିବା ସହ କୁଆ କା’ କରିବା ପୂର୍ବରୁ ପ୍ରଭୁଙ୍କୁ ପହିଲି ଭୋଗ ଅର୍ପଣ କରିବାର ବିଧି ରହିଛି । ମାଆ ପୁଅପାଇଁ ରୋଷେଇକରୁଥିବାରୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏହି ଦିନମାନଙ୍କରେ ଭୋଗ ଶିଘ୍ର ହେଉଛି ବୋଲି ଭକ୍ତମାନଙ୍କ ମଧ୍ୟରେ ଏକ ବିଶ୍ଵାସ ରହିଛି । ଏହି ମାସରେ ଲକ୍ଷ୍ମୀ ତାଙ୍କ ବାପଘରକୁ ବୁଲିଯିବେ, ତେଣୁ ଦ୍ଵାପରଯୁଗରେ ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଖୁଆଇବା ପରି, ମା’ ଯଶୋଦା ରାମକୃଷ୍ଣ ଦୁଇ ଭାଇଙ୍କୁ ସକାଳୁ ଆରିଶା, କାକରା, ବଡ଼ା, ଖଇରଚୂଳ, ଚୁଡ଼ା ଖୁଆ, ଅମାଲୁ, ବିରିବଡ଼ି ଆଦି ଅନେକ ପ୍ରକାରର ନିସଙ୍କୁଡ଼ି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି ବୋଲି ସାଧରଣରେ ବିଶ୍ଵାସ ରହିଛି ।

ମକର ସଂକ୍ରାନ୍ତି: ମକର ଚାଉଳ ଓ ଧନୁ ମୁଆଁ (ମଧ୍ୟାହ୍ନ ଧୂପ ପରେରେ)

ଚୈତ୍ର ଶୁକ୍ଳ ଅଷ୍ଟମୀ: ଜେଉଡ଼ ଭୋଗ

ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ପର୍ଯ୍ୟନ୍ତ: ମାଣ୍ଡୁଆ ଭୋଗ (ଚନ୍ଦନ ମଣ୍ଡପରେ), ଓ ତାପରେ ବିଡିଆ ମଣୋହି

ବିଭିନ୍ନ ବେଶ ସମୟରେ: ବେଶ କ୍ଷୀରି

ଅବକାଶ-_-::

ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ।

ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)

ଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ।

ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ।

ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ।

ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ, ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ଵାର ବନ୍ଦ ରହେ ।

ପହଡ଼-_-::

ଦିନରେ ଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ । ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ।

ଦର୍ଶନ

ସାହାଣ ମେଲା-_-::

ଶ୍ରୀମନ୍ଦିରରେ ବିନା ମୂଲ୍ୟରେ ସାହାଣମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହ ଭିତରେ ପ୍ରବେଶ କରି ଜଗନ୍ନାଥଙ୍କୁ ରତ୍ନବେଦୀ ନିକଟରୁ ଅବାଧରେ ଦର୍ଶନ କରନ୍ତି ।ସାଧାରଣତଃ ଦିନକୁ ଦୁଇଥର ସାହାଣମେଲା ହୋଇଥାଏ, ଥରେ ସକାଳ ଅବକାଶ ପରେ ଓ ଅନ୍ୟଟି ସନ୍ଧ୍ୟା ଆଳତି ପରେ, କିନ୍ତୁ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ ।

ପରିମାଣିକ ଦର୍ଶନ-_-::

ଶ୍ରୀମନ୍ଦିରରେ ସାହାଣ ମେଲା ବ୍ୟତିତ ପରିମାଣିକ ଦର୍ଶନର ମଧ୍ୟ ବ୍ୟବସ୍ଥା ଅଛି । ଆଗ୍ରହୀ ଶ୍ରଦ୍ଧାଳୁମାନେ ୫୦ଟଙ୍କା ଲେଖାଏଁ ଟିକେଟ କାଟି ପରିମାଣିକ ଦର୍ଶନରେ ଭିତରକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି) ଏହି ଦର୍ଶନ ହେଉଛି । ସାହାଣମେଲା ଦର୍ଶନରେ ହେଉଥିବା ଗହଳି ଯୋଗୁଁ ବହୁ ଦର୍ଶକ ପରିମାଣିକ ଟିକେଟ କାଟି ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ପାକ -_-::

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନୈବେଦ୍ୟ ୪ ପ୍ରକାର ପାକରେ ପ୍ରସ୍ତୁତ ହୋଇଥାଏ ଯଥା:

ଭୀମପାକ

ନଳପାକ

ସୌରୀ_ପାକ

ଗୌରୀ_ପାକ

ଜୟ ଶ୍ରୀଜଗନ୍ନାଥ ଶରଣଂ

Related Post

Leave a Reply

Your email address will not be published. Required fields are marked *