ଖଲ୍ଲିକୋଟ // ପୂର୍ବତନ ପୁଲିସ ଅଧିକାରୀ ବୈକୁଣ୍ଠ ନାଥ ମହାପାତ୍ର (୯୩)ଙ୍କ ପରଲୋକ , ସେ ଜଣେ ଧର୍ମପରାୟଣ ମେଳାପୀ, ସଚ୍ଚୋଟ ଓ ଦକ୍ଷ କାର୍ଯ୍ୟ କରି ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ।

Spread the love

ପୂର୍ବତନ ପୁଲିସ ଅଧିକାରୀ ଓ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ଭୁବନେଶ୍ୱର,୨୬/୪: ,(ଦର୍ଶନ ସମୀକ୍ଷା)

ଖଲ୍ଲିକୋଟ ନିବାସୀ ପୂର୍ବତନ ପୁଲିସ ଅଧିକାରୀ, ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ବୈକୁଣ୍ଠ ନାଥ ମହାପାତ୍ର (୯୩)ଙ୍କ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ପରଲୋକ ହୋଇଯାଇଛି। ସେ ପୁଲିସ ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ମେଳାପୀ, ସଚ୍ଚୋଟ ଓ ଦକ୍ଷ କାର୍ଯ୍ୟ କରି ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୁଲିସ ବିଭାଗର ବିଭିନ୍ନ ବିଭାଗରେ ଦିର୍ଘ ୩୨ବର୍ଷ ଅନବରତ ଭାବେ କାର୍ଯ୍ୟରତ ଥିଲେ ତେବେ ଶେଷ ପର୍ଯ୍ୟାୟରେ କିଛି ଉପରିସ୍ଥ ଅଧିକାରୀଙ୍କ ସହ ମତଭେଦ ହେବା କାରଣରୁ ସେ ଚାକିରୀରୁ ଇସ୍ତଫା ଦେବା ସହ ପେନସନ ତ୍ୟାଗ କରିବା ନେଇ ସ୍ବିକାରୋକ୍ତି ପତ୍ର ପ୍ରଦାନ କରି ପେନସନ ଗ୍ରହଣ କରିନଥିଲେ। ତାଙ୍କର ଦୁଇ ପୁତ୍ର ଓ ଏକମାତ୍ର କନ୍ୟା ଅଛନ୍ତି। ଜ୍ୟେଷ୍ଠ ପୁତ୍ର ଓ କନ୍ୟା ବିଦେଶରେ ରହୁଥିବା ଫଳରେ ସେମାନେ ଫେରିବା ପରେ ତାଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ଖଲ୍ଲିକୋଟ ଠାରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି ବୋଲି କନିଷ୍ଠ ପୁତ୍ର ରଜତ ମହାପାତ୍ର ପ୍ରକାଶ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ଭୁବନେଶ୍ୱର ସମେତ ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *