ଆଜିର ଭାଗବତ ବାଣୀ//ଆମେ ସୁଖ ଓ ଦୁଃଖ ଭୋଗି ଚାଲିଛୁ । ଆଖି ଥିବା ଲୋକ ଅନ୍ଧକୁ ଯେଉଁ ଆଡ଼େ ଟାଣେ,ଅନ୍ଧ ସେହି ଆଡ଼େ ଯାଏ;ଆମେ ଠିକ୍ ସେହିପରି ପ୍ରଭୁଙ୍କ ଇଚ୍ଛାକୁ ଅନୁସରଣ କରୁଛୁ

Spread the love

ଆଜିର ଭାଗବତ ବାଣୀ

ବ୍ରହ୍ମା କହୁଛନ୍ତି — ଶ୍ରୀହରି ହେଉଛନ୍ତି ଅପ୍ରମେୟ;ତାହାଙ୍କୁ କୌଣସି ପ୍ରକାର ଦୋଷଦୃଷ୍ଟିରେ ଦେଖିବା ଅନୁଚିତ । ମୁଁ, ମହାଦେବ, ସ୍ବାୟମ୍ଭୁବ ମନୁ ଓ ମହର୍ଷି ନାରଦ ମଧ୍ୟ ଶ୍ରୀହରିଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେଉଛନ୍ତି । ସେହି ପ୍ରଭୁଙ୍କର ବିଧାନକୁ କୌଣସି ବି ଦେହଧାରୀ ତପୋବଳ,ବିଦ୍ୟାବଳ,ଯୋଗବଳ,ବୁଦ୍ଧିବଳ,ଅର୍ଥବଳ ବା ଧର୍ମବଳରେ ନିଜେ ଅମାନ୍ୟ କରିପାରିବେ ନାହିଁ କିମ୍ବା ଅନ୍ୟ କାହାର ସାହାଯ୍ୟ ନେଇ ମଧ୍ୟ ଅମାନ୍ୟ କରିପାରିବେ ନାହିଁ । ସକଳ ଜୀବ ଜନ୍ମ, ମରଣ,ଶୋକ, ମୋହ, ଭୟ ଓ ସୁଖ-ଦୁଃଖ ଭୋଗ କରିବା ନିମନ୍ତେ ସେହି ଅବ୍ୟକ୍ତ ଈଶ୍ବରଙ୍କ ପ୍ରଦତ୍ତ ଶରୀର ଧାରଣ କରନ୍ତି । ଆମର ଗୁଣ ଓ କର୍ମାନୁସାରେ ପ୍ରଭୁ ଆମକୁ ଯେଉଁ ଯୋନିରେ ପକାଇ ଦେଇଛନ୍ତି, ତାହା ଗ୍ରହଣ କରି, ସେ ଯେପରି ବ୍ୟବସ୍ଥା କରୁଛନ୍ତି, ତଦନୁସାରେ ଆମେ ସୁଖ ଓ ଦୁଃଖ ଭୋଗି ଚାଲିଛୁ । ଆଖି ଥିବା ଲୋକ ଅନ୍ଧକୁ ଯେଉଁ ଆଡ଼େ ଟାଣେ,ଅନ୍ଧ ସେହି ଆଡ଼େ ଯାଏ;ଆମେ ଠିକ୍ ସେହିପରି ପ୍ରଭୁଙ୍କ ଇଚ୍ଛାକୁ ଅନୁସରଣ କରୁଛୁ
ଜୟ ଶ୍ରୀଜଗନ୍ନାଥ

Leave a Reply

Your email address will not be published. Required fields are marked *