Spread the love

ପୁରାତନ ଆଦିମ କାଳରୁ ମନୁଷ୍ୟ ମାନଙ୍କୁ କେବଳ କୁକୁର ମାନେ ସାହାଯ୍ୟ କରୁଥିଲେ.. ମଣିଷକୁ ବଞ୍ଚଇବା ପାଇଁ କୁକୁର ଟେ ତା ଜୀବନ ଦେଉଥିଲା ଆଜିବି ବହୁତ ଖବର ଆସୁଛି ବିଶ୍ୱ ର କୋଣ ଅନୁକୋଣରୁ କିପରି ମାଲିକ ଟିଏ ମରିଗଲା ପରେ କୁକୁର ଟି ଝୁରି ଝୁରି ମରିଯାଉଛି. ଆମେ ଦେଖୁ ଆଜି ବିଶ୍ୱରେ ଯେତେ ଗ୍ରାମାଞ୍ଚଳ ଅଛି. ପ୍ରାୟତଃ ମଣିଷ ମାନଙ୍କ ଘରର ସୁରକ୍ଷା ରେ କୁକୁର ଟିଏ ଦେଖାଯାଉଛି. ତାହାର କାରଣ ପ୍ରତ୍ୟେକ ଘରର ଲୋକ ମାନେ ଯାହାଖାଆନ୍ତି ଠିକ ଟାଇମରେ ସେମାନଙ୍କୁ ଦିଅନ୍ତି. ଗ୍ରାମାଞ୍ଚଳ ରେ ଯୋଉ ଛୋଟ ଛୋଟ ଚା ଜଳଖିଆ ଦୋକାନ ଅଛି ସେଠି କୁକୁର ମାନେ ବିକଳ ହେଇ ଅନାନ୍ତିନି.. କିଏ ଦେଲେ ଖାଇବେ.. କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର କଥା ସହରୀ ଲୋକ ମାନେ ବଡ଼ ବଡ଼ କୋଠା କରି ରୁହନ୍ତି ବଡ଼ ଲୁହାର କବାଟ ପଡିଥାଏ ତେଣୁ କୁକୁର ମାନେ ବିଚରା ଘର ପାଖକୁ ଯାଇ ଖାଲି ଦେଖନ୍ତି ସେଠୁ ଫେରିଆସି ସହରୀ ଚା ଜଳଖିଆ ଦୋକାନ ପାଖରେ ବିକଳରେ ଅନେଇଥାନ୍ତି କିଏ ଟିକେ କଣ ଦେବ.ମଣିଷ କୁ ଛାଡିଲେ ଭଗବାନ ଯେତେ ଜୀବ ଜଗତ ସୃଷ୍ଟି କରିଛନ୍ତି . ପ୍ରକୁତରେ ସମସ୍ତଙ୍କୁ ଖାଦ୍ୟ ଦେଇଛନ୍ତି. କିନ୍ତୁ କୁକୁରକୁ କିଛି ଦେଇନାହାନ୍ତି ମଣିଷ ଯାହା ଖାଇବ ସିଏ ଖାଇବ… ହୁଏତ ଆଜିକାଲି ସହରୀ କୁକୁର ମାନେ ଏସବୁ ଭାବି ସହର ଲୋକଙ୍କୁ ଗୋଡେଇ କାମୁଡୁଛନ୍ତି.. ଆଧୁନିକ ମଣିଷ ମାନେ ଭାବିବାର ଆବଶ୍ୟକ ଅଛି… ଦୟାକରି ଟିକେ କୁକୁର ଟିକୁ ଦର୍ଶନ କରନ୍ତୁ ଆଉ ମନେ ମନେ ସମୀକ୍ଷା କରନ୍ତୁ… ଜୟ ଜଗନ୍ନାଥ 🙏

Related Post

Leave a Reply

Your email address will not be published. Required fields are marked *

You Missed