କୋରୁକୋଣ୍ଡା ବ୍ଲକ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଦିଦ୍ୟାଙ୍ଗ ପିଲାଙ୍କୁ ନେଇ ଏକ୍ସପୋଜର ଭିଜିଟ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀଙ୍କ ନେତୃତ୍ୱରେ ଶୁକ୍ରବାର କୋରୁକୋଣ୍ଡା ବ୍ଲକ ଅଧୀନ ମୋଟ
୧୨ଟି ପଞ୍ଚାୟତର ସ୍କୁଲ ଗୁଡିକର ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଏବଂ ସେମାନଙ୍କର ଅଭିଭାବକ ମାନଙ୍କୁ ସାଙ୍ଗରେ ନେଇ ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଜଗନ୍ନାଥ ମନ୍ଦିର, ବହୁ ଦେବାଳୟ ସମେତ ଆଖ ପାଖରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରାଇବା ତଥା ଏକ୍ସପୋଜର ଭିଜିଟ କରାଇଥିଲେ।ବାଲିମେଳା ସହର ଠାରୁ ପ୍ରାୟ ୭ କି.ମି ଦୂରରେ ଥିବା ପୋଟେରୁ ଜଳ ସେଚନ ବିଭାଗର ସୋର୍ଲକୋଣ୍ଡା ବ୍ୟାରେଜରେ ବାଣ ଭୋଜି କରାଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ
୫୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଓ ସେମାନଙ୍କର ଅଭିଭାବକ ମାନଙ୍କ ସହିତ ୨୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କ୍ଲଷ୍ଟରର ସିଆରସିସି ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ କୋରୁକୋଣ୍ଡା ବ୍ଲକର ବିଆରପି ସାଗର ରାଉତଙ୍କ ସମେତ ସମସ୍ତ ସିଆରସିସି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।












Leave a Reply