Spread the love

ରାଷ୍ଟ୍ରଗୀତ “ବନ୍ଦେ ମାତରମ”ର ୧୫୦ ତମ ବାର୍ଷିକି ଅବସରରେ କୋରୁକୋଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ସାମୁହିକ ଗାନ କାର୍ଯ୍ୟକ୍ରମ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନସମୀକ୍ଷା)
ରାଜ୍ୟ ସରକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ରାଷ୍ଟ୍ର ଗୀତ”ବନ୍ଦେ ମାତରମ”ର ୧୫୦ତମ ବାର୍ଷିକ ପାଳନ ଅବସରରେ ସାମୂହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ବ୍ଲକ ତଥା କୋରୁକୋଣ୍ଡା ପଞ୍ଚାୟତ ସମିତି ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ ଅନୁଯାୟୀ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁଙ୍କ ତତ୍ୱବଧାନରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ବନ୍ଦେ “ମା ତରମ” ୧୫୦ତମ ବାର୍ଷିକୀ ପାଳନ ଅବସରରେ ପଞ୍ଚାୟତ ସମିତି ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ସମ୍ମାନିତ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅକ୍ଷୟ ବିଶ୍ୱାଳ, ମାଲକାନଗିରି ବିଧାୟକ ପ୍ରତିନିଧି ମୁୟା ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, କୋରୁକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ, ଲ୍ୟାମ୍ପ ସଭାପତି ସାଲୁ ଖିଲ ପ୍ରମୁଖ ଯୋଗଦେଇ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ବିଭିନ୍ନ ପଞ୍ଚାୟତର ସପଞ୍ଚ, ସମିତି ସଭ୍ୟ, ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ଲକ ଅଧିନସ୍ତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ପ୍ରଥମେ ସାମୁହିକ “ବନ୍ଦେ ମତାରମ” ଗାନ କରାଯାଇଥିଲା।ଏହି ଅବସରରେ କିଛି ଦିନ ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ର ଗୀତ”ବନ୍ଦେ ମତାରମ”କୁ ଆଧାର କରି ବକୃତା, ସଂଗୀତ,ଚିତ୍ରଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହିତ ମାନପାତ୍ର ପ୍ରଦାନ କରାଯାଇଥିଲା। କୋରୁକୋଣ୍ଡା ବ୍ଲକର ସିପି ସତ୍ୟ ନାରାୟଣ ଦାସ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *