ଢେ଼ଙ୍କାନାଳ // ଉଦ୍ଧାର ଶିଶୁ ପୁତ୍ରକୁ ନେଇ ଢେଙ୍କାନାଳ ପ୍ରଶାସନ ନାକେଦମ୍ ଶିଶୁ କୁ ନେବା ପାଇଁ ପାଳିତ ଦମ୍ପତି ଓ ଗ୍ରାମବାସୀଙ୍କ ଜିଦ

Spread the love

ଉଦ୍ଧାର ଶିଶୁ ପୁତ୍ରକୁ ନେଇ ଢେଙ୍କାନାଳ ପ୍ରଶାସନ ନାକେଦମ୍
ଶିଶୁକୁ ନେବା ପାଇଁ ପାଳିତ ଦମ୍ପତି ଓ ଗ୍ରାମବାସୀଙ୍କ ଜିଦ

ଢେଙ୍କାନାଳ,୧୫ା୧ : (ଦର୍ଶନ ସମୀକ୍ଷା)

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରିବାଙ୍କ ଗ୍ରାମରୁ ଏକ ଶିଶୁ ପୁତ୍ର ଉଦ୍ଧାର କରିବା ପରେ ଏବେ ଜିଲ୍ଲା ପ୍ରଶାସନକୁ ନାକେ ଦମ ହେବାକୁ ପଡିଛି । ଗତ ମଙ୍ଗଳବାର ଶିଶୁ ସୁରକ୍ଷା ୟୁନିଟ ସହାୟତାରେ ସିଡବ୍ଲୁ୍ୟସି ସେହି ଶିଶୁପୁତ୍ରକୁ ବାଛୁରିବାଙ୍କ ଗ୍ରାମର ଦମ୍ପତି ମୁଷା ନାଏକ ଓ ବାସନ୍ତୀ ନାଏକ ଘରୁ ଉଦ୍ଧାର କରି ଶିଶୁ ଗୃହକୁ ପଠାଇ ଦେଇଛନ୍ତି । ଫଳରେ ଶିଶୁପୁତ୍ରଟିକୁ ନେବା ପାଇଁ ଆଜି ଗୁରୁବାର ଉକ୍ତ ଦମ୍ପତି ଓ ତାଙ୍କ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଅଫିସ କକ୍ଷକୁ ଘେରି ରହି ଶିଶୁପୁତ୍ରକୁ ଫେରାଇ ଦେବା ପାଇଁ ଜିଦ ଧରିଛନ୍ତି । ଏପରିକି ଉକ୍ତ ଦମ୍ପତି ଶିଶୁପୁତ୍ରକୁ ନେବା ପାଇଁ କାନ୍ଦି କନ୍ଦି ଗଡୁଥିବା ସହିତ ବେକରେ ଲୁଗା କୁ ଗୁଡାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

ଏହା ଫଳରେ ଜିଲ୍ଲାପାଳ ନିଜ କକ୍ଷରୁ ବାହାରକୁ ବାହାରି ପାରିନଥିବା ଦେଖାଯାଇଛି । ଖବରପାଇ ଟାଉନ ଥାନା ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ସୁଚନା ମୁତାବକ ଏହି ଦମ୍ପତି ନିଃସନ୍ତାନ ଥିବା ବେଳେ ଗତ ୯,୧୨,୨୦୨୫ରେ ତାଙ୍କ ଗ୍ରାମକୁ ଛେଳି ଚରାଇବାକୁ ଗ୍ରାମ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଳରେ ଏକ ନବଜାତ ଶିଶୁପୁତ୍ର ମୁର୍ମୁଶୁ ଅବସ୍ଥାରେ ପଡିଥିବା ଦେଖି ତାକୁ ନିଜ ଘରକୁ ନେଇ ଆସିଥିଲେ । ପରେ ଏହି ନିଃସନ୍ତାନ ଦମ୍ପତି ତାକୁ ନିଜର ପୁଅ ଭାବି ଲାଳନପାଳନ କରିଥିଲେ । ମାତ୍ର ଏକ ମାସରୁ ଅଧିକ ସମୟ ବିତି ଯାଇଥିବା ବେଳେ ଏବେ ସେହି ଶିଶୁ ପୁତ୍ରଟିକୁ ସିଡିବ୍ଲୁ୍ୟସ ି ତାଙ୍କ ଠାରୁ ଛଡାଇଆଣିଥିବା କହିଛନ୍ତି ଦମ୍ପତି । ଫଳରେ ସେହି ଶିଶୁ ପୁତ୍ରକୁ ନେବା ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଦ କରି ବସି ରହିଥିଲେ ଦମ୍ପତି ଓ ତାଙ୍କ ଗ୍ରାମବାସୀମାନେ । ସେପଟେ ନିୟମ ମୁତାବକ ସେହି ଶିଶୁପୁତ୍ରଟିକୁ ଦେଇ ପାରିବେ ନାହିଁବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପୁଷ୍ପକ ତ୍ରିପାଠୀ ପ୍ରକାଶ କରିଛନ୍ତି । ତେବେ ମୁଷା ନାଏକ ଙ୍କ ସହିତ ଆସିଥିବା ତାଙ୍କ ସମର୍ଥକମାନେ ଜିଦ କରି ଜିଲ୍ଲପାଳଙ୍କ କକ୍ଷ ସମ୍ମୁଖରେ ବହୁ ସମୟ ବସି ରହିବାରୁ ଓ ଶିଶୁ ସୁରକ୍ଷା କମିଟିର କଥା ସେମାନେ ନ ଶୁଣିବାରୁ ଜିଲ୍ଲପାଳ ତାଙ୍କ ବସଭାନକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରିନଥିଲେ । ପରେ ଅତିରିକ୍ତ ଏସ୍ପି ନିରଞନ ପାଢୀ, ଏସଡିପିଓ ସଂନ୍ଧ୍ୟାରାଣୀ ବେଉରିଆ, ଟାଉନଥାନ ଅଧିକାରୀ ପ୍ରଭାତ କୁମାର ସାହୁ ଆସି ବୁଝାସୁଝା କରିବା ସହ ଜିଲା୍ଲପାଳଙ୍କ ପ୍ରକୋଷ୍ଠକୁ ଦମ୍ପତିଙ୍କୁ ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସେମାନଙ୍କୁ ନିୟମ ମୁତାବକ ଯାହାକିଛି ହୋଇପାରିବ ବୋଲି କହିବା ସହ ସେମାନଙ୍କୁ ଯାହା ସରକାରୀ ନୟମ ଅଛି ତାକୁ ମାନିବାକୁ କହିଥିଲେ । ପରେ ଏହି କଥାକୁ ତାଙ୍କ ସମର୍ଥକମାନେ ନଶୁଣିବାରୁ ଏବଂ ସେଠାରେ ପାଟିତୁଣ୍ଡ କରିବାରୁ ଟାଉନ ପୋଲିସ ସେମାନଙ୍କ ଟାଉନ ଥାନକୁ ନେଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *