ଗଜପତିର କୃତିଛାତ୍ରୀ ପୁଣ୍ୟବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ ପାଇଁ ମନୋନୀତ

Spread the love

ଗଜପତିରେ ଫିଟ୍ ଇଣ୍ଡିଆ ‘ସଣ୍ଡେ ଅନ୍ ସାଇକେଲ୍’ର ୧୦୦ତମ ସଂସ୍କରଣ ପାଳିତ

ପାରଳାଖେମୁଣ୍ଡି, ୨୯.୧୧(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ମେରା ଯୁବା ଭାରତ, ଗଜପତି ପକ୍ଷରୁ ଆଜି ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଫିଟ୍ ଇଣ୍ଡିଆ ‘ସଣ୍ଡେ ଅନ୍ ସାଇକେଲ୍’ର ୧୦୦ତମ ସଂସ୍କରଣ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ, ଯୁବ କ୍ଲବ୍ ସଦସ୍ୟ ଓ କ୍ରୀଡ଼ାବିତ୍ ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ଅଭିଯାନ ଏବଂ ‘ନିଶାମୁକ୍ତ ଯୁବା – ବିକଶିତ ଭାରତ’ ଅଭିଯାନର ଏକାଦଶ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଯୁବପିଢ଼ିଙ୍କୁ ସୁସ୍ଥ ରହିବା, ନିୟମିତ ବ୍ୟାୟାମ କରିବା ଏବଂ ନିଶାଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ପଣ୍ଡା, ଆନ୍ତର୍ଜାତୀୟ ମାଷ୍ଟର୍ସ ଆଥଲେଟ୍ ଶ୍ରୀ କିଶୋର ଚନ୍ଦ୍ର ରଥ, ଡଃ ଲୋକନାଥ ମିଶ୍ର, ପୂର୍ବତନ ସେନା କର୍ମଚାରୀ ଶ୍ରୀ ମନୋଜ କୁମାର ଦାଶ ଏବଂ ଶ୍ରୀ ସଞ୍ଜୟ ଜେନା ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ଯୁବକଯୁବତୀମାନେ ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନିଶାଦ୍ରବ୍ୟ ସେବନ ନକରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ ।କାର୍ଯ୍ୟକ୍ରମରେ ସମସ୍ତେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ନେଇଥିଲେ। ସମସ୍ତ ଅତିଥିମାନେ ଯୁବପିଢ଼ିଙ୍କୁ ନିୟମିତ ବ୍ୟାୟାମ କରିବା ଓ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।
ଏହି ଆୟୋଜନ ମାଧ୍ୟମରେ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ବାର୍ତ୍ତା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲୱାଡାଙ୍କ ନିର୍ଦ୍ଦେଶନାରେ ମାଇ ଭାରତ, ଗଜପତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଏ. ମହେଶ୍ୱର ରାଓ ଓ ଶ୍ରୀ ଭି. ଭବାନୀ ପ୍ରସାଦ ସହଯୋଗ କରିଥିଲେ।

ଗଜପତିର କୃତିଛାତ୍ରୀ ପୁଣ୍ୟବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ ପାଇଁ ମନୋନୀତ
ପାରଳାଖେମୁଣ୍ଡି, 29/11(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୋଷାଣି ପିଏମଶ୍ରୀ ସରକାରୀ ହାଇସ୍କୁଲର ଛାତ୍ରୀ କାଲାବାଲା ପୁଣ୍ଯବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (୨୦୨୬-୨୭)ରେ ନିଜର ପ୍ରକଳ୍ପ ଉପସ୍ଥାପନା କରିବାପାଇଁ ମନୋନୀତ ହୋଇଛନ୍ତି।ଏଥିପାଇଁ ସ୍ଥାନୀୟ ଭୂବନେଶ୍ୱର ସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲରେ ମନୋନୟନ କରାଯାଇଥିଲା। ୩୦୦ ବିଭିନ୍ନ ବିଜ୍ଞାନ ସମ୍ୱନ୍ଧୀୟ ପ୍ରକଳ୍ପ ମଧ୍ୟରୁ ପୁଣ୍ଯବତୀଂକର “ଷ୍ଟଡି ଅଫ୍ ଇକୋ-ବାୟୋ ଇନସେକ୍ଟିସାଇଡ୍ସ ଇନ୍ କ୍ରପ୍ ଏନରିଚମେଣ୍ଟ” ସମସ୍ତ ଜୁରୀଂକୁ ଆକର୍ଷିତ ଏବଂ ସେମାନେ ଏହି ଛାତ୍ରୀଙ୍କ ପ୍ରକଳ୍ପକୁ ଜାତୀୟସ୍ତରରେ ଭାଗ ନେବାକୁ ମନୋନୀତ କରିଥିଲେ।ଏହି ପ୍ରକଳ୍ପ ରାସାୟନିକ ପଦାର୍ଥ ବିନା ଏକ ଇକୋ ସମନ୍ଵୟ ଏବଂ ଜୈବ ବିବିଧତା ଯାହା ଚିରସ୍ଥାୟୀ କୃଷି ବିକଳ୍ପ ପାଇଁ ଶ୍ରେଷ୍ଠ ତାହା ସେ ନିଜ ଉପସ୍ଥାପନାରେ ପ୍ରମାଣିତ କରିଥିଲେ ।ଏହି ପ୍ରକଳ୍ପ ପାଇଁ ସ୍କୁଲର ବିଜ୍ଞାନ ଶିକ୍ଷକ ଶିବରାମ ପାଣିଗ୍ରାହୀ ପ୍ରେରଣା ଓ ସହଯୋଗ କରିଥିଲେ।ଏହି ପ୍ରକଳ୍ପ ଉପସ୍ଥାପନା ପାଇଁ ନିଜର ନବସୃଜନ ଜ୍ଞାନକୁ ଉନ୍ମୁକ୍ତ କରିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ବିଜ୍ଞାନ ନିରିକ୍ଷକ ଓ୍ଵାଇ.କ୍ରିଷ୍ଣାରାଓ,ଗୋଷାଣି ବିଇଓ ଟି. କିଶୋର ଏବଂ ଏବିଇଓ ଏନ୍. ବିମଳ ପୁଣ୍ଯବତୀଂକୁ ଶୁଭେଚ୍ଛା ଜଣାଇଛନ୍ତି।

ଆର. ଉଦୟଗିରି ପୋଲିସର ତ୍ବରିତ ପଦକ୍ଷେପ….
ବିଚ ରାସ୍ତାରୁ ବାପାମା ଆଗରେ ଝିଅକୁ ଅପହରଣ ମାମଲାରେ ଯୁବତୀ ଉଦ୍ଧାର, 2 ଅଟକ
ପାରଳାଖେମୁଣ୍ଡି, 29/11(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର. ଉଦୟଗିରି ପୋଲିସର ତ୍ବରିତ ପଦକ୍ଷେପ ଯୋଗୁଁ ବିଚ ରାସ୍ତାରୁ ବାପାମା ଆଗରେ ଝିଅକୁ ଅପହରଣ ମାମଲାର କିଛି ଘଣ୍ଟା ମଧ୍ୟରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ 2 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଆର, ଉଦୟଗିରି ଥାନା ଅଞ୍ଚଳର ଶିଆଳିଲଟି ଗ୍ରାମ. ନିକଟ ମୂଷାଦଲି ଗ୍ରାମ ଠାରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ମହାଳିମ୍ବ ଗାଁର ତାରିଣୀ ଦଳାଇ ତାଙ୍କ ସ୍ତ୍ରୀ ଓ ଝିଅ ସାଙ୍ଗରେ ଗଜପତି ଜିଲ୍ଲା ରାମଗିରି ନିକଟ ଅଞ୍ଚମା ଗାଁକୁ ନିଜ ଶାଳୀ ଘରକୁ ଆସିଥିଲେ | ତାପରେ ବାଟରେ ନିଜ ସମ୍ପର୍କୀୟ ଘରକୁ ବାଇକରେ ଯାଇଥିଲେ. ହେଲେ ଫେରିବା ବାଟରେ ଶିଆଳିଲଟି ନିକଟ ମୂଷାଦଲି ଠାରେ ଗୋଟିଏ ବୋଲେରୋରେ ଥ‌ିବା କିଛି ଲୋକ ତେଲ ସରିଯିବା ବାହାନାରେ ତାରିଣୀଙ୍କ ବାଇକ ଅଟକାଇବା ସହିତ ଜୋର ଜବରଦସ୍ତ ତାରିଣୀଙ୍କ ଝିଅକୁ ବୋଲେରୋରେ ଅପହରଣ କରିଥିଲେ. ଏହି ଘଟଣା ପରେ ବାପା -ମା ଆର. ଉଦୟଗିରି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ.

ଏଥିରେ ପୋଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ଅଭିଯୋଗର ମାତ୍ର କିଛି ଘଣ୍ଟା ମଧ୍ୟରେ ଅପହୃତ ଯୁବତୀଙ୍କୁ ବୋଲେରୋରୁ ଉଦ୍ଧାର କରିଛନ୍ତି. ଏହି ଘଟଣାରେ ପୋଲିସ ବୋଲେରୋ ଜବତ କରିବା ସହ 2 ଜଣଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି.