ନବରାତ୍ରିର ଷଷ୍ଠ ଦିନ — ମା କାତ୍ୟାୟନୀଙ୍କ ଆରାଧନା
ନବରାତ୍ରିର ଷଷ୍ଠ ଦିନରେ ଆଦିଶକ୍ତି ମା ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ ମା କାତ୍ୟାୟନୀଙ୍କର ପୂଜା କରାଯାଏ। ମା ସାହସ, ଶକ୍ତି, ଧର୍ମ ଓ ନ୍ୟାୟର ପ୍ରତୀକ।
ମା କାତ୍ୟାୟନୀଙ୍କ ଆବିର୍ଭାବ
ମହିଷାସୁରର ଅତ୍ୟାଚାରରେ ଦେବତା ଓ ସମଗ୍ର ଜଗତ ଯେତେବେଳେ ପୀଡ଼ିତ ହେଲେ, ସେତେବେଳେ ଦେବତାମାନଙ୍କର ଦିବ୍ୟ ଶକ୍ତିରୁ ମା’ଙ୍କର ଆବିର୍ଭାବ ହୋଇଥିଲା।
ମହର୍ଷି କାତ୍ୟାୟନଙ୍କ ଆରାଧନା ସହିତ ଜଡ଼ିତ ଥିବାରୁ ମା ଙ୍କ ନାମ କାତ୍ୟାୟନୀ ହୋଇଛି।
ମା କାତ୍ୟାୟନୀ ଆମକୁ ଶିକ୍ଷା ଦିଅନ୍ତି ଯେ ଅନ୍ୟାୟ ସମ୍ମୁଖରେ ନୀରବ ନ ରହି ସାହସର ସହିତ ସତ୍ୟ ଓ ଧର୍ମର ପଥରେ ଚାଲିବା ହିଁ ପ୍ରକୃତ ସାଧନା। ନିଜ ଭିତରେ ଥିବା ଅହଂକାର, କ୍ରୋଧ ଓ ଅଧର୍ମକୁ ଜୟ କରିବା ପାଇଁ ଆସନ୍ତୁ ସଙ୍କଳ୍ପ ନେବା।
ଯା ଦେବୀ ସର୍ବଭୂତେଷୁ କାତ୍ୟାୟନୀ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ॥
ଆସନ୍ତୁ, ମାଆଙ୍କ ନାମ ସ୍ମରଣ କରି ନିଜ ଜୀବନରେ ସାହସ, ସେବା, ସତ୍ୟ ଓ ଧର୍ମକୁ ପ୍ରତିଷ୍ଠା କରିବା।
ନବରାତ୍ରିର ଷଷ୍ଠ ଦିନରେ ସମସ୍ତ ସାଧକ ଓ ସାଧିକାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
ଜୟ ମାଆ କାତ୍ୟାୟନୀ!















