ମଦର ଟେରେସା ଆଶ୍ରମରେ ଦନ୍ତ ଚିକିତ୍ସା ଶିବିର ଆୟୋଜିତ।
Bhubaneswar :ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ରୋଟାରି କ୍ଲବ ଅଫ ଭୁବନେଶ୍ବର ମେଟ୍ରୋ ଏବଂ ସମ୍ ହସ୍ପିଟାଲ ଦନ୍ତ ଚିକିତ୍ସା ବିଭାଗ ଙ୍କ ମିଳିତ ଉଦ୍ୟମ ରେ 29 ତାରିଖ ଶନିବାର ଦିନ ଯାଆଁଳା ସ୍ଥିତ ମିଶନାରୀଜ୍ ଅଫ ଚାରିଟୀ ଠାରେ ଏକ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ଏକ ନ ଜଣିଆ ଡାକ୍ତରୀ ପ୍ରତିନିଧିଦଳ ଭ୍ରାମ୍ୟମାଣ ଦନ୍ତ ଚିକିତ୍ସାଗାର ତଥା ଆଧୁନିକ ସରଞ୍ଜାମ ସହାୟତାନେଇ ଅନ୍ତେବାସୀଙ୍କ ଦନ୍ତ ପରୀକ୍ଷଣ ସହ ଆବଶ୍ୟକୀୟ ଚିକିତ୍ସା କରିଥିଲେ।
ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ସଭାପତି ମିହିର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ ରୋଟାରିଆନ ଏବଂ ଈନର ହୁଇଲ ସଦସ୍ଯ ମିଶନାରୀ ଶିଷ୍ଟର ମାନଙ୍କ ସହ ମିଶି ଶିବିର ପରିଚାଳନା କରିଥିଲେ। ଏଠାରେ କୁଷ୍ଠ ରୋଗାକ୍ରାନ୍ତ, ମାନସିକ ବିକାର ଗ୍ରସ୍ତ ତଥା ନିରାଶ୍ରିତ ସ୍ତ୍ରୀ ପୁରୁଷ ମିଶି ଚାରିଶହ ରୁ ଅଧିକ ଅନ୍ତେବାସୀ ଅଛନ୍ତି। ପ୍ରକାଶ ଥାଉ କି ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ଦୀର୍ଘ ବର୍ଷ ହେବ ଏଠାରେ ପ୍ରତିମାସରେ ଖାଦ୍ୟ ସାମଗ୍ରୀ, ପୋଷାକ ତଥା ଚିକିତ୍ସାରେ ବ୍ୟବହାର ଯୋଗ୍ଯ ବ୍ୟାନ୍ଡେଜ, ଫିନାଇଲ ଇତ୍ୟାଦି ପ୍ରଦାନ କରିଆସୁଛନ୍ତି।











