Spread the love

ମାଲକାନଗିରି ଅବକାରୀ ବିଭାଗ ଦ୍ଵାରା ୪୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପାପରମେଟାଲ ଥାନା ଅନ୍ତର୍ଗତ ସାରୁକୁବନ୍ଧ ଜଙ୍ଗଲ ନିକଟରୁ ୪୦୦ସହ କେଜି ଗଞ୍ଜେଇ ଜବତ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ ଘଟିକା ସମୟରେ ଅବକାରୀ କମିସିନର କଟକ ଙ୍କ ଆଦେଶ ଅନୁସାରେ ଅବକାରୀ ବିଭାଗ ମାଲକାନଗିରି ଅଧିକ୍ଷକ ବିମ୍ବାଧର ପଣ୍ଡା ଙ୍କ ନିର୍ଦେଶ କ୍ରମେ ମାଲକାନଗିରି ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ ଓ ବାଲିମେଳା ଅବକାରୀ ବିଭାଗ ଥାନା ଅଧିକାରୀ ବ୍ରଜ ବିହାରୀ ନାୟକଙ୍କ ମିଳିତ ଚଢ଼ାଉରେ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ସାରକୁବନ୍ଧ ନିକଟସ୍ଥ ଜଙ୍ଗଲ ରୁ ୪୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ମିଳିତ ଚଢ଼ାଉ ରେ ବାଲିମେଳା ଅବକାରୀ ବିଭାଗ ଦ୍ଵାରା ୩୦୦ କିଲୋ ଜବତ ହୋଇଥିବା ବେଳେ ମାଲକାନଗିରି ବିଭାଗ ଦ୍ଵାରା ୧୦୦ କିଲୋ ଜବତ କରାଯାଇଥିଲା । ଜବତ ଗଞ୍ଜେଇ କୁ ଆଜି ବାଲିମେଳା କେଶ ନ ୧୦୯/ ୨୬ ଓ ମାଲକାନଗିରି କେଶ ନ ୪୫/୨୬ରେ ରୁଜୁକରି କୋର୍ଟ ରେ ଦାଖଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ଚଢାଉରେ ସହକାରୀ ଉପନିରୀକ୍ଷକ ରମଜାନ ଖାଁ , ସିପାହୀ ବବିନ୍ଦ ବେଂଜାମି ,ସରିତା ନାୟକ , ପଣ୍ଡା ନାଗେଶ , ମୁରଲୀ ରଜକ ପ୍ରମୁଖ ସହଯୋଗ କରିଥିଲେ।