ଘୁମୁସର ଉନ୍ନୟନମଞ୍ଚର ୧୩ତମ ବୈଠକ
ସ୍ଥାନୀୟ ବରମୁଣ୍ଡ । ହାଉସିଂ ବୋର୍ଡ଼ ଠାରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପାରମ୍ପାରିକ ଏବଂ ଲୋକସଂସ୍କୃତିର ଗନ୍ତାଘର ଘୁମୁସର ର ସାରସ୍ଵତ ବିଭବକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ଵରରେ ଗଠିତ ଘୁମୁସର ଉନ୍ନୟନ ମଞ୍ଚର ୧୩ତମ ବୈଠକ ୨୩ ।୮।୨୦୨୬ ତାରିଖ ସଂଧ୍ୟା ସମୟରେ ଉପସଭାପତି ଶ୍ରୀଲିଙ୍ଗରାଜ ରାଉତ୍ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିଲା।
ଘୁମୁସର : ଦର୍ଶନ ସମୀକ୍ଷା
ସମ୍ପାଦକ ଏବଂ ଡ. ରତ୍ନପାତ୍ର ପୂର୍ବ ସଭାର ବିବରଣୀ ପାଠ କରିବା ସହ ଏହି ବୈଠକର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ସେଥିରେ ବହୁତ ଘୁମୁସର ର ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା।ଏହି ମଞ୍ଚର ପ୍ରଥମ ଲକ୍ଷ୍ୟ ଘୁମୁସର ଜିଲ୍ଲା ଗଠନ ନେଇ ଏକ ସ୍ମାରକ ପତ୍ର ମଞ୍ଚ ତରଫରୁ ସରକାରଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଗଲା। ଦ୍ୱିତୀୟତଃ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ଗୋଟିଏ ଷ୍ଟାପ୍ ତିଆରି କରିବାପାଇଁ ଆବଶ୍ୟକ କାଗଜ ପତ୍ର ପିଏମ୍ ଜି ଅଫିସ୍ ରେ ଦାଖଲ କରିବାପାଇଁ ଠିକ୍ ହେଲା । ତୃତୀୟତଃ ଆମର ଦ୍ୱିତୀୟ ଘୁମ୍ରସର ଉତ୍ସବ ଫେବୃୟାରୀ ୨୦୨୭ ରେ ଏକ ଦିନିଆ କାର୍ଯ୍ୟକ୍ରମ ମଣ୍ଡପରେ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦୁରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଡ଼.ଶାନ୍ତନ୍ତ କୁମାର ରଥ, ଓ ୟୂଟିର ପୂର୍ବତନ ମୂଖ୍ୟ ପରିଚାଳକ ଏସ୍ ପଶୁପାଳକ , ଫକୀରମୋହନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ମୂଖ୍ୟ ପରିଚାଳକ ସିବପ୍ରସାଦ ଅଧିକାରୀ , ହରପ୍ରସାଦ ଦାସ, କୋଷାଧ୍ଯକ୍ଷ ଡ. ତାରିଣୀ ପାତ୍ର, ବାଳକୃଷ୍ଣ ପଟ୍ଟନାୟକ , ଉପେନ୍ଦ୍ର ପାତ୍ର, ପଦ୍ମନାଭ ପାତ୍ର ଏବଂ ଜୀବନ ପଣ୍ଡା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସହ ସମ୍ପାଦକ ଉପେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ ଘୋଷଣା କରିଥିଲେ ।











