Spread the love

ଡିଜିଟାଲ ଯୁଗରେ ସାଇବର ସୁରକ୍ଷା । ଭୂବନେଶ୍ଵର: ୨୫.୮.୨୦୨୬ ରେ “ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ଏକ ଭର୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା ” ସାଇବର୍ ଅପରାଧ ସଚେତନତା ସତର୍କ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ” । ଏହି କର୍ମଶାଳାର ମୁଖ୍ୟ ବକ୍ତା ଥିଲେ ସି ଏସଇ ଏମାଇଟିମ୍ ଭୁବନେଶ୍ୱର ର ମୁଖ୍ୟ ଶିକ୍ଷାଗତ ଗବେଷକ ଓ ପ୍ରଶିକ୍ଷକ ଶ୍ରୀଯୁକ୍ତ ବିନାୟକ ସାହୁ । ବର୍ତ୍ତମାନ୍ ଡିଜିଟାଲ ଯୁଗରେ ଇଣ୍ଟରନେଟ,ସୋସିଆଲ ମିଡ଼ିଆ ,ଅନଲାଇନ୍ ବ୍ୟାଙ୍କିଙ୍ଗ ଓ ଡିଜିଟାଲ ପେମେଣ୍ଟ ର ବ୍ୟବହାର ଫ୍ରଡ୍,ହ୍ୟାକିଂ,ସାଇବର ବିଲିଙ୍ଗ ଏବଂ ସୋସିଆଲ ମିଡିଆ କ୍ରାଇମ୍ ଭଳି ଅପରାଧ ବ୍ୟକ୍ତି,ସଂସ୍ଥା ଏବଂ ସମାଜ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଶ୍ରୀଯୁକ୍ତ ସାହୁ ସାଇବର କ୍ରାଇମ ର ପ୍ରକାର,କାରଣ,ପ୍ରଭାବ ଓ ନିରାକରଣ ର ବିଭିନ୍ନ ଉପାୟ ଉପରେ ଆଲୋଚନା କରିଛନ୍ତି । ଏହି କର୍ମଶାଳାରେ ୧୫ ଟି ମହାବିଦ୍ୟାଳୟ ଯଥା ସିଟି ଡିଗ୍ରୀ ମହାବିଦ୍ୟାଳୟ,ଗଞ୍ଜାମ, ରୋହିଦାସ ସୋରେନ୍ ଡିଗ୍ରୀ ମହାବିଦ୍ୟାଳୟ,ମୟୁରଭଂଜ,ନାକଟିଦେଉଳ ଡିଗ୍ରୀ ମହାବିଦ୍ୟାଳୟ,ସମ୍ବଲପୁର,ହୃଦାନନ୍ଦ ନାୟକ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ,କେନ୍ଦ୍ରାପଡ଼ା,ବାବାପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟ,ବାଲେଶ୍ଵର,ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ,ଜଳେଶ୍ଵର,ସୁନାବେଡ଼ା ଓମେନ୍ସ ମହାବିଦ୍ୟାଳୟ,କୋରାପୁଟ, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ,ମୟୁରଭଂଜ,ମା ବାସୁଲେଇ ଡିଗ୍ରୀ ମହାବିଦ୍ୟାଳୟ,ମୟୁରଭଂଜ,କୁଜଙ୍ଗ ଡିଗ୍ରୀ ମହାବିଦ୍ୟାଳୟ ,ଜଗତସିଂହପୁର,ବିଜୟାନନ୍ଦ ଶର୍ମା ଡିଗ୍ରୀ ମହାବିଦ୍ୟାଳୟ,ଗୋରୁମହିଷାଣୀ ଆଇରନ ମହାବିଦ୍ୟାଳୟ,ମୟୁରଭଂଜ, ପଞ୍ଚପୀର ଡିଗ୍ରୀ ମହାବିଦ୍ୟାଳୟ,ସମ୍ବଲପୁର,ଛତ୍ରପୁର ଓମେନ୍ସ ମହାବିଦ୍ୟାଳୟ,ଗଞ୍ଜାମ, ମହାତ୍ମା ଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ, ବୈସିଙ୍ଗା ଆଦିରୁ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ଏହି କର୍ମଶାଳାକୁ ପରିଚାଳନା କରିଥିଲେ ପି. ଆର କୋଓଡ଼ିନେଟର ଚୈତାଳୀ ସୋମ । ଏତଦବ୍ୟତୀତ ସଂଗଠନର ପରିଚାଳକ ଶ୍ରୀଯୁକ୍ତ ହରିହର ବଡ଼ପଣ୍ଡା ଯୋଗଦାନ କରିଥିଲେ ଏବଂ ସ୍ଵାତୀ ପ୍ରଭା ମିଶ୍ର, ପ୍ରିତିନନ୍ଦ ମହାପାତ୍ର ଓ ଅଭିରାମ ଜେନା ସୁଚାରୁରୂପେ ସମ୍ପାଦନା କରିଥିଲେ । ସାଇବର କ୍ରାଇମ୍ ର ବଢୁଥିବା ବିପଦ ସମ୍ପର୍କରେ ସଚତନତା ସୃଷ୍ଟି କରିବା ଏବଂ ସୁରକ୍ଷିତ ଡିଜିଟାଲ ସମାଜ ଗଠନ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ପ୍ରସ୍ତାବ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ଆଗାମୀ ଦିନରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆହୁରି ଶିକ୍ଷଣୀୟମୂଳକ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟରେ ଆଗେଇ ଚାଲିଛି ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ।