ବାଣୀବିହାର ଅଶୀର ଅନ୍ନସେବା
କଟକ ବାଲିକୁଦା ଦର୍ଶନ ସମୀକ୍ଷା
ସଞ୍ଜିବନୀ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବାଳାଶ୍ରମରେ ଗତକାଲି ବାଣୀବିହାର ଅଶୀ ଅନୁଷ୍ଠାନ ତରଫରୁ ଅନ୍ନସେବା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଅନ୍ତେବାସୀ ପିଲାମାନଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା ।
ଅନ୍ନସେବାର ସମସ୍ତ ବ୍ୟୟ ବହନ କରିଥିଲେ ବାଣୀବିହାର ଅଶୀର ବରିଷ୍ଠ ସଦସ୍ୟ ସମୀର ମିଶ୍ର । କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ବାଣୀବିହାର ଅଶୀର ପୂର୍ବତନ ସଭାପତି ଶରତ ଦାଶ,ଜନସେବା ନିର୍ଦ୍ଦେଶକ ଅଲେଖ ନନ୍ଦୀ, ବରିଷ୍ଠ ସଦସ୍ୟ ସୁକାନ୍ତ ମହାନ୍ତି, ମନୋରଞ୍ଜନ ଦାଶ, ସଂସାର ବିନ୍ଦୁ ପୃଷ୍ଟି, ନୀହାରିକା ମିଶ୍ର, ଓ ଦୁର୍ଗା ଚରଣ ମଲ୍ଲ । ବାଳାଶ୍ରମର ପ୍ରତିଷ୍ଠାତା ତଥା ପରିଚାଳକ ଶ୍ରୀ ସତ୍ୟ ପ୍ରସାଦ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ।











