ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସ
ଭରତ ଚନ୍ଦ୍ର ପ୍ରଧାନ ଭୁବନେଶ୍ୱର (ଦର୍ଶନ ସମୀକ୍ଷା)
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
ଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt. Ltd.) ଜୁଲାଇ ଶେଷ ଓ ଅଗଷ୍ଟ ମାସରେ ଉତ୍ତର ଓଡ଼ିଶାରେ ଆସିଥିବା ବନ୍ୟା ପରେ ନିଜର ସର୍ବାଧିକ କ୍ଷତିଗ୍ରସ୍ତ କ୍ଲଷ୍ଟରଗୁଡ଼ିକର ଚାଷୀ ପରିବାରଙ୍କୁ ବନ୍ୟା ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗାଇବା ଅଭିଯାନ ସମ୍ପୂର୍ଣ୍ଣ କରିଛି।
ଆକ୍ୱାପଲ୍ସର ଫିଲ୍ଡ ଟିମ୍ ସ୍ଥାନୀୟ ଆକ୍ୱାପ୍ରିନିୟରମାନଙ୍କ ସହ ମିଶି ଗାଁକୁ ଗାଁ ଯାଇ ଶୁଖିଲା ରାଶନ, ପିଇବା ପାଣି, ତାରପୋଲିନ ଓ ଦୈନନ୍ଦିନ ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ। ନିଜେ ଚାଷୀ ହୋଇ ଏହି ସମ୍ପ୍ରଦାୟରେ ମୂଳରୁ ଜଡ଼ିତ ଥିବା ଆକ୍ୱାପ୍ରିନିୟରମାନେ ପ୍ରତ୍ୟେକ କ୍ଲଷ୍ଟରରେ ସର୍ବାଧିକ ଆବଶ୍ୟକତା ଥିବା ପରିବାରଙ୍କୁ ଚିହ୍ନଟ କରିଥିଲେ ଯାହା ଫଳରେ ଘର ଓ ଜୀବିକା ଉଭୟ ହରାଇଥିବା ପରିବାରଙ୍କ ପାଖରେ ସହାୟତା ପହଞ୍ଚିପାରିଲା।
ଦୁଇଟି କ୍ରମାଗତ ବନ୍ୟା ଦ୍ୱାରା ଜୁଲାଇ ଶେଷରେ ବୁଢ଼ାବଳଙ୍ଗ ନଦୀର ଜଳସ୍ଫୀତି ଏବଂ ଅଗଷ୍ଟ ମଝିରେ ବୈତରଣୀ ଓ ବ୍ରାହ୍ମଣୀ ନଦୀର ପ୍ରଳୟ ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚିଙ୍ଗୁଡ଼ି ପୋଖରୀକୁ ଜଳମଗ୍ନ କରିଥିଲା। ଅନେକ ଚାଷୀ ପରିବାର ଅମଳର କିଛି ସପ୍ତାହ ପୂର୍ବରୁ ଠିଆ ଫସଲ ହରାଇଲେ ଏବଂ ଛୋଟ ଆକାରର ଚିଙ୍ଗୁଡ଼ିକୁ ବାଧ୍ୟ ହୋଇ କମ୍ ଦରରେ ବିକ୍ରି କରିବାକୁ ପଡ଼ିଥିଲା ଯେତେବେଳେ ସେମାନଙ୍କ ଘର ଓ ଗାଁ ପାଣିରେ ବୁଡ଼ି ରହିଥିଲା। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନଅ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
“ଏମାନେ ସେହି ପରିବାର, ଯେଉଁମାନଙ୍କ ସହ ଆକ୍ୱାପଲ୍ସ ପ୍ରତିଦିନ କାମ କରେ l ଯେଉଁମାନଙ୍କ ପୋଖରୀ ଉପରେ ଆକ୍ଵାପଲ୍ସ ବ୍ୟବସାୟ ଠିଆ ହୋଇଛି। ଯେତେବେଳେ ସେମାନଙ୍କ ଘର ପାଣିରେ ବୁଡ଼ିଗଲା, ପ୍ରଥମ ଦାୟିତ୍ୱ ଥିଲା ସେମାନେ ଖାଇପାରନ୍ତୁ ଓ ଶୁଖିଲା ଜାଗାରେ ରହିପାରନ୍ତୁ ବୋଲି ଆକ୍ୱାପଲ୍ସ ର ସହ-ପ୍ରତିଷ୍ଠାତା ଓ ଚିଫ୍ ଗ୍ରୋଥ୍ ଅଫିସର ଅଭିଳାଷ ଦ୍ୱିବେଦୀ କହିଛନ୍ତି l
“ପୋଖରୀ ଓ ଠିଆ ଫସଲର କ୍ଷତିରୁ ମୁକୁଳିବାକୁ ପୂରା ଏକ ସିଜନ କିମ୍ବା ତା’ଠାରୁ ଅଧିକ ସମୟ ଲାଗିବ। ଏକ ଆଗ୍ରିଗେଟର ଭାବରେ ଆମର କାମ ହେଉଛି ପୁନଃ-ଷ୍ଟକିଂରେ ଆମ ଚାଷୀଙ୍କ ପାଖରେ ଠିଆ ହେବା ଏବଂ କ୍ଷତି ଆକଳନ ଓ କ୍ଷତିପୂରଣ ପ୍ରକ୍ରିୟାରେ କ୍ଷୁଦ୍ର ଚିଙ୍ଗୁଡ଼ି ଚାଷୀମାନେ ପୂର୍ଣ୍ଣ ଭାବରେ ଗଣାଯାଆନ୍ତୁ ବୋଲି ପ୍ରଶାସନ ସହ କାମ କରିବା,” ବୋଲି ଆକ୍ୱାପଲ୍ସର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ଅଭିଷେକ ଦ୍ୱିବେଦୀ କହିଛନ୍ତି l
ରାଜ୍ୟ ସରକାରଙ୍କ ୧,୦୦୦ କୋଟି ଟଙ୍କାର ରିଲିଫ ପ୍ୟାକେଜ ଅଧୀନରେ ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ଉପରେ ନିର୍ଭରଶୀଳ ପରିବାରଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। କ୍ଷତି ଆକଳନ ପାଇଁ ପୋଖରୀ ଓ ଫସଲ କ୍ଷତିର ଦଲିଲୀକରଣରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିଜ ଫିଲ୍ଡ ଟିମ୍ ସହଯୋଗ ଜାରି ରଖିବ ବୋଲି ଆକ୍ୱାପଲ୍ସ କହିଛି।
ଆକ୍ୱାପଲ୍ସ ୨୦୨୩ରେ ପ୍ରତିଷ୍ଠିତ ଆକ୍ୱାପଲ୍ସ (Phoenix Marine Exports and Solution Pvt. Ltd.) ଚାଷୀ ଏକତ୍ରୀକରଣ, ଅମଳ-ପୂର୍ବ ଟେକ୍ନୋଲୋଜି, ପ୍ରୋସେସିଂ, କୋଲ୍ଡ ଚେନ୍, ରପ୍ତାନି ଅନୁପାଳନ ଓ ବଜାର ପ୍ରବେଶକୁ ନେଇ ଏକ ସମନ୍ୱିତ ପଣ୍ଡ-ଟୁ-ପୋର୍ଟ ମଡେଲ ମାଧ୍ୟମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର କ୍ଷୁଦ୍ର ଚିଙ୍ଗୁଡ଼ି ଚାଷୀ ଭାଲ୍ୟୁ ଚେନ୍କୁ ସଂଗଠିତ କରୁଛି।











