ପୋଲିସର ଅନ୍ୟାୟ ଯୋଗୁଁ ମୋ ଜୀବନର ମୂଲ୍ୟବାନ ସମୟ ଜେଲରେ କଟିଲା_ଆଜାଦ

Spread the love

ପାରଳା ମାଟିର ସୁଯୋଗ୍ୟ ସନ୍ତାନ….
ଐତିହାସିକ, ଗବେଷକ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, 20/8(ତାରିଣୀ ପ୍ରସାଦ ପଣ୍ଡା) ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶିଷ୍ଟ ସାହିତ୍ୟିକ, ଐତିହାସିକ ତଥା ଗବେଷକ ପଦ୍ମଶ୍ରୀ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ସ୍ମୃତି ସଂସଦର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ଜଗନ୍ନାଥ ସଂସ୍କୃତି ଗବେଷକ,ପୁରୀ ଡ଼ଃ ସିଦ୍ଧେଶ୍ୱର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ ଆରକ୍ଷୀ ମହାନିରୀକ୍ଷକ ସୁବାସ ଚନ୍ଦ୍ର ଜମାଦାର, ସମ୍ମାନୀତ ଅତିଥି ଭାବେ ଗୁରୁକୁଳ ଆଶ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶଶିକାନ୍ତ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ,ସ୍ମୃତି ସଂସଦର ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ଡଃ ରାଜଗୁରୁଙ୍କ ଓଡ଼ିଆ ସାହିତ୍ୟ, ଇତିହାସ, ପ୍ରତ୍ନତତ୍ତ୍ଵ ଓ ଗବେଷଣା କ୍ଷେତ୍ରକୁ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଙ୍କର ଅମୂଲ୍ୟ କୃତି ଓ ଗବେଷଣାମୂଳକ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରାତଃ ସମୟରେ ପୁରୁଣା କୋର୍ଟ ଛକଠାରେ ଥିବା ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପାରଳାର ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶଶିଭୂଷଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀମାନେ ଗୁରୁଜୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍କଳ ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି ଭାରତ ଭୂଷଣ ମହାନ୍ତି ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ।

20ଗଜପତିରୁ 2 ଜଣ ପୋଷ୍ୟ ସନ୍ତାନକୁ ଗ୍ରହଣ କଲେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତି
ପାରଳାଖେମୁଣ୍ଡି,20/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରୁ ୮୮ ଓ ୮୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.) ପୋଷ୍ୟ ସନ୍ତାନ ଭାବେ ଝାରସୁଗୁଡ଼ା ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଆଜକୁ ପ୍ରାୟ ୧ ବର୍ଷ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଶିଶୁଦ୍ୱୟଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ନିଶାନ ଶାଲୋମ, ରଣିପେଟା ଠାରେ ରଖାଯାଇଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଙ୍କର ତଥ୍ୟ ମିଶନ ବାତ୍ସଲ୍ଯ ପୋର୍ଟାଲରେ ଅପଲୋଡ଼୍ କରାଯାଇଥିଲା, ଯାହାଦ୍ୱାରା ଶିଶୁଦ୍ୱୟ ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଯୋଗ୍ୟ ପରିବାର ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା।

ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୧ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ପରିବାରଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ପରିବାର ଶାରିରୀକ ସ୍ତରରେ ଶିଶୁଦ୍ୱୟଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ୱୟଙ୍କୁ ଉକ୍ତ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଦ୍ଵୟଙ୍କର ବୟସ ଯଥାକ୍ରମେ ୪ ଓ ୫ ବର୍ଷ ଦୁଇ ଭାଇ ହୋଇଥିବାବେଳେ, ଶିଶୁଙ୍କୁ ପାଇ ଉକ୍ତ ପରିବାର ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା। ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅମୀୟ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ପୋଲିସର ଅନ୍ୟାୟ ଯୋଗୁଁ ମୋ ଜୀବନର ମୂଲ୍ୟବାନ ସମୟ ଜେଲରେ କଟିଲା…….
ଦୀର୍ଘ 15 ବର୍ଷ ପରେ ନିଜ ଗ୍ରାମ ଆନ୍ଧ୍ରରେ ପହଞ୍ଚି ଆଜାଦ ଅଭିଯୋଗ କଲେ

ପାରଳାଖେମୁଣ୍ଡି, 20/8(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତର ରାୟ ଅନୁଯାୟୀ ନିର୍ଦୋଷ ଘୋଷଣା ହେବା ପରେ ଟପ ମାଓନେତା କେଶବ ରାଓ ଓରଫ ଆଜାଦ ଭୁବନେଶ୍ୱର ଝାରପଡା ଜେଲରୁ 15 ବର୍ଷ ପରେ ମୁକ୍ତ ହୋଇ ଆନ୍ଧ୍ରରେ ଥିବା ତାଙ୍କ ଘରକୁ ଫେରିଛନ୍ତି. ଘରକୁ ଫେରିବା ପରେ ଆଜାଦଙ୍କ ପରିବାର ଓ ବନ୍ଧୁ ବାନ୍ଧବମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଆଜାଦଙ୍କୁ ସ୍ୱାଗତ ଜଣାଇଛନ୍ତି. ନିଜ ଘରେ ପହଞ୍ଚିବା ପରେ ଆଜାଦ ମଧ୍ୟ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପୋଲିସର ଅନ୍ୟାୟ ଯୋଗୁଁ ମୁଁ ୧୫ ବର୍ଷ ଜେଲରେ ରହି ଜୀବନର ବହୁ ମୂଲ୍ୟବାନ ସମୟ ହରାଇଲି ବୋଲି ଅତ୍ୟନ୍ତ ଦୁଃଖରେ ପ୍ରକାଶ କରିଛନ୍ତି. ୧୫ ବର୍ଷ ଜେଲରେ ରହିବା ପରେ ସମସ୍ତ ମାମଲାରୁ ମୁକ୍ତ ହୋଇ ଆନ୍ଧ୍ର ସ୍ଥିତ ମୋର ନିଜ ଘରକୁ ଫେରିଲି. ବର୍ତ୍ତମାନ ଘରକୁ ଫେରିବା ପରଠାରୁ ଆଜାଦ ଏବେ ପରିବାର ସହ ସମୟ ବିତାଇ ଖୁସି ଅନୁଭବ କରୁଥିବା ବେଳେ ‘ସମାଜ ସହ ଜଣେ ସାଧାରଣ ନାଗରିକ ହିସାବରେ ରହିବି. ସମାଜ କଲ୍ୟାଣ ଓ ଲୋକଙ୍କ ପାଇଁ କାମ କରିବି’ ବୋଲି କହିଛନ୍ତି ଆଜାଦ. ତେବେ, ତାଙ୍କ ପ୍ରତି ପୁଲିସ ଅନ୍ୟାୟ କରିଥିବାରୁ ଜୀବନର ବହୁ ମୂଲ୍ୟବାନ୍ ସମୟ କାରାଗାରରେ କଟାଇବାକୁ ପଡ଼ିଲା ବୋଲି ଆଜାଦ ଅଭିଯୋଗ କରିଛନ୍ତି ।
ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ଦୁଇ ଦିନ ପରେ ଓଡ଼ିଶା ପୁଲିସ ତାଙ୍କୁ ନେଇଯାଇଥିଲା। କେନ୍ଦୁଝରସ୍ଥିତ ଓଏମ୍‌ସି ଗେଷ୍ଟ୍ ହାଉସ୍‌ରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଓ ଏଆଇଟିର ସଦସ୍ୟମାନେ ତାଙ୍କୁ ପଚରାଉଚରା କରିଥିଲେ। ଦୁଇଦିନ ପରେ ଛାଡ଼ିଦେବାକୁ କୁହାଯାଇଥିଲେ ମଧ୍ୟ ପରେ ତାଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲରେ ରଖା ଯାଇଥିଲା. ପରବର୍ତ୍ତୀ ସମୟରେ ବହୁ ମାମଲାରେ ତାଙ୍କ ନାମ ଯୋଡି ଦିଆଯିବା ଯୋଗୁଁ ଦୀର୍ଘ 15 ବର୍ଷ ଧରି ଜେଲ ଜୀବନ କଟାଇବାକୁ ପଡିଥିଲା. ତଥାପି ଜେଲ୍‌ରେ ରହି ପାଠପଡ଼ା ଜାରି ରଖି ଡିଗ୍ରୀ ହାସଲ କଲି. ଜେଲ ମଧ୍ୟରେ ଅନ୍ୟ ବିଦ୍ୟାର୍ଥୀଙ୍କୁ ପାଠପଢ଼ାରେ ସହଯୋଗ କରି ସମୟ ବିନିଯୋଗ କରୁଥିଲେ ବୋଲି ଆଜାଦ ପ୍ରକାଶ କରି କହିଛନ୍ତିଯେ, ଦୀର୍ଘ ବର୍ଷ ଜେଲ୍‌ରେ ରହିବା ପରେ ବାହାର ଦୁନିଆ ମୋତେ ନୂଆ ନୂଆ ଲାଗୁଛି. ବର୍ତ୍ତମାନ ମୋ ଜୀବନର ବଳକା ସମୟ ମୋ ପରିବାର ସମେତ ମୋ ଅଞ୍ଚଳର ଲୋକଙ୍କ ସେବା କରି ଜୀବନ ବିତାଇବି.