କୁଳସାହି ଆଶ୍ରମ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ଉଦ୍ଧାର ଓ ସ୍ଥାନାନ୍ତର
==============
କେନ୍ଦ୍ରାପଡ଼ା, ୧୯ ଅଗଷ୍ଟ ୨୦୨୬: ଦର୍ଶନ ସମୀକ୍ଷା
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପଡ଼ା ଗ୍ରାମ ପଞ୍ଚାୟତସ୍ଥିତ କୁଳସାହି ଆଶ୍ରମ ବିଦ୍ୟାଳୟରୁ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଓ ସ୍ଥାନାନ୍ତର କରାଯାଇଛି।
ODRAF ଟିମ୍ ଓ ଅଗ୍ନିଶମ ସେବା ବିଭାଗର ଟିମ୍ର ସହଯୋଗରେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ମହାଦେଇପାଟଣା ଆଶ୍ରମ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।
ଉଦ୍ଧାର କାର୍ଯ୍ୟ ସମୟରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ନିଜେ ସ୍ଥଳରେ ଉପସ୍ଥିତ ରହି ସମଗ୍ର ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରିଥିଲେ।
ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ତହସିଲଦାର ପଞ୍ଚାନନ ନାୟକ, ବିଡିଓ ଶୀତଲ ଅଗ୍ରୱାଲ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରିଥିଲେ।











