Spread the love

ଧଉଳିରେ “ଆର୍ଟିଷ୍ଟ ମିଟ” କାର୍ଯ୍ୟକ୍ରମ

ଅତିଥି ଶିଳ୍ପୀ ସର୍ଫୁଦ୍ଦିନ୍ ଏହେମ୍ମଦଙ୍କ କଳାକୃତି ପ୍ରଦର୍ଶନ

ଭୁବନେଶ୍ୱର,୧୮/୦୮/୨୬ – ଦର୍ଶନ ସମୀକ୍ଷା

ଶାନ୍ତିସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି “ଆର୍ଟିଷ୍ଟ ମିଟ୍” କାର୍ଯ୍ୟକ୍ରମ।ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଡ.ପଞ୍ଚାନନ ସାମଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିବା ସହିତ ପରିଚୟ ପ୍ରଦାନ ପୂର୍ବକ ଅତିଥି ଶିଳ୍ପୀଙ୍କୁ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ କୋଲକାତାର ସୁବିଖ୍ୟାତ ଚିତ୍ରଶିଳ୍ପୀ ସର୍ଫୁଦ୍ଦିନ୍ ଏହେମଦ ଯୋଗଦେଇ ତାଙ୍କ କଳା ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ନିଜ ଚିତ୍ର ଗୁଡିକର ଫଟୋଚିତ୍ର ପ୍ରଦର୍ଶନ କରିଥିଲେ।ତାଙ୍କର ଧାବମାନ ଘୋଡ଼ାର ଅନେକ ଚିତ୍ର,କୃଷ୍ଣଙ୍କ ବଂଶୀ ବାଦନ,ପ୍ରକୃତି ଚିତ୍ରଣ ଗୁଡ଼ିକ ସମସ୍ତଙ୍କୁ ବିମୋହିତ କରିଥିଲା।ପରେ ଛାତ୍ରଛାତ୍ରୀମାନେ ଶିଳ୍ପୀଙ୍କୁ କଳାର ବିଭିନ୍ନ ଶୈଳୀ ଓ ସମସାମୟିକ ଚିତ୍ରକଳା ସମ୍ପର୍କରେ ପଚାରି ବୁଝିଥିଲେ।ଏହି ଅବସରରେ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା ଓ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଶିଳ୍ପୀଙ୍କ ଚିତ୍ରକଳାର ସମୀକ୍ଷା କରିଥିଲେ ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ହୋଇଥିଲା।

ଅଧ୍ୟକ୍ଷ, ଧଉଳି ଚାରୁକଳା ମହାବିଦ୍ୟାଳୟର