ସହରାଞ୍ଚଳ ପୋଲିସ ପକ୍ଷରୁ ଆଜି ମଙ୍ଗଳବାର ଦିନ ବିଦ୍ୟାଧରପୁର ହାଇସ୍କୁଲ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର୍ କ୍ରାଇମ୍ ସମ୍ପର୍କରେ ସଚେତନ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।
କଟକ ଭରତ ଚନ୍ଦ୍ର ମହାରଣା (ଦର୍ଶନ ସମୀକ୍ଷା)
ସି ଆର୍ ଆର୍ ଆଇ ଥାନା ଥାନାଧିକାରୀ ପି ଟି ଗଣେଶ ସାହୁ ଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଆଧୁନିକ କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନ୍ ଯୁଗରେ ଛାତ୍ର ଛାତ୍ରୀ ମାନେ ସଚେତନ ହେଲେ ସାମ୍ପ୍ରତିକ ଦେଖା ଯାଇଥିବା ସାଇବର୍ କ୍ରାଇମ୍ କୁ ନିୟନ୍ତ୍ରଣ କରାଯାଇପାରିବ। ସି ଆର୍ ଆର୍ ଆଇ ଥାନା ପକ୍ଷରୁ ସ୍ୱତନ୍ତ୍ର ଭାବରେ ସାଇବର୍ କ୍ରାଇମ୍ କୁ ରୋକିବା ପାଇଁ ଥାନା ପ୍ରତିଷ୍ଠା କରାଯାଇଛି। ତେଣୁ ଛାତ୍ର ଛାତ୍ରୀ ମାନେ ସଚେତନ ହେଲେ ସାଇବର୍ କ୍ରାଇମ୍ ନିୟନ୍ତ୍ରଣ କୁ ଆସିବ। ଛାତ୍ର ଛାତ୍ରୀ ମାନେ ଅଜଣା ମୋବାଇଲ ନମ୍ବର ରେ କାହା ସହିତ ଲିଙ୍କ୍ ରଖନ୍ତୁ ନାହିଁ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ କୌଣସି ପ୍ରକାରେ ଅଜଣା ନମ୍ବରରୁ ଫୋନ ଆସିଲେ କିମ୍ବା କୌଣସି ତଥ୍ୟ ମାଗି ଭୟ ଭିତ କରିଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାରେ ଅବଗତ କରିବା ସହ ସାଇବର ପୋଲିସ ଥାନାରେ ଯୋଗା ଯୋଗ କରନ୍ତୁ। ସାମ୍ପ୍ରତିକ କେତେକ ଠକ ସଂସ୍ଥା ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସର୍ବସାଧାରଣ ଙ୍କୁ ଠକୁଛନ୍ତି। ତେଣୁ ଛାତ୍ର ଛାତ୍ରୀ ମାନେ ଏଭଳି ଠକେଇ ଠାରୁ ଦୂରେଇ ରହି ସାଇବର୍ ଅପରାଧକୁ ନିୟନ୍ତ୍ରଣ ପାଇଁ ପୋଲିସ କୁ ସହଯୋଗ କରିବା ପାଇଁ ଆଜି ଆହ୍ୱାନ ଦିଆଯାଇଛି।

ଏ ଏସ ଆଇ ମଞ୍ଜୁଲତା ପାଇକରାୟ, ଏସ ଆଇ ସତ୍ୟବ୍ରତ ସାହୁ, ଏସ ପି ଓ ଆର୍ ଏନ ସିଂ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ପ୍ରାରମ୍ଭରେ ଉ ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସହଦେବ ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶେଷରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମଞ୍ଜୁଶ୍ରୀ ମହାନ୍ତି ଧାନ୍ୟବଡ ଅର୍ପଣ କରିଥିଲେ।











