Spread the love

ସରଳା ଦେବୀଙ୍କ ଜନ୍ମ ତାରିଖ 9 ପରିବର୍ତ୍ତେ 19 ତାରିଖ ହେଲା କିପରି ??
ଭୁବନେଶ୍ୱର – 17/08 ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା 2011 ମସିହାରେ ପ୍ରକାଶିତ Makers of indian literature Sarala Devi ତଥା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା 1986 ମସିହାରେ ପ୍ରକାଶିତ କୋଣାର୍କ ପତ୍ରିକାରେ ରାଧାମୋହନ ଗଡ଼ନାୟକ ସମ୍ପାଦକୀୟ ପୃଷ୍ଠାରେ ସରଳା ଦେବୀଙ୍କ ଜନ୍ମ ତାରିଖକୁ ଅଗଷ୍ଟ 9 ଲେଖିଥିବା ବେଳେ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀ କେମିତି ଅଗଷ୍ଟ 19 ତାରିଖ ପାଳନ କରୁଛି ତାହା ଆଶ୍ଚର୍ଯ୍ୟର ବିଷୟ |
ଓଡ଼ିଶାର ପ୍ରଥମ ମହିଳା ରାଜବନ୍ଦିନୀ ,ସ୍ୱାଧୀନତା ସଂଗ୍ରାମୀ ,ବିଧାୟିକା ଓ ସାହିତ୍ୟିକାଙ୍କ ଜନ୍ମ ତାରିଖକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏପରିକି ରାଜ୍ୟ ସରକାର ଓ ବିଧାନସଭାକୁ ଭ୍ରମିତ କରାଯାଇଛି | ଫଳରେ ରାଜ୍ୟ ପାଇଁ ତଥା ରାଜ୍ୟର ମହିଳାଙ୍କ ପାଇଁ ତ୍ୟାଗ କରିଥିବା ସରଳା ଦେବୀଙ୍କ ଜନ୍ମ ତାରିଖକୁ 9 ପରିବର୍ତ୍ତେ 19 ତାରିଖ କରି କେତେକ ବ୍ୟକ୍ତି କଟକରେ ସାରଳା ଭବନରେ ସରଳା ଦେବୀଙ୍କ ଜନ୍ମତ୍ସବ ପାଳନ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |
ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ ଏ ସଂକ୍ରାନ୍ତରେ ଓଡିଶା ବିଧାନସଭାର ସଚିବଙ୍କୁ ପତ୍ର ଲେଖି ବିଧାନସଭାର ୱେବ ସାଇଟରେ ସରଳା ଦେବୀଙ୍କ ଜନ୍ମତାରିଖ ଅଗଷ୍ଟ 19 ତାରିଖ,1904 ବୋଲି କେଉଁ ପ୍ରମାଣ ଆଧାରରେ ଉଲ୍ଲେଖ କରାଯାଇଛି ତାହାକୁ ଚାଲେଞ୍ଜ କରିଛନ୍ତି | ଉଲେଖନୀୟ ଯେ ସୂଚନା ଅଧିକାର ଆଇନ ଆଧାରରେ ଟ୍ରଷ୍ଟର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ପ୍ରଥମ ଉତ୍ତର ଓ ଦ୍ୱିତୀୟ ଉତ୍ତରରେ ସଠିକ ତଥ୍ୟ ଦେଇପାରିଲେ ନାହିଁ | ଅବଶ୍ୟ ପୂର୍ବ ବର୍ଷ ମାନଙ୍କରେ ବିଧାନସଭା ଗବେଷଣା ଶାଖା ପକ୍ଷରୁ ଅଧିକାରୀ ମାନେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିଲେ ବୋଲି କହିଥିଲେ | ତେଣୁ ବିଧାନସଭାରେ ସେମିତି କୌଣସି ତଥ୍ୟ ନାହିଁ ବୋଲି | ସେହି ତଥ୍ୟ ଆଧାରରେ ଓଡିଶା ବିଧାନସଭା ୱେବ ସାଇଟକୁ ତଥ୍ୟ ପ୍ରଦାନ କରି ବିଧାନସଭା ୱେବ ସାଇଟରେ ଦିଆଯାଇଛି ବୋଲି ଉଲେଖ କରିଛନ୍ତି | ମାତ୍ର କୌଣସି ସଠିକ ରେକର୍ଡ ମିଳୁନାହିଁ ଏବଂ ଆମକୁ ମଧ୍ୟ ବିଧାନସଭା ତଥ୍ୟ ଦେବାକୁ ଅସମର୍ଥ ହୋଇଥିବା ଯୋଗୁଁ ୱେବ ସାଇଟରେ ସରଳା ଦେବୀଙ୍କ ଜନ୍ମ ତାରିଖ 9 କୁ ବିଭ୍ରାନ୍ତ କରୁଛି |

          ତେବେ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିଏ କି ଗୃହର ନେତା ଓ ବିରୋଧୀ ଦଳର ନେତା ନବୀନ ପଟନାୟକଙ୍କର ଆଗେ ଦୃଷ୍ଟି ଆକର୍ଷଣ କରୁଛୁ | ଏହାର ବିଧିବଦ୍ଧ ତଦନ୍ତ ଲାଗି ବାଚସ୍ପତି ମହୋଦୟାଙ୍କ ନିକଟରେ ଆମ୍ଭେ ନିବେଦନ କରୁଛୁ |  ଗତ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସରେ ଅନ୍ୟାନ୍ୟ ମହିଳା ସ୍ୱାଧୀନତା ସଂଗ୍ରାମୀ ମହିଳାଙ୍କ ଫଟୋ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ଥାନିତ ଫଟୋ  ପ୍ରଦର୍ଶନୀ କରିଥିବାବେଳେ ସରଳା ଦେବୀଙ୍କ ଫଟୋ ନଥିବା ଘଟଣା କେବଳ ସମସ୍ତଙ୍କୁ ବିସ୍ମିତ କରିନାହିଁ, ରାଜ୍ୟ ସରକାରଙ୍କୁ ମଧ୍ୟ ବଦନାମ କରିଛି | 
             ବହୁ ସାହିତ୍ୟିକ ତଥା ଇତିହାସକାର ମାନେ ସରଳା ଦେବୀଙ୍କର ଜନ୍ମ ତାରିଖ ଅଗଷ୍ଟ 9,1904 ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି | ନିମ୍ନରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଗଲା | ଏପରିକି ରାଜ୍ୟ ସରକାରଙ୍କର ପାଠ୍ୟ ପୁସ୍ତକରେ ମଧ୍ୟ ଜନ୍ମ ତାରିଖ ଅଗଷ୍ଟ 9,1904 ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି |  ପ୍ରତିବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସମେତ ପ୍ରାୟ ସମସ୍ତ ମନ୍ତ୍ରୀମଣ୍ଡଳ ବିଧାୟକ ମାନେ ଅଗଷ୍ଟ 9 ତାରିଖରେ ସରଳା ଦେବୀଙ୍କର ଜନ୍ମଦିନରେ ଦିର୍ଘଦିନରୁ ଅଭିନନ୍ଦନ ଜଣାଇ ଆସୁଛନ୍ତି | ଏଣୁ ଅନୁରୋଧ ବିଧାନସଭାର ୱେବ ସାଇଟର ଯେଉଁ ତଥ୍ୟ ଟାମ୍ପରିଙ୍ଗ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରି ୱେବ ସାଇଟକୁ ସଂଶୋଧନ କରାଯାଉ ଏବଂ ବର୍ତ୍ତମାନଠାରୁ ରାଜ୍ୟସ୍ତରୀୟ ଉତ୍ସବ କରାଯିବା ସହିତ ସମସ୍ତ ରାଜ୍ୟସ୍ତରୀୟ ଉତ୍ସବରେ ଫଟୋ ପ୍ରଦର୍ଶିତ କରାଯାଉ ବୋଲି ସରଳା ଦେବୀ ସ୍ମାରକୀ ଟ୍ରଷ୍ଟ ତରଫରୁ ପ୍ରଦୋଷ ପଟନାୟକ,ସଭାପତି,ଗୁରୁକଲ୍ୟାଣ ମହାପାତ୍ର,  ସମ୍ପାଦକ ତଥା ସଭ୍ୟ ରାଧାନାଥ ପ୍ରହରାଜ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ବାଚସ୍ପତିଙ୍କ ପାଖରେ ଦାବି ରଖିଛନ୍ତି |