Spread the love

ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦିନିକିଆ ପାଳଲହଡା ଗସ୍ତ, ଦଳ ପକ୍ଷ ରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା।
ପାଳଲହଡା- ଦର୍ଶନ ସମୀକ୍ଷା

କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେବା ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନିକିଆ ପାଳଲହଡ଼ା ଗସ୍ତରେ ଆସିଥିଲେ। ଦେବଗଡ଼ ଅଞ୍ଚଳରେ କାର୍ଯ୍ୟକ୍ରମ ସାରି ପାଲଲହଡା ରେ ପହଞ୍ଚିବା ପରେ ତାଙ୍କୁ ବିଧାୟକ ଅଶୋକ ମହାନ୍ତି ଙ୍କ ସମେତ ଶତାଧିକ ଭାଜପା ନେତା ଏବଂ କର୍ମୀ, ଶୁଭେଚ୍ଛୁ , ବିଭିନ୍ନ ସଂଗଠନ ପକ୍ଷ ରୁ ସ୍ଥାନୀୟ ରାମ ମନ୍ଦିର ଛକ ଠାରେ ଉତ୍ତରୀୟ ଏବଂ ଫୁଲ ତୋଡ଼ା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଫ୍ଲାଇ ଓଭର ଛକରେ ନୂତନ ଭାବେ ନିର୍ମିତ ସ୍ୱର୍ଗତ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ। ପାଳଲହଡ଼ା ର ଆରାଧ୍ୟ ଦେବୀ ମା’ କୁଣ୍ଢେଇବିରା ଙ୍କ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା ସାରିବା ପରେ ଏକ ଶୋଭାଯାତ୍ରାରେ ଜାତୀୟ ରାଜପଥ ବଙ୍ଗଳା କୁ ଯାଇଥିଲେ । ପାଳଲହଡ଼ାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସେଠାରେ ସମ୍ବର୍ଦ୍ଧିତ କରାଯାଇଥିଲା।
ପାଳଲହଡ଼ା ଜନ ସାଧାରଣ ଙ୍କ ସହିତ ତାଙ୍କର ସମ୍ପର୍କ ବହୁ ପୁରୁଣା। ୨୦୦୦ ନିର୍ବାଚନ ରେ ସେ ପାଳଲହଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇ ଏହି କ୍ଷେତ୍ରରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାପରେ ସେ ଦେବଗଡ଼ ସାଂସଦ ଭାବେ ନିର୍ବାଚିତ ହୋଇ ପାଳଲହଡ଼ା ଆଦି କ୍ଷେତ୍ରର ପ୍ରତିନିଧିତ୍ୱ କରି ଅଞ୍ଚଳ ବାସୀଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। । ଜାତୀୟ ରାଜପଥ ବଙ୍ଗଳା ଠାରେ ବିଭିନ୍ନ ସଂଗଠନ,ବ୍ୟକ୍ତି ବିଶେଷ ଙ୍କ ସହ ଭାବ ବିନିମୟ କରିବା ସହ ବହୁ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ତନ୍ମୟ ସାହୁ, ସାଂସଦ ଙ୍କ ପ୍ରତିନିଧି ଲିଙ୍ଗରାଜ ଦାସ, ମଣ୍ଡଳ ସଭାପତି ଆଶିଷ ସାମଲ, ଙ୍କ ସମେତ ବହୁ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀ,ଶୁଭେଚ୍ଛୁ, ଜନ ସାଧାରଣ ଯୋଗ ଦେଇଥିଲେ I